ଭାରତ ଆସିବା ଆଗରୁ ସ୍ବାମୀଙ୍କ ଠାରୁ ଲକ୍ଷାଧିକ ତାଙ୍କ ଆଣିଥିଲେ ସୀମା ହାଇଦର । ପାକିସ୍ତାନ ରୁ ଭାରତ ଆସିଥିବା ସୀମା ଙ୍କ ଗୁମର ଖୋଲିଲେ ତାଙ୍କ ସ୍ଵାମୀ । ସ୍ତ୍ରୀ ଙ୍କ ଅତୀତ କହିଥିଲେ ପୂର୍ବତନ ସ୍ଵାମୀ । ହଁ ଦର୍ଶକ ବନ୍ଧୁ ଶତ୍ରୁ ଦେଶ ପାକିସ୍ତାନ ରୁ ଭାରତ ଆସିଥିବା ସୀମା ହାଇଦର ଙ୍କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଚାଲିଛି । ଗ୍ରେଟର ନୋଏଡା ର ସଚିନ ଙ୍କ ସହ PUBG ଖେଳରୁ ସୀମା ହାଇଦର ଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ।
ଏବେ ସୀମା ଭାରତରେ ଅଛନ୍ତି । ତେବେ ସୀମା ଙ୍କ ସ୍ଵାମୀ ଏବେ ବି ସୀମା କୁ ଫେରାଇ ନେବାକୁ ଚାହୁଁ ଛନ୍ତି । ତାଙ୍କର 4 ଜଣ ପିଲା ମଧ୍ୟ ପାକିସ୍ତାନ ଫେରି ଆସନ୍ତୁ ବୋଲି ନିବେଦନ କରିଛନ୍ତି । ସୀମାଙ୍କ ସ୍ଵାମୀ ଗୋଲାମ ହାଇଦର ଜାତୀୟ ଗଣମାଧ୍ୟମ କୁ ନିଜର ବୟାନ ଦେଇଛନ୍ତି । ଯେଉଁଥି ରେ ସେ ସୀମାକୁ କେତେ ଭଲ ପାଆନ୍ତି ଓ ତାଙ୍କ ଅତୀତ ସମ୍ପର୍କରେ କହିଛନ୍ତି ।
ଗୋଲାମ ହାଇଦର କହିଛନ୍ତି କି ସୀମା ସଚିନ ଙ୍କ ପ୍ରେମରେ ପଡି ଭାରତ ଯାଇଛନ୍ତି କିନ୍ତୁ ସେ ମୋତେ ପ୍ରେମ ବିବାହ କରିଥିଲେ । ଆମ ପ୍ରେମକୁ ବିବାହର ରୂପ ଦେବା ପାଇଁ ବହୁତ କଷ୍ଟ ସହିବାକୁ ପଡିଥିଲା । ଉଭୟଙ୍କ ଜାତିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଆମ ପରିବାର କି ସୀମାଙ୍କ ପରିବାର ବିବାହ ପାଇଁ ରାଜି ନ ଥିଲେ । ଶେଷରେ ଆମେ ଘରୁ ପଳାଇ ବାହା ହୋଇଥିଲୁ ।
ଆମ ପାଖରେ କୋର୍ଟ ଆଫିଡିଭିଟି ମଧ୍ୟ ଅଛି । ତେବେ ସୀମା ଯେବେ ଗୁଲାମ ଙ୍କୁ ବିବାହ କରିଥିଲେ ସେତେବେଳେ ତାଙ୍କର ବୟସ ମାତ୍ର 19 ବର୍ଷ ଥିଲା । ସେ ଆଫିଟିଭିଟି ରେ ଲେଖିଛନ୍ତି କି ତାଙ୍କ ବାପା ମା ବହୁତ ଲୋଭୀ । ତାଙ୍କ ଇଚ୍ଛା ବିରୁଦ୍ଧରେ ଜବରଦସ୍ତ ଅନ୍ୟ ସହ ବିବାହ ଅଋ ଦେଇଥିଲେ । କିନ୍ତୁ ସେ ଗୁଲାମ କୁ ଭଲ ପାଉଥିବା ବେଳେ ନିଜ ଇଚ୍ଛା ରେ ବିବାହ କରିଛନ୍ତି ।
ଯେଉଁଥି ରେ ସ୍ଵାମୀ ଗୁଲାମ ଙ୍କ ହସ୍ତାକ୍ଷର ରହିଛି । ଆଗକୁ ଗୁଲାମ କହିଛନ୍ତି କି ମୁଁ ଯେବେ ସୀମାଙ୍କ ସହ ପ୍ରେମ ସମ୍ପର୍କରେ ଥିଲି ଆଉ ପରିବାରରେ ବିବାଦ ଲାଗି ରହିଥିଲା କି ସେହି ସମୟରେ ସୀମା କୋର୍ଟ ରେ ବିବାହ କରିବାକୁ କହିଥିଲେ । ପରେ ତାଙ୍କ କଥାରେ ଆମେ ଦୁହେଁ ଆସି କରାଚି ରେ ରହିଲୁ । 3ଟି ପିଲା ଜନ୍ମ ପରେ ଚତୁର୍ଥ ପିଲା ବେଳକୁ ଘର ଚାଲିବା କଷ୍ଟକର ହୋଇପଡିଲା ।
ତାପରେ ମୁଁ ଚୁକ୍ତି କରି 3 ବର୍ଷ ସାଉଦି ଆରବ ଚାଲି ଆସିଲି । ସୀମା ପ୍ରଥମେ ମୋତେ ଫୋନ କରୁଥିଲା । ମୁଁ ମାସିକ ସୀମାଙ୍କ ପାଖକୁ 70ରୁ 80 ହଜାର ଟଙ୍କା ପଠାଉଥିଲି । ଦେଢ ବର୍ଷ ପରେ ସେ ମୋତେ 16 ଲକ୍ଷ ଟଙ୍କା ମାଗିଥିଲେ ଓ ମୁଁ ପଠାଇଥିଲି । ମୋ ସ୍ତ୍ରୀ ଓ ଛୁଆଙ୍କୁ ଫେରାଇବାକୁ ମୁଁ ଭାରତ ଓ ପାକିସ୍ତାନ ସରକାରଙ୍କୁ ନିବେଦନ କରୁଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।