ଓଡିଶା-ଆନ୍ଧ୍ର ସୀମା ରେ ବୁଲୁଛି ମହାବଳ ବାଘ ଦେଖନ୍ତୁ VIDEO…

ନମସ୍କାର ବନ୍ଧୁଗଣ । ସାଧାରଣତଃ ମହାବଳ ବାଘ ନାଁ ଶୁଣିବା ମାତ୍ରେ ମନରେ ଭୟ ଆସିଥାଏ । କିନ୍ତୁ ଯେବେ ବାଘ କୁ ଆଖି ଆଗରେ ମଣିଷ ଦେଖେ ସେତେବେଳେ ଅବସ୍ଥା କଣ ହୋଇପାରେ ତାହା ନିଶ୍ଚୟ ଅନୁମାନ କରି ହେଉଥିବ । ତେବେ ମହାବଳ ବାଘ କୁ ନେଇ ଆସିଛି ଏବେ ଏକ ବଡ ଖବର । ସୂଚନା ଅନୁଯାୟୀ ଆନ୍ଧ୍ର ଓଡିଶା ସୀମା ରେ ବୁଲୁଛି ଏବେ ମହାବଳ ବାଘ ।

ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଆଉ ଖେଳି ଯାଇଛି ଆତଙ୍କ । ସୋସିଆଲ ମିଡିଆରେ ଏହି ଭାଇରାଲ ଭିଡିଓ କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆନ୍ଧ୍ର ଓଡିଶା ସୀମା ଗଣପୁର ବ୍ଲକ ର ଅଳ୍ପ ଦୂରରେ ବାଘ ବୁଲୁଛି । ଏହାକୁ ଲାଗିଥିବା ଆନ୍ଧ୍ର ର ଶ୍ରୀକାକଲମ ଜିଲ୍ଲା ଭାମିଲି ଓ ସିତମପିଟା ମଣ୍ଡଳ ଅଞ୍ଚଳ ରେ ବାଘ ଚଳପ୍ରଚଳ କରୁଥିବାର ଏହି ଭିଡିଓ ରେ କୁହା ଯାଉଛି ।

ଭାଇରାଲ ଭିଡିଓ ରେ ଦେଖିବାକୁ ମିଳିଛି ମହାବଳ ବାଘ ହଠାତ ରାସ୍ତା ଉପରକୁ ଚାଲି ଆସିବା ସହ କିଛି ଦୂର ଅତିକ୍ରମ କରି ଗୋଟେ ପୋଲ ତଳକୁ ଖସି ଯାଉଛି । ଏହି ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ଶ୍ରୀକାକୁଲମ ବନ ବିଭାଗ ନେଇଛି ବଡ ପଦକ୍ଷେପ । ସବୁ ଅଞ୍ଚଳ ବୁଲି ପାଦ ଚିହ୍ନ ଦେଖିଲେ ବନ ବିଭାଗ ର ଅଧିକାରୀ ।

କିଛି ଦିନ ତଳେ ଆନ୍ଧ୍ର ଭାବିନୀ ମଣ୍ଡଳ ସୀମାବର୍ତ୍ତୀ ଅଞ୍ଚଳରେ ବାଘ ଟି ବୁଲୁଥିବା ନେଇ ସ୍ଥାନୀୟ ବାସିନ୍ଦା ବନ ବିଭାଗ କୁ ସୂଚନା ଦେଇଥିଲେ । ବନ ବିଭାଗ ଭାବିନୀ ଅଞ୍ଚଳରୁ ବାଘ ର ପାଦ ଚିହ୍ନ ମଧ୍ୟ ଦେଖିବାକୁ ପାଇ ନମୁନା ସଂଗ୍ରହ କରିଥିଲେ । ଆଉ ଏବେ ବାଘ ର ପାଦ ଚିହ୍ନ ଶ୍ରୀକାକୁଲମ ଜିଲ୍ଲା କୋଦୁମଣ୍ଡଳ ର ଲମ୍ବା ରୋଡ ରେ ଦେଖିବାକୁ ଇଲିଛି ।

ପାଦ ଚିହ୍ନ ରୁ ଏହା ଏକ ମହାବଳ ବାଘ ର ଆନ୍ଧ୍ର ବନ ବିଭାଗ ସ୍ପଷ୍ଟ କରିଛି । ତେଣୁ ମାଲୟ ଓ ଶ୍ରୀକାକୁଲମ ଜିଲ୍ଲା ର 72 ଟି ଗାଁ ରେ ଆଲର୍ଟ ଜାରି କରିଛି ବନ ବିଭାଗ । ଆଜିକାଲି ଚାଷ କାମ ଚାଲୁ ଥିବାରୁ ସମସ୍ତଙ୍କୁ ସତର୍କ କରା ଯାଇଛି । ପାଦ ଚିହ୍ନ ମିଳିବା ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଭାବିନି ମଣ୍ଡଳର ବନ ରେ ନ ବୁଲିବାକୁ ସତର୍କ କରା ଯାଇଛି ।

ଗାଁ ରେ ମାଇକ ରେ ପ୍ରଚାର କରାଯାଇ ଗାଁ ଲୋକଙ୍କୁ ସତର୍କ ମଧ୍ୟ କରା ଯାଇଛି । ଏପଟେ ଓଡିଶା ସୀମା ରେ ଥିବା ବନ ବିହଗକୁ ସଜାଗ ରହିବାକୁ କୁହା ଯାଇଛି । ତେବେ ମହାବଳ ବାଘ ବୁଲୁ ଥିବାର ଖବର ପ୍ରଚାର ହେବା ପରେ ଏବେ ଚାରି ଆଡେ ଆତଙ୍କ ସୃଷ୍ଟି ହୋଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।