ପୂଜା ଘରେ ରଖିଥିଲେ ଶଙ୍ଖ ! ଏହି କଥାକୁ ମନେ ରଖିଥାନ୍ତୁ… ଶଙ୍ଖ ଫୁଙ୍କିବାର ନିୟମ ! Puja vastu tips

ପ୍ରତ୍ଯେକଟି ହିନ୍ଦୁ ଧର୍ମର ଲୋକଙ୍କ ଠାକୁର ଘରେ ଶଙ୍ଖ ନିହାତି ଭାବେ ରହିଥାଏ । ଏହି ଶଙ୍ଖ ଭଗବାନ ନାରାୟଣଙ୍କର ଅତି ପ୍ରିୟର ବସ୍ତୁ । ସେଥିପାଇଁ ଭଗବାନ ନାରାୟଣଙ୍କ ହାତରେ ସର୍ବଦା ଶଙ୍ଖ ଶୋଭା ପାଉଥାଏ । ପ୍ରତ୍ଯେକଟି ଶୁଭ କାର୍ଯ୍ୟରେ ଶଙ୍ଖ ବଜାଇ କାର୍ଯ୍ୟକୁ ସଫଳ କରାଯାଇଥାଏ । ଘରେ ମଧ୍ୟ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ବେଳେ ଠାକୁର ପୂଜା କରିବା ବେଳେ ଶଙ୍ଖ ବଜା ଯାଇଥାଏ ।

ତେବେ ଯେଉଁ ମାନେ ବି ଘରେ ଶଙ୍ଖ ଆଣି ରଖିଛନ୍ତି । ସେମାନଙ୍କୁ ଠାକୁର ଘରେ ଶଙ୍ଖ ଆଣି ରଖିବାର କିଛି ନିୟମ ବିଷୟରେ ଆଜି ଏଠାରେ କହିବାକୁ ଯାଉଛି । ଯାହାକୁ ପାଳନ କରି ଘରେ ଶଙ୍ଖ ରଖିବା ସହ ସଠିକ ଭାବେ ଶଙ୍ଖକୁ ବଜାନ୍ତୁ । ଶଙ୍ଖ ହେଉଛି ପବିତ୍ରତାର ପ୍ରତୀକ । ଶଙ୍ଖ ଧରିବା ମାତ୍ରେ ସେହି ବ୍ୟକ୍ତି ପବିତ୍ର ହୋଇଯାଇଥାଏ ।

1- ଶଙ୍ଖର ବ୍ୟବହାର ସମୟରେ ସର୍ବଦା ସ୍ନାନ କରିସାରି ଶୁଦ୍ଧ ହୋଇ ଶଙ୍ଖର ବ୍ୟବହାର କରନ୍ତୁ । ଅଶୌଚ ଅବସ୍ତାରେ ଶଙ୍ଖକୁ ସ୍ପର୍ଶ କରନ୍ତୁ ନାହିଁ । କାରଣ ସ୍ନାନ ଶୌଚ ଆଦି କରିନଥିବା ବ୍ୟକ୍ତି ଶଙ୍ଖକୁ ସ୍ପର୍ଶ କରିବା ଅନୁଚିତ । ନଚେତ ଏହାଦ୍ବାରା ପାପ ଲାଗିଥାଏ ।

2- ଘରେ 2 ଟି ଶଙ୍ଖ ରଖିବାକୁ ଚେଷ୍ଟା କରନ୍ତୁ । ଗୋଟିଏ ଶଙ୍ଖକୁ ଠାକୁର ଘରେ ଓ ଅନ୍ୟଟି ଠାକୁର ଘରେ ଅଥବା ଘରର କୌଣସି ଏକ ଭଲ ସ୍ଥାନରେ ରଖନ୍ତୁ । ଘରେ ଗୋଟିଏ ଦକ୍ଷିଣାବର୍ତ୍ତୀ ଶଙ୍ଖ ଆଣି ରଖିବା ପାଇଁ ଚେଷ୍ଟା କରନ୍ତୁ । କାରଣ ଯେଉଁ ଘରେ ଏହି ଶଙ୍ଖ ରହିଥାଏ । ସେହି ଘର ସବୁବେଳେ ଧନଧାନ୍ୟରେ ପୁରି ରହୁଥିବ ।

3- ଘରେ ଯଦି ଆପଣଙ୍କୁ ନେଗେଟିଭ ଏନର୍ଜି ଥିବାର ଅନୁଭବ ହେଉଥାଏ । ତେବେ ଘରେ ସକାଳେ ଓ ସନ୍ଧ୍ୟା ସମୟରେ ନିହାତି ଭାବରେ ଶଙ୍ଖ ବଜାନ୍ତୁ । କାରଣ ଘରେ ଶଙ୍ଖ ବଜାଇବା ଦ୍ଵାରା ଘରୁ ନକରାତ୍ମକ ଶକ୍ତି ଚାଲିଯାଇଥାଏ । ଘରେ ଶଙ୍ଖ ବଜାଇବା ଫଳରେ ପଜିଟିଭ ବାତାବରଣ ଘେରି ରହିଥାଏ ।

4- ଶଙ୍ଖ ଫୁଙ୍କିବା ସମୟରେ ଗୋଟିଏ କଥା ଉପରେ ନିଶ୍ଚୟ ଭାବେ ଧ୍ୟାନ ରଖିବେ । ଯେତେବେଳେ ଆପଣ ଶଙ୍ଖ ବଜାଉଛନ୍ତି । ସେତେବେଳେ 3 ଥର ଅଧା ଅର୍ଥାତ ସାଢେ 3 ଥର ଶଙ୍ଖ ବଜାନ୍ତୁ । ଶଙ୍ଖ ଫୁଙ୍କିବା ସମୟରେ ସଂପୂର୍ଣ୍ଣ କରି ଭଲ ଭାବେ ଶଙ୍ଖ ଫୁଙ୍କିବା ପାଇଁ ସବୁବେଳେ ଚେଷ୍ଟା କରିବେ । ଏହା ଦ୍ଵାରା ମଙ୍ଗଲ ହୋଇଥାଏ । ଏଥିସହ ସମସ୍ତ ଦେବାଦେବୀଙ୍କର ସେହି ଘର ଉପରେ ବିଶେଷ କୃପା ରହିଥାଏ ।

5- ହାର୍ଟ ସମସ୍ଯା କିମ୍ବା ପେଟ ଜନିତ ସମସ୍ଯା ଥିବା ବ୍ୟକ୍ତିଙ୍କ ପାଇଁ ଶଙ୍ଖ ବଜାଇବା ବହୁତ ଭଲ ହୋଇଥାଏ ।

ପୋଷ୍ଟଟି ପସନ୍ଦ ଆସିଥିଲେ । ପେଜକୁ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।