ପୁଅ ଥିଲେ 5 ଲକ୍ଷ ଦେଇଥାନ୍ତି ଏବେ ଝିଅ ପାଇଁ ଆଉ… ସୁକାନ୍ତଙ୍କ ପୁଅର ମୃତ୍ୟୁକୁ ନେଇ ମୁହଁ ଖୋଲିଲେ Rani Panda, ଦେଖନ୍ତୁ video

ଗତ କିଛିଦିନ ତଳେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍ ଧକ୍କାରେ ଆଠଗଡ ରାଜନଗର ଗାଁ’ର ସୁକାନ୍ତ ବେହେରାଙ୍କ ମୃତ୍ୟୁ ହୋଇଥିଲା । ଆଉ ସୁକାନ୍ତଙ୍କ ମୃତ୍ୟୁକୁ ମାସେ ନ ପୁରୁଣୁ ତାଙ୍କର ତିନି ବର୍ଷର ନିରୀହ ପୁଅଟି ଆରପାରିକୁ ଚାଲି ଯାଇଛି । ଆପଣ ନିଶ୍ଚୟ ଶୁଣିଥିବେ କି ଗରମ ପେଜ ଢାଳି ହୋଇଯିବା ହେତୁ ମୃତ ସୁକାନ୍ତ ବେହେରାଙ୍କ ତିନି ବର୍ଷର ପୁଅ ପ୍ରାଣ ହରାଇଛି । ରାଣୀଙ୍କ କାର୍ ଧକ୍କାରେ ସୁକାନ୍ତଙ୍କ ମୃତ୍ୟୁ ହେବା ପରେ ଦୁଃଖରେ ଭାଙ୍ଗି ପଡିଥିଲେ ରାଣୀ ପଣ୍ଡା ।

ତାଙ୍କ କାର୍ ଆଗରେ ହିଁ ସୁକାନ୍ତଙ୍କ ଜୀବନ ଯିବାର ଥିଲା ବୋଲି ସେ କୋଷି ହେଉଥିଲେ । ଆଉ ଏବେ ସୁକାନ୍ତଙ୍କ ପୁଅର ମୃତ୍ୟୁ ଘଟିବା ପରେ ରାଣୀ ପଣ୍ଡା ଆହୁରି ଦୁଃଖରେ ଭାଙ୍ଗି ପଡିଛନ୍ତି । ତାଙ୍କ ମୁଣ୍ଡରେ ସତେ ଯେମିତି ଦୁଃଖର ପାହାଡ ଲଦି ହୋଇପଡିଛି । ସୁକାନ୍ତଙ୍କ ମୃତ୍ୟୁ ପରେ ରାଣୀ ପଣ୍ଡାଙ୍କୁ ସମସ୍ତେ ଦୋଷ ଦେବାରେ ଲାଗିଥିଲେ । ଏନେଇ ରାଣୀ ପଣ୍ଡା କାନ୍ଦି କାନ୍ଦି କହିଥିଲେ କି, ଯଦି ସମସ୍ତେ କହୁଛନ୍ତି କି ମୁଁ ସୁକାନ୍ତଙ୍କୁ ମାରିଛି ତେବେ ତାଙ୍କର ପିଲାଛୁଆର ଦାୟିତ୍ଵ ମୁଁ ନେବି ।

ସୁକାନ୍ତଙ୍କ ପରିବାରକୁ 35 ହଜାର ଟଙ୍କା ପଠାଇବା ସହ ଏକାଦଶାହରେ 500 ଲୋକଙ୍କ ପାଇଁ ଅବଢା ମଧ୍ୟ ପଠାଇଥିଲେ । ରାଣୀଙ୍କ ଠାରୁ ସାହାଯ୍ୟ ପାଇବା ପରେ ସୁକାନ୍ତଙ୍କ ପରିବାର ରାଣୀ ପଣ୍ଡାଙ୍କ ଉପରେ ଶାନ୍ତ ହୋଇଥିଲେ । ଆଉ ଏବେ ସୁକାନ୍ତଙ୍କ ପୁଅର ମୃତ୍ୟୁ ପରେ ରାନୀ ପଣ୍ଡା କହିଛନ୍ତି କି, ସେ ସୁକାନ୍ତଙ୍କ ପରିବାରକୁ କଥା ଦେଇଥିଲେ କି ତାଙ୍କ ପୁଅର ପାଠପଢା ପାଇଁ 5 ଲକ୍ଷ ଟଙ୍କା ଦେବେ ଓ ଝିଅ ପାଇଁ କିଛି ଟଙ୍କା ଫିକ୍ସ ଡିପୋଜିଟ କରିବେ ବୋଲି ।

କିନ୍ତୁ ପୁଅ ତ ଚାଲିଗଲା ଏବେ ସୁକାନ୍ତଙ୍କ ଝିଅକୁ ଯଥାସମ୍ଭବ ସାହାଯ୍ୟ କରିବେ ବୋଲି ସେ କଥା ଦେଇଛନ୍ତି । ସୁକାନ୍ତଙ୍କ ନିରୀହ ପୁଅଏ ମୃତ୍ୟୁ ପଛରେ ରାଣୀଙ୍କର କୌଣସି ହାତ ନଥିଲେ ମଧ୍ୟ ଲୋକେ ଏଥିପାଇଁ ତାଙ୍କୁ ଦୋଷ ଦେବାକୁ ପଛାଉ ନାହାନ୍ତି । ତେଣୁ ସବୁକିଛି ସହିବା ପାଇଁ ଭଗବାନଙ୍କ ସାହାଯ୍ୟ ଲୋଡିଛନ୍ତି ରାଣୀ ପଣ୍ଡା । ରାଣୀ ପଣ୍ଡା ଏ ପର୍ଯ୍ୟନ୍ତ ରାଣୀଙ୍କ ପରିବାରକୁ ଭେଟିବାକୁ ଯାଇ ନାହାନ୍ତି ।

ତାଙ୍କ ଦେହ ଅସୁସ୍ଥ ଥିବାବେଳେ ଅନେକ ବ୍ୟକ୍ତିଗତ ସମସ୍ଯା ରହିଛି ଏବଂ ପ୍ରୋଗ୍ରାମରେ ମଧ୍ୟ ବ୍ୟସ୍ତ ରହୁଛନ୍ତି । ତେଣୁ ଏ ସମୟରେ ସୁକାନ୍ତଏନକେ ପରିବାର ପାଖକୁ ଯିବାକୁ ସେ ଉଚିତ ମନେ କରୁନାହାନ୍ତି ବୋଲି କହିଛନ୍ତି । ସମୟ ଆସିଲେ ସେ ନିଶ୍ଚୟ ଯିବେ ତାଙ୍କ ପରିବାରକୁ ସାହାଯ୍ୟ କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।