ଆଜିର ରାଶିଫଳ 1 ଅଗଷ୍ଟ 2019, ଗୁରୁବାର, ମା ଲକ୍ଷ୍ମୀ ଆଜି ଏହି ୪ଟି ରାଶି ଉପରେ କୃପା କରିବେ

ମେଷ:-

ପେଶା, ବ୍ୟବସାୟ, ଭାଗୀଦାରୀ ଓ ବନ୍ଧୁମିତ୍ରଙ୍କଦ୍ଵାରା ଲାଭବାନ ହେବେ । ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟି ଯିବ । ପାରିବାରିକ ସମ୍ପର୍କରେ ଉନ୍ନତି ହେବ । ରାଜନୈତିକ କ୍ଷେତ୍ରରେ ଶତୃମାନେ ତଳମୁହାଁ ହେବେ । ଆକସ୍ମିକ ଅର୍ଥଲାଭ, ସୁନାମପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । କର୍ମରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ବ୍ୟବସାୟ, ରାଜନୀତି , ଖେଳ ପାଇଁ ଦୂରଯାତ୍ରାରେ ସଫଳତା ପ୍ରାପ୍ତି ହେବ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-

ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭବାନ ହେବେ । ବକେୟା ଅର୍ଥ କିଛି ମିଳିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଦୂରଯାତ୍ରାରେ ସଫଳତା ପ୍ରାପ୍ତି ହେବ । ରାଜନୈତିକ କ୍ଷେତ୍ରରେ ସ୍ଥିରତା ଦେଖାଦେବ ଓ ଆଶା ମୁତାବକ ଫଳ ପାଇବେ । ଧର୍ମ କାର୍ଯ୍ୟରେ ଯୋଗଦେଇ ଦେବଦର୍ଶନ କରିବେ । ଭୟ ଆଶଙ୍କା ଦୂରେଇ ଯିବ । କର୍ମକ୍ଷେତ୍ରରେ ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ କୃତକାର୍ଯ୍ୟ ହେବେ ।  ପ୍ରତିକାର- ମୁହଁ ମିଠାକରି ଘରୁ ବାହାରନ୍ତୁ ।

ମିଥୁନ:-

କର୍ମରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ । ଯାନବାହାନ ବ୍ୟବସାୟରେ ତଥା ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ଲାଭ ପାଇବେ । ପୁଞ୍ଜିଲଗାଣ, ଉଦ୍ୟୋଗ, ଧନ ଆଦାନପ୍ରଦାନରେ ଲାଭବାନ୍ ହେବେ । ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ବିଜୟୀ ହେବେ । ପାରିବାରିକ ଜୀବନରେ ସୁଖଶାନ୍ତି ଲାଭ ଓ ଆତ୍ମୀୟବର୍ଗରେ ଉନ୍ନତି ତଥା ଉତ୍ତମ ବୁଝାମଣା ଜନିତ ଉତ୍ସାହ-ଉଦ୍ଦୀପନାଯୁକ୍ତ ହେବେ । ରାଜନୀତି କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ସୁସମ୍ବାଦ ପ୍ରାପ୍ତି ହେବ । ଦୂରଯାତ୍ରାରେ ସଫଳ ହେବେ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କର୍କଟ:-

ବ୍ୟବସାୟ ବାଣିଜ୍ୟ ସମ୍ପର୍କୀୟ କୌଣସି ଘଟଣା ଯୋଗୁଁ ବିଶେଷ ବ୍ୟସ୍ତ ରହି ଲାଭବାନ ହେବେ । ଜମିବାଡି ଜନିତ କେତେକ ସମସ୍ୟା ସମାଧାନ ହେବ । ରାଜନୈତିକ କ୍ଷେତ୍ରରେ ଆର୍ଥିକ ଦିଗରୁ ଉନ୍ନତି ହେଲେ ମଧ୍ୟ ବ୍ୟୟଭାର ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଠିକ୍ ରହିବ । କର୍ମକ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢେଇବା ବୁଦ୍ଧିମତାପୂର୍ଣ୍ଣ ହେବ । ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବା ଫଳରେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ପାଇବେ । ଶତୃ ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ ।  ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-

ବନ୍ଧୁ, ମିତ୍ର ଏବଂ ସହକର୍ମୀ ମାନଙ୍କ ଦ୍ଵାରା ଲାଭବାନ ହେବେ ତତ୍ ସଙ୍ଗେ ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବା ସହ ପ୍ରତିଷ୍ଠିତ ହୋଇ ପାରିବେ । ସୁଖ ସମ୍ପଦ ପ୍ରାପ୍ତି ହେବ । ବରିଷ୍ଠ ବ୍ୟକ୍ତିଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ । ଛାତ୍ରଛାତ୍ରୀମାନଙ୍କର ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ ।  ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କନ୍ୟା:-

ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ । କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ । ରାଜନୀତିରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ ଓ ପାର୍ଟି ବା ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ । ବାଦବିବାଦ ଓ ମାଲିମୋକଦ୍ଦମାରେ ସଫଳତା ମିଳିବ । କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବାଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବା ସହ ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ତୁଳା:-

ସରକାରୀ ଚାପ ପଡିଲେ ମଧ୍ୟ କର୍ମକ୍ଷେତ୍ରରେ ଉନ୍ନତି ବା ପ୍ରଶଂସା ମିଳିପାରେ । ନୂଆ ଜ୍ଞାନର ବୃଦ୍ଧି ହେବ । ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ । ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ଦାମ୍ପତ୍ୟ ଓ ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ସ୍ୱାସ୍ଥ୍ୟ ଦିଗରୁ ବିଶେଷ ସତର୍କ ରହିବା ଉଚିତ୍ ।  ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ବିଚ୍ଛା:-

ଧାର୍ମିକ କାର୍ଯ୍ୟରେ ସଫଳତା ପାଇବା ସହ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସ ରତ ହେବେ । କୌଣସି କାମରେ ବିଶେଷଜ୍ଞତା ହାସିଲ କରିବେ । ଅଫିସରେ କରିଥିବା କାମର ଶୁଭ ସୂଚନା ପାଇବେ । ପ୍ରେମୀ-ପ୍ରେମିକାଙ୍କ ମିଳନ ହେବ ଓ ସଫଳତା ମିଳିବ । କୌଣସି ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ । ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ । ରାଜନୀତି ମାମଲାରେ ସଫଳତା ମିଳିବ । ପାରିବାରିକ ସମସ୍ୟା ଗୁଡ଼ିକୁ ସୁଧାରି ନେବା ଉଚିତ୍ । ମହିଳାମାନେ ପିଲାମାନଙ୍କ ପ୍ରତି ସତର୍କ ରହି ଆନନ୍ଦିତ ହେବେ କୌଣସି ଶୁଭ ସମାଚାର ମଧ୍ୟ ଶୁଣିବାକୁ ମିଳିବ ।  ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ ।

ଧନୁ:-

ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ନୂତନ କାର୍ଯ୍ୟଆରମ୍ଭ କରିପାରିବେ । ସେୟାର ବଜାର ଓ ପୁଞ୍ଜି ନିବେଶ କରିଲେ ବହୁତ ଧନ ପ୍ରାପ୍ତ ହେବ । ଗୁରୁଜନ ଓ ବୃଦ୍ଧଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ । ପ୍ରେମୀ-ପ୍ରେମିକାଙ୍କ ଉନ୍ନତି ପାଇଁ ପ୍ରୟାସରତ ହେବେ । କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ଧନର ଆଗମନ ହୋଇପାରେ । ପ୍ରିୟଜନମାନଙ୍କୁ ଆର୍ଥିକ ଓ ଭାବନାତ୍ମକ ସାହାଯ୍ୟ କରିବେ । ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇଯିବ ।  ପ୍ରତିକାର- ମୁହଁ ମିଠାକରି ଘରୁ ବାହାରନ୍ତୁ ।

ମକର:-

ସ୍ୱାସ୍ଥ୍ୟ କିମ୍ବା ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । ଦୁଃଖୀ ଲୋକଙ୍କୁ ସାହାରା ହେବେ । ନୂତନ ବନ୍ଧୁ ମିତ୍ରଙ୍କ ମିଳନ ହେବ । ପ୍ରେମପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ । ଅଧାଅଧୁରାଥିବା କାର୍ଯ୍ୟ ପୂରଣ ହୋଇଯିବ । ବାଦବିବାଦ, ମାଲି ମୋକଦ୍ଦମାରେ ବିଜୟୀ ହେବେ । ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ । ଜନସେବାରେ ନିଜକୁ ନିୟୋଜିତ କରିବେ । ନୂଆଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରଣ କରିବେ । ସନ୍ତାନର ଖୁସି ଓ ସୁରକ୍ଷିତ ଅନୁଭବ କରିବେ । ସମସ୍ତ କ୍ଷେତ୍ରରେ ସଫଳତା ମିଳିବ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-

ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବା ଫଳରେ ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ । ରାଜନୀତି ସମ୍ବନ୍ଧୀୟ ଦୂରଯାତ୍ରାର ସୁଯୋଗ ପାଇ ସଫଳତା ମିଳିବ । ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ ଓ ପ୍ରତିଷ୍ଠା, ପ୍ରତିପତ୍ତି ମାନସମ୍ମାନ କ୍ଷାତି ବଢିବ । ସମସ୍ତ କର୍ମ ବହୁତ ସହଜରେ ହିଁ ସମ୍ପନ୍ନ ହେବ । ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ । ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ । ଶତୃମାନେ ପରାଜିତ ହେବେ । ଆତ୍ମୀୟସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ ଓ ଗୃହୋପକାରଣ କ୍ରୟକରିବେ । ଧର୍ମ-କର୍ମରେ ରୁଚି ବୃଦ୍ଧି ହେବ ।  ପ୍ରତିକାର– ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ମୀନ:-

ନୂଆ ସମ୍ପର୍କରେ ଉନ୍ନତି ହେବ ଓ ଅଧାଥିବା କାର୍ଯ୍ୟ ପୂରଣ ହେବ । ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ । କର୍ମକ୍ଷେତ୍ରରେ  କ୍ଷମତା ଓ ଶକ୍ତି ବଳରେ ନିଜର ସମୟ ବିତାଇବେ । ସାଧୁ, ସତ୍ୟବାଦୀ, ଧର୍ମାତ୍ମା, ଗୁରୁବ୍ରାହ୍ମଣଙ୍କ ସହ ସମ୍ପର୍କ ସ୍ଥାପନହେବ । ଶୀଘ୍ର ଯାତ୍ରା କରିବାକୁ ପଡିପାରେ । ନିଜ ଆତ୍ମୀୟ ଲୋକଙ୍କ ସହ ସାକ୍ଷାତ ହେବ । ଆର୍ଥିକ ଚିନ୍ତା ଦୁରହେବ ଓ ମାତାଙ୍କ ସ୍ୱାସ୍ଥ୍ୟ ରେ ଉନ୍ନତି ଦେଖାଦେବ । ମହିଳାମାନେ ପିଲାମାନଙ୍କ ସଫଳତାରେ ଖୁସିହେବେ । କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟର ଦାୟିତ୍ଵ ନେଇ ଧାଦୌଡ କରିବାକୁ ପଡିପାରେ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।