ପୂଜା ସାମଗ୍ରୀ ଜାଗାରେ ପାଣିରେ ଫୋପାଡି ଦେଲେ ଏମିତି ମୂଲ୍ୟବାନ ଜିନିଷ, ଯାହାକୁ ଜାଣିବା ପରେ ଖସିଗଲା ପାଦ ତଳୁ ମାଟି

ପୂଜା ପରେ ବଞ୍ଚିଥିବା ପୂଜା ସାମଗ୍ରୀକୁ ଅଧିକ ଦିନ ପର୍ଯ୍ୟନ୍ତ ଘରେ ରଖିବା ଶୁଭ ହୋଇ ନ ଥାଏ । ସେଥିପାଇଁ ଲୋକମାନେ ଏହି ପୂଜା ସାମଗ୍ରୀକୁ କେନାଲ କିମ୍ବା ସମୁଦ୍ରରେ ପ୍ରବାହିତ କରି ଦିଅନ୍ତି । କିନ୍ତୁ ଏମିତି ଏକ ପରିବାର ଅଛି ଯାହାଙ୍କୁ ପୂଜା ସାମଗ୍ରୀକୁ କେନାଲରେ ପ୍ରବାହିତ କରିବା ବହୁତ ମହଙ୍ଗା ପଡିଗଲା । ବର୍ତ୍ତମାନ ଘରର ସମସ୍ତ ସଦସ୍ୟମାନେ ଚିନ୍ତା କରୁଛନ୍ତି କି ଏତେ ବଡ ଭୁଲ ସେମାନେ କେମିତି କରିଦେଲେ ।

କହିବାକୁ ଗଲେ ଏହି ମାମଲା ପଞ୍ଜାବର ସଂଗରୂରର ଅଟେ । ଯେଉଁଠି କାରରେ ଥିବା ଗୋଟିଏ ପରିବାରକୁ ଗୋଟିଏ ମୁଣିରେ ଥିବା ପୂଜା ସାମଗ୍ରୀକୁ କେନାଲରେ ପ୍ରବାହିତ କରିବାର ଥିଲା । ସେମାନେ ଚାଲୁଥିବା କାରରୁ ହିଁ ସେହି ମୁଣିକୁ କେନାଲରେ ଫୋପାଡି ଦେଲେ । କିନ୍ତୁ ଯେତେବେଳେ ସେମାନେ ଘରକୁ ଆସି ପହଞ୍ଚିଲେ ତେବେ ତାଙ୍କର ଗୋଡ ତଳୁ ମାଟି ଖସିଗଲା ।

କାରଣ ସେମାନେ ପୂଜା ସାମଗ୍ରୀର ମୁଣି ଜାଗାରେ ସୁନା – ଚାନ୍ଦି ଗହଣାର ଏକ ମୁଣି କେନାଲରେ ଫୋପାଡି ଦେଇଛନ୍ତି । କାରରେ ଦୁଇଟି ମୁଣି ଥିଲା । ଗୋଟିଏରେ ପୂଜା ସାମଗ୍ରୀ ଓ ଦ୍ଵିତୀୟଟିରେ ସୁନା ଗହଣା । ସେହି ମୁଣିରେ ପାଖାପାଖି ୧୦ ଭରି ସୁନା ଓ ଅଧ କିଲୋ ଚାନ୍ଦିର ଗହଣା ଥିଲା ।

 

କହିବାକୁ ଗଲେ ଲଖବୀର ଚନ୍ଦର ପରିବାର କୌଣସି ଏକ ସମାରୋହକୁ ଯାଉଥିଲେ ଓ ଏମିତିରେ ସେମାନେ ଚିନ୍ତା କରିଲେ କି ସେହି ପୂଜା ସାମଗ୍ରୀକୁ କେନାଲରେ ଫୋପାଡି ଦେବେ । ଏହା ପରେ ଗାଡି ଭବାନୀଗଢ଼ର ନଦାମପୁର ବାଇପାସ କେନାଲ ପାଖରେ ରହିଲା ଓ ସେମାନେ କାରରୁ ମୁଣିଟିକୁ ବାହାର କରି କେନାଲରେ ଫୋପାଡି ଦେଲେ । ଏହା ପରେ ଘରେ ଦୁଃଖର ଛାୟା ଖେଳିଗଲା ।

 

ଏହା ପରେ ଯେମିତି ଜଣା ପଡିଲା କି କେନାଲରେ ଗହଣାର ମୁଣି ଫୋପାଡି ଦେଇଛନ୍ତି ତେବ ସେମାନେ ସେହି କେନାଲ ପାଖକୁ ଯାଇ ପୁଲିସକୁ ସୂଚନା ଦେଲେ । ଏହା ପରେ କିଛି ଲୋକମାନେ କେନାଲ ଭିତରକୁ ଯାଇ ସେହି ମୁଣିକୁ ଖୋଜିବାକୁ ଲାଗିଲେ । କିନ୍ତୁ ବହୁତ ଚେଷ୍ଟା ପରେ ବି ତାଙ୍କୁ ମୁଣି ମିଳିଲା ନାହିଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।