ଗ୍ୟାସ୍‌ ରୋଗୀ କ’ଣ ସବୁ ଖାଇବା ଉଚିତ ଓ କ’ଣ ଖାଇବା ଅନୁଚିତ ! Sushree Tapaswini Das

ଆଜିକାଲିର ସମୟରେ ଘରେ ଘରେ ଲୋକମାନଙ୍କର ପେଟରେ ଗ୍ଯାସ ଭଳି ସମସ୍ଯା ହେବା ଏକ ସାଧାରଣ କଥା ହୋଇଯାଇଛି । ଖାଦ୍ୟଶୈଳୀ ଓ ଖାଦ୍ୟପେୟରେ ଅନିୟମିତତା ଯୋଗୁ ଗ୍ଯାସ ସମସ୍ଯା ଦେଖିବାକୁ ମିଳୁଛି । ତେବେ ଗ୍ଯାସ ପ୍ରୋବ୍ଲେମ ରହୁଥିବା ଲୋକ କେଉଁ କେଉଁ ସବୁ ଖାଦ୍ୟ ଖାଇବେ ? ଏହାଛଡା କେଉଁ ସବୁ ଖାଦ୍ୟ ଖାଇବା ଅନୁଚିତ । ଏ ସମ୍ପର୍କରେ ଡାଏଟିସିଆନ ସୁଶ୍ରୀ ତପସ୍ଵିନୀଙ୍କ ମୁହଁରୁ ଜାଣନ୍ତୁ ।

ଦିନମାନ ଯେତିକି ପରିମାଣର ଶରୀର ଜଳ ଅବଶ୍ୟକ କରିଥାଏ । ଯଦି ସେହି ଅନୁଯାଇ କୌଣସି ବ୍ୟକ୍ତି ପାଣି ପିଇନଥାନ୍ତି । ତେବେ ତାଙ୍କ ପାଖରେ ଗ୍ଯାସ ସମସ୍ଯା ଅଧିକ ଭାବେ ଦେଖିବାକୁ ମିଳେ । ତେଣୁ ପ୍ରତ୍ଯେକ ବ୍ୟକ୍ତି ଦିନକୁ ଶରୀର ଆବଶ୍ୟକ ମୁତାବକ ପ୍ରଚୁର ପରିମାଣରେ ପାଣି ପିଇବା ନିହାତି ଭାବେ ଜରୁରୀ ହୋଇଥାଏ ।

ଏହାଛଡା ବହୁତ ଲୋକ ବିଭିନ୍ନ କାରଣ ପାଇଁ ଫାଷ୍ଟିଙ୍ଗ ତଥା ଉପବାସ କରିଥାନ୍ତି । ଉପବାସ ଭାଙ୍ଗିଲା ପରେ ସେମାନେ ଏକାବେଳକରେ ବହୁତ ଗୁଡିଏ ଖାଦ୍ୟ ଏକ ସାଥିରେ ଖାଇ ନେଇଥାନ୍ତି । ଯେଉଁ କାରଣରୁ ବି ତାଙ୍କ ପେଟରେ ଫ୍ୟାସ ସୃଷ୍ଟି ହୋଇଥାଏ । ସକାଳୁ ବ୍ରେକଫାଷ୍ଟରେ ଅଧିକ ତେଲମସଲା ଯୁକ୍ତ ଖାଦ୍ୟ ଖାଇବା ଅନୁଚିତ । ଯାହାଦ୍ୱାରା ପେଟରେ ଗ୍ଯାସ ଅଧିକାଂଶ ସମୟରେ ହୋଇଯାଇଥାଏ ।

ତେଣୁ ସକାଳ ସମୟରେ ଚୂଡା, କଦଳୀ, ଦହି, ଓଟ୍ସ, ଶାଗୁ, ଗଜାମୁଗ, ମାଣ୍ଡିଆ, ଅଟାରୁ ପ୍ରସ୍ତୁତ ରୁଟି ଏହି ସବୁ ଖାଦ୍ୟ ବିଶେଷ କରି ବ୍ରେକଫାଷ୍ଟରେ ଖାଆନ୍ତୁ । ବହୁତ ସମୟ ପର୍ଯ୍ୟନ୍ତ ପେଟକୁ ଖାଲି କରି ରଖିବା ଦ୍ଵାରା ପ୍ରାୟତଃ ଲୋକଙ୍କର ଗ୍ଯାସ ହୋଇଯାଇଥାଏ । ତେଣୁ ବ୍ରେକଫାଷ୍ଟର 2 ରୁ 3 ଘଣ୍ଟା ପରେ ଅର୍ଥାତ ଲଞ୍ଚ କରିବାର କିଛି ଘଣ୍ଟା ପୂର୍ବରୁ ବିଭିନ୍ନ ପ୍ରକାର ଫଳ, ପଇଡ ପାଣି, ସର୍ବତ, ଲେମ୍ବୁ ପାଣି କିମ୍ବା କିଛି ଡ୍ରାଏ ଫୃଟ୍ସ ଏହି ପ୍ରକାର ଖାଦ୍ୟରୁ ଅଳ୍ପ ପରିମାଣର ସେହି ସମୟରେ ଖାଆନ୍ତୁ ।

ଲଞ୍ଚ ସମୟରେ ଭାତ, ଡାଲି, ମାଛ, ମାଂସ, ଅଣ୍ଡା, ପରିବା ରୁ ପ୍ରସ୍ତୁତ ଡାଲି, ଭଜା ଏହିଭଳି ଖାଦ୍ୟ ଲଞ୍ଚରେ ଖାଇପାରିବେ । ଇଭନିଙ୍ଗ ଟାଇମରେ ପେଟକୁ ଖାଲି ରଖନ୍ତୁ ନାହିଁ । କିଛି ବି ହେଲଦି ଲାଇଟ୍ ଫୁଡ୍ ସେହି ସମୟରେ ଖାଇପାରିବେ । ଡିନରରେ ରୁଟି ସହ ଯାହା ବି ଘରେ ତରକାରୀ, ସଂତୁଳା ହୋଇଥିବ ତାହାକୁ ଖାଆନ୍ତୁ । ବହୁତ ହେଭି ଖାଇବା ଖାଇକି ସଙ୍ଗେ ସଙ୍ଗେ ଯାଇକି ଶୋଇପଡନ୍ତୁ ନାହିଁ ।

 

ଶୋଇବାର 1 ଘଣ୍ଟା ପୂର୍ବରୁ ଡିନର କରିଦିଅନ୍ତୁ । ବାସି ଖାଦ୍ୟ, କୋବି, ମୂଳା, ଅରୁଆ ଭଳି ଅଠା ଜାତୀୟ ଖାଦ୍ୟ ବହୁତ ଶୀଘ୍ର ପେଟରେ ହଜମ ନହୋଇବା କାରଣରୁ ତାହା ବହୁତ ଶୀଘ୍ର ଗ୍ଯାସ ସୃଷ୍ଟି କରିଥାନ୍ତି । ତେଣୁ ଅଧିକ ଗ୍ଯାସ ହେଉଥିବା ଲୋକମାନେ ଏହି ସବୁ ଖାଦ୍ୟକୁ କମ୍ ପରିମାଣର ଖାଆନ୍ତୁ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ ।