ପୁଅ ମାନଙ୍କର ଏହି ସବୁ କଥାରେ ବିବାହ ପାଇଁ ତୁରନ୍ତ ପ୍ରସ୍ତୁତ ହେଇଯାନ୍ତି ଝିଅମାନେ !

ସବୁ ପୁଅଙ୍କ ମଧ୍ୟରେ କିଛି ଖାସ କଥା ଥାଏ ଯେଉଁଥି ପାଇଁ ଝିଅମାନେ ତାଙ୍କ ପଛରେ ପାଗଳ ହୋଇଥାନ୍ତି । ସାଧାରଣତଃ ବର୍ତ୍ତମାନ ଯୁଗରେ ଝିଅମାନଙ୍କୁ ନିଜ ଅଧୀନରେ କରିବା ବହୁତ କଷ୍ଟକର ହୋଇଛି । ହେଲେ କିଛି ପୁଅ ଅଛନ୍ତି ଯେଉଁ ମାନଙ୍କ ପାଇଁ ଝିଅ ସବୁ କିଛି କରିବା ପାଇଁ ରେଡି ହୋଇଯାନ୍ତି । ଏହି ସବୁ ପୁଅ ମାନଙ୍କ ମଧ୍ୟରେ କିଛି ଖାସ କଥା ଥାଏ ଯାହା ପାଇଁ ଝିଅମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି । ଯଦି ଆପଣ ବିବାହ କରିବାକୁ ଯାଉଛନ୍ତି ତେବେ ଏହାକୁ ନିହାତି ଜାଣି ରଖନ୍ତୁ । ତେବେ ଆସନ୍ତୁ ଜାଣିବା ପୁଅମାନଙ୍କର ସେହି ଗୁଣ ବିଷୟରେ ।

୮୦ ପ୍ରତିଶତ ଝିଅ ଚାହାଁନ୍ତି ତାଙ୍କ ପାର୍ଟନର ସେମାନଙ୍କର ବିଶ୍ଵାସୀ ହୋଇ ରୁହନ୍ତୁ । ବହୁତ ଥର ଦେଖା ଯାଇଛି କି ବିବାହ ପରେ ଝିଅ ମାନଙ୍କ ପାଇଁ ଦାଇତ୍ଵ ବଢିଯାଇଥାଏ ଓ ସେମାନଙ୍କର ସ୍ଵାଧୀନତାକୁ ରୋକା ଯାଇଥାଏ ।


ବିବାହ ପୂର୍ବରୁ ଝିଅ ତା’ର ସ୍ଵାମୀ ଠାରୁ ଫ୍ୟାମିଲି ପ୍ଲାନିଂ ବିଷୟରେ ଜାଣିବାକୁ ଇଛା କରିଥାଏ । ନିଜର ଭବିଷ୍ୟତ ଓ ପିଲା ପାଇଁ ସେମାନେ କଣ ଭାବନ୍ତି ଝିଅ ମାନେ ଏହା ଜାଣିବାକୁ ଚାହାଁନ୍ତି । ଝିଅ ମାନଙ୍କ ପାଇଁ ଏହି କଥା ମଧ୍ୟ ଅଧିକ ଗୁରୁତ୍ଵ ଥାଏ କି ତା’ର ହେବାକୁ ଯାଉଥିବା ସ୍ଵାମୀର ବ୍ୟବହାର ତା’ର ସାଙ୍ଗ ମାନଙ୍କ ପ୍ରତି କେମିତି ଅଟେ ।


ସବୁ ମଣିଷ ନିଜ ମାତା ପିତାଙ୍କୁ ଅଧିକ ଭଲ ପାଇଥାନ୍ତି । ଝିଅମାନେ ଚାହାନ୍ତି କି ଯିଏ ତାଙ୍କର ଲାଇଫ ପାର୍ଟନର ହେବ ସେ ତାଙ୍କ ର ମାତା ପିତାଙ୍କୁ ସମ୍ମାନ ଦେଉଥିବ ।


ଆଜିକାଲିର ଦୁନିଆରେ ସମସ୍ତେ ନିଜର ସ୍ଵାର୍ଥ ଦେଖିଥାନ୍ତି । ସାଧାରଣତଃ ବିବାହର ପ୍ରଥମ କିଛି ବର୍ଷ ଭଲରେ ଯାଇଥାଏ । ଏହା ପରେ ପାରିବାରିକ ବିଶୃଙ୍ଖଳା ଆରମ୍ଭ ହୋଇଥାଏ । ସେଥିପାଇଁ ଝିଅମାନେ ନିଜର ଜୀବନ ସାଥୀକୁ ଭଲ ଭାବେ ପରଖି ବିବାହ ପାଇଁ ପ୍ରସ୍ତୁତ ହୋଇଥାନ୍ତି । ଏହି ସବୁ ଗୁଣ ଥିବା ପୁଅମାନଙ୍କୁ ବିବାହ କରିବା ପାଇଁ ଝିଅମାନେ ସବୁବେଳେ ପ୍ରସ୍ତୁତ ଥାଆନ୍ତି ।