ପୂଜା କରିବା ସମୟରେ ଇଶ୍ଵରଙ୍କ ପାଖରେ କାନ୍ଦିଲେ କଣ ହୁଏ ? ଏହାର ଆଧ୍ୟାତ୍ମିକ ଅର୍ଥ କଣ । ଜାଣନ୍ତୁ ଶ୍ରୀ କୃଷ୍ଣଙ୍କ ସାଧୁବାଣୀ

ନମସ୍କାର ବନ୍ଧୁଗଣ । ସାଧାରଣତଃ ଲୋକମାନେ ପୂଜା କରିବା ସମୟରେ ମନରେ ଦୁଃଖକୁ ମନେ ପକାଇ କାନ୍ଦି ପକାନ୍ତି । ଏହା କଣ ସାଧାରଣ ଭାବରେ ହୁଏ ନା ଏହା ପଛରେ କଣ କାରଣ ରହିଛି । ଆଜି ଆମେ ଆପଣମାନଙ୍କୁ କହିବୁ ଯେ ଇଶ୍ଵରଙ୍କ ପାଖରେ କାନ୍ଦିଲେ କଣ ହୁଏ ? ଏହାର ଶାସ୍ତ୍ରଗତ ପ୍ରମାଣ ଏବଂ ଶ୍ରୀ କୃଷ୍ଣଙ୍କ ବାଣୀ । ଇଶ୍ଵରଙ୍କ ପାଖରେ ସେହି ବ୍ୟକ୍ତି କାନ୍ଦିଥାନ୍ତି ଯିଏ ଇଶ୍ଵରଙ୍କ ଉପରେ ସଂପୂର୍ଣ୍ଣ ବିଶ୍ଵାସ କରିଥାନ୍ତି ।

କେତେକ ବ୍ୟକ୍ତି ତାଙ୍କ ସହ ଭଲ ହେଲେ ମଧ୍ୟ ଇଶ୍ଵରଙ୍କ ପାଖକୁ ଆସି ଲୁହ ଝରାଇଥାନ୍ତି । କାରଣ ତାହା ଖୁସିର ଲୁହ ଅଟେ । ଯେଉଁ ବ୍ୟକ୍ତି ଦୁଃଖରେ ଥାଏ ସେ ମଧ୍ୟ ଇଶ୍ଵରଙ୍କ ନିକଟକୁ ଆସି ଲୁହ ଝରାଇଥାଏ । କାରଣ ବ୍ୟକ୍ତି ବୁଝିପାରେ କି ଇଶ୍ଵର ଦର୍ଶନ ପାଇବା ପରେ ଆଖିରୁ ଆପେ ଆପେ ଲୁହ ଆସିଯାଏ । ଇଶ୍ଵରଙ୍କ ଆଗରେ କାନ୍ଦିଲା ପରେ ତା ବୋଝ କମ୍ ହେଇଯାଇଥାଏ । ଯେଉଁ ବ୍ୟକ୍ତି ଇଶ୍ଵରଙ୍କ ସାମ୍ନାରେ କାନ୍ଦନ୍ତି ତାଙ୍କ ଭାଗ୍ୟ ବଦଳିଯାଏ ଏବଂ ଇଶ୍ଵରଙ୍କ ଆର୍ଶୀବାଦ ତାଙ୍କ ଉପରେ ସବୁବେଳେ ରହିଥାଏ ।

ଏପରି ବ୍ୟକ୍ତି ଭଲ ଓ ମନ୍ଦ ସମୟରେ ଇଶ୍ଵରଙ୍କ ଉପରେ ଭରସା ରଖିଥାନ୍ତି । ସେ ପ୍ରତ୍ୟେକ ଦୁଃଖ ସମୟରେ ଇଶ୍ଵରଙ୍କୁ ସ୍ମରଣ କରିଥାନ୍ତି । ଏମାନେ ଖୁସି ସମୟ ଭଗବାନକୁ ଭୁଲି ଯାଇ ନ ଥାନ୍ତି । ଯଦି ଆପଣ ଜୀବନରେ ଦୁଃଖ କୁ ଦୂର କରିବାକୁ ଚାହାଁନ୍ତି ତେବେ ଭଗବତ ଗୀତାକୁ ପଢନ୍ତୁ । ବ୍ୟକ୍ତି ସଂସାର ଥିବା ସମସ୍ତ ସୁଖକୁ ପ୍ରାପ୍ତ କରିବା ପାଇଁ ଇଶ୍ଵରଙ୍କ ଆରାଧନା କରିବା ଆରମ୍ଭ କରି ଦିଅନ୍ତି କିନ୍ତୁ ବ୍ୟକ୍ତି ଚିନ୍ତା କରିବା କଥା ଇଶ୍ଵରଙ୍କ କର୍ତ୍ତବ୍ୟ ହେଉଛି ଭକ୍ତମାନଙ୍କର ପେଟକୁ ଭରିବା ନ କି ସବୁ ଇଚ୍ଛାକୁ ପୂରଣ କରିବା ।

ଯଦି ଆପଣ ଆପଣଙ୍କର ସବୁ ଇଚ୍ଛା କୁ ପୂରଣ କରିବାକୁ ଚାହାଁନ୍ତି ତା ହେଲେ ଆପଣଙ୍କୁ ସେହି ଅନୁଯାୟୀ କାର୍ଯ୍ୟ କରିବାକୁ ପଡିବ । ମଣିଷ ଦୁଃଖ ବେଳେ ଇଶ୍ଵରଙ୍କ ନିକତର ହୋଇଥାଏ । ମାତ୍ର ଯିଏ ସିଧା ଓ ସଚ୍ଚୋଟ ଜୀବନ ବିତାଇଥାନ୍ତି । ସେମାନେ ମାଗିବା ଆଗରୁ ଇଶ୍ଵର ତାଙ୍କର ସବୁ ଇଚ୍ଛା ପୂର୍ଣ୍ଣ କରିଥାନ୍ତି । ଏଭଳି ବ୍ୟକ୍ତି ସର୍ବଦା ଇଶ୍ଵରଙ୍କ ଧ୍ୟାନରେ ରହିଥାନ୍ତି । ଜୀବନରେ ଖରାପ ସମୟ ଆସିଲେ ମଧ୍ୟ ଇଶ୍ଵରଙ୍କ ଅଧିକ ନିକଟତର ହୁଅନ୍ତି ।

ଏହି ବ୍ୟକ୍ତିଙ୍କ ମନରେ ଅନ୍ୟର ଖରାପ ଚିନ୍ତା କରିବା ମନ ଆସିନଥାଏ । କୁମାର୍ଗ ରେ ଟଙ୍କା ରୋଜଗାର ଆଦି ଠାରୁ ଏମାନେ ଦୂର ରେ ରୁହନ୍ତି । ଏହି ସ୍ଵଭାବ ବିଶିଷ୍ଟ ବ୍ୟକ୍ତି ଦୁଃଖ ଆସିଲେ ଭଗବାନଙ୍କ ନିକଟରେ ନିଜ ଦୁଃଖକୁ ଅଟକାଇ ପାରନ୍ତି ନାହିଁ । ତେଣୁ ଲୁହ ମାଧ୍ୟମରେ ତାହାକୁ ଜଣାଇଥାନ୍ତି । ଏହା ମଧ୍ୟ ଭଲ ବିଷୟ ଅଟେ କାରଣ ଇଶ୍ଵରଙ୍କ ବିନା କେହି ଆମର ଦୁଃଖ ,ଯନ୍ତ୍ରଣାକୁ କାଢି ପାରନ୍ତି ନାହିଁ । ଏଣୁ ଭଗବାନଙ୍କ ପାଖରେ କାନ୍ଦିବା ନିଜ ଦୁଃଖକୁ ଜଣାଇବ ଏକ କଥା ଅଟେ । ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର ଓ କାମେଣ୍ଟ କରନ୍ତୁ ।