ପୂଜାଘରେ ଦିଆସିଲି ରଖୁଛନ୍ତି କି ? ପୂଜାଘରେ ଦିଆସିଲି ରଖୁଥିବା ମହିଳା ଶୀଘ୍ର ଦେଖନ୍ତୁ… (Vastu Tips)

ଘରର ପୂଜାଘରୁ ପୁରା ଘରକୁ ସକାରାତ୍ମକ ଊର୍ଜା ମିଳିଥାଏ । ତେଣୁ ପୂଜାଘର ତିଆରି କରିବା ବେଳେ ବାସ୍ତୁଶାସ୍ତ୍ରରେ ଲିଖିତ ନିୟମ ଗୁଡିକ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ପୂଜାଘରେ ଘରର ସମସ୍ତ ସଦସ୍ୟଙ୍କ ପସନ୍ଦର ଦେବାଦେବୀ ରହିଥାନ୍ତି ଓ ଅନେକ ପୂଜା ସାମଗ୍ରୀ ମଧ୍ୟ ରଖିଥାଉ । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ, କାରଣ ପୂଜାଘରେ ସୀମିତ ସଂଖ୍ୟାରେ ଦେବାଦେବୀ ରଖିବା ଉଚିତ । ପୂଜାଘରକୁ ନେଇ ଏହିଭଳି ଅନେକ ଭୁଲ ଆମେ କରିଥାଉ, ତେଣୁ ଆସନ୍ତୁ ଜଣାଇବା ପୂଜା ଘରେ କେଉଁ ସବୁ ଭୁଲ୍ କରିବା ଉଚିତ ନୁହେଁ ।

ପୂଜାଘର ସବୁବେଳେ ପରିଷ୍କାର ରଖିବା ଉଚିତ ଓ ନିଜେ ମଧ୍ୟ ସ୍ବଚ୍ଛ ହୋଇ ପୂଜାଘରକୁ ଯିବା ଉଚିତ । ପୂଜାଘରର ଦ୍ଵାରା ଦକ୍ଷିଣ ଦିଗକୁ ହେବା ଉଚିତ ନୁହେଁ କି ଦେବାଦେବୀଙ୍କ ମୁହଁ ଦକ୍ଷିଣ ଦିଗକୁ ରହିବା ଉଚିତ । ଏହା ଯମଙ୍କର ଦିଗ ହୋଇଥିବାରୁ ଏହି ଦିଗରେ ଭଗବାନଙ୍କ ପାଇଁ ଲଗାଯାଉଥିବା ଦୀପ ମଧ୍ୟ ରଖା ଯାଏନାହିଁ । ଏହାସହ ପୂଜାଘରେ ରହିଥିବା ଦେବାଦେବୀଙ୍କ ମୁହଁ ଯେପରି ସାମ୍ନାସାମ୍ନି ନରୁହେ ସେଥିପ୍ରତି ଧ୍ୟାନ ଦେବା ଉଚିତ ।

ପୂଜାଘରେ ଛିଡା ହୋଇଥିବା ଗଣେଶ, ତାଣ୍ଡବ କରୁଥିବା ଭଗବାନ ଶିବ, ହନୁମାନ ଓ ମା ଦୂର୍ଗାଙ୍କର ରୁଦ୍ରରୂପୀ ଫଟୋ କିମ୍ବା ରଖିବା ଉଚିତ ନୁହେଁ କି କୌଣସି ଭଗବାନଙ୍କ ଖଣ୍ଡିତ ମୂର୍ତ୍ତି ମଧ୍ୟ ରଖିବା ଉଚିତ ନୁହେଁ  । ଶାନ୍ତ ଭାବେ ବିରାଜମାନ ଥିବା ଦେବାଦେବୀଙ୍କ ଫଟୋ ଓ ମୂର୍ତ୍ତି ରଖନ୍ତୁ । ପୂଜାଘରେ ଜୀବିତ କିମ୍ବା ମୃତ କୌଣସି ବ୍ୟକ୍ତି ବା ସାଧୁସନ୍ଥଙ୍କ ଫଟୋ ଠାକୁରଙ୍କ ସହ ମିଶାଇ ରଖନ୍ତୁ ନାହିଁ ।

କୌଣସି ଦେବାଦେବୀଙ୍କ ଏକାଧିକ ଫଟୋ ମଧ୍ୟ ପୂଜାଘରେ ରଖନ୍ତୁ ନାହିଁ କି ୪-୫ ଇଞ୍ଚରୁ ଅଧିକ ବଡ ଫଟୋ ଓ ମୂର୍ତ୍ତି ମଧ୍ୟ ରଖନ୍ତୁ ନାହିଁ । ସେହିପରି ଘରର ମନ୍ଦିରରେ ୨ ଇଞ୍ଚରୁ ଅଧିକ ବଡ ଶିବଲିଙ୍ଗ ରଖନ୍ତୁ ନାହିଁ । ମା କାଳୀ, ଶନିଦେବ ଓ ଭୈରବଙ୍କ ମୂର୍ତ୍ତି ଘରର ମନ୍ଦିରରେ ରଖିବା ବର୍ଜିତ ଅଟେ ।

ଆମର ପ୍ରାଚୀନ ହିନ୍ଦୁଶାସ୍ତ୍ରରେ ସୂର୍ଯ୍ୟଦେବ, ଭଗବାନ ବିଷ୍ଣୁ, ଗଣେଶ, ମା ପାର୍ବତୀ ଓ ଭଗବାନ ଶିବ ଏହି ୫ ଦେବଙ୍କ ପ୍ରତିମା ପୂଜା ବିଷୟରେ କୁହାଯାଇଛି । ତେଣୁ ପ୍ରତ୍ଯେକ ଘରର ମନ୍ଦିରରେ ଏମାନଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିବା ଉଚିତ । ଘରର ପାଇଖାନା ପାଖରେ କେବେଇ ପୂଜାଘର ରଖନ୍ତୁ ନାହିଁ ଏବଂ ଅନ୍ୟ କୋଠରି ଅପେକ୍ଷା ପୂଜାଘରକୁ ସାମାନ୍ଯ ଉଚ୍ଚ କରନ୍ତୁ ।

ପୂଜାଘରେ ପୂଜା କରିବା ପରେ ଜିନିଷପତ୍ର ଏଣେତେଣେ ବିଛାଡି ପକାନ୍ତୁ ନାହିଁ । ଅନେକ ଲୋକ ପୂଜା ପାଇଁ ଦୀପ ଓ ଧୂପ ଲଗାଇବା ପରେ ଦିଆସିଲି କାଠିକୁ ସେହିଠାରେ ହିଁ ପକାଇ ଦିଅନ୍ତି । କିନ୍ତୁ ପୂଜାଘରେ ଜଳିଥିବା ଦିଆସିଲି କାଠିକୁ ସାଙ୍ଗେ ସାଙ୍ଗେ ଡଷ୍ଟବିନରେ ପକାଇ ଦିଅନ୍ତୁ ।

ଯଦି ଦୀପ ଜଳାଇବା ପାଇଁ ଆପଣଙ୍କୁ ପୂଜାଘରେ ଦିଆସିଲି ଡବା ରଖିବାକୁ ପଡୁଛି ତେବେ ଏହାକୁ କୌଣସି କାଗଜ କିମ୍ବା କପଡାରେ ଗୁଡାଇ ରଖନ୍ତୁ । କିନ୍ତୁ ଦୀପ ଜଳାଇବା ପାଇଁ ଲାଇଟର ଭଳି ଜିନିଷର ପ୍ରୟୋଗ ଭୁଲରେ ମଧ୍ୟ କରନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।