IPL 2023 Mini Auction ରେ ସବୁଠୁ ବଡ ଭୁଲ୍ କରିଦେଲା CSK, MS Dhoni ଙ୍କ ଟ୍ରମ୍ଫ କାର୍ଡକୁ ହାତେଇଲା KKR, ଚିନ୍ତାରେ ଫ୍ୟାନ୍ସ

ଗତକାଲି ଶେଷ ହୋଇଛି ଆଇପିଏଲ 2023 ମିନି ଅକ୍ସନ । ବର୍ତ୍ତମାନ କେଉଁ ଦଳ ପାଇଁ କିଏ ଖେଳିବେ ତାହା ସ୍ପଷ୍ଟ ମଧ୍ୟ ହୋଇ ସାରିଛି । ତେବେ ଏଥର ଆଇପିଏଲ ମିନି ଅକ୍ସନରେ ସାମ କୁରନ, ବେନ ଷ୍ଟୋକ୍ସ, ମୟଙ୍କ ଅଗ୍ରୱାଲ ଭଳି ନାମୀ ଖେଳାଳିଙ୍କ ନାଁ ଥିବାବେଳେ ଏଥିରେ ତାମିଲନାଡୁର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏନ. ଜଗଦୀଶନଙ୍କ ନାମ ମଧ୍ୟ ସାମିଲ ଥିଲା । ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି ସେ ଜାତୀୟ ସ୍ତରରେ ନିଜ ନାଁ ବନେଇ ପାରିଛନ୍ତି ।

ଗତ ବିଜୟ ହଜାରେ ଟ୍ରଫିରେ ଏନ. ଜଗଦୀଶନ ଧୂଆଁଦାର ବ୍ୟାଟିଂ କରି ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି । ଯେଉଁଥି ପାଇଁ ଏଥର ଆଇପିଏଲ ଅକ୍ସନ ରେ ତାଙ୍କର ଚାହିଦା ବେଶ ବଢି ଯାଇଥିଲା । ତେବେ ଏନ. ଜଗଦୀଶନ 2023 ଆଇପିଏଲ ରେ କୋଲକାତା ନାଇଟ ରାଇଡ଼ର୍ସ ତରଫରୁ ଖେଳିବେ । କାରଣ କୋଲକାତା ର ଆଇପିଏଲ ଫ୍ରାଞ୍ଚାଇଜି ଏନ. ଜଗଦୀଶନଙ୍କୁ 90 ଲକ୍ଷ ଟଙ୍କାରେ କିଣି ସାରିଛି ।

ଯଦିଓ ଏନ. ଜଗଦୀଶନଙ୍କ ଭଳି ବ୍ୟାଟ୍ସମ୍ୟାନ ଆହୁରି ଅଧିକ ମୂଲ୍ଯରେ ବିକ୍ରି ହେବେ ବୋଲି ସମସ୍ତେ ଆଶା କରୁଥିଲେ, ତଥାପି ଜଣେ ଘରୋଇ ଖେଳାଳି 90 ଲକ୍ଷରେ ବିକ୍ରି ହେବା କିଛି କମ୍ କଥା ନୁହେଁ । ଗତ ବିଜୟ ହଜାରେ ଟ୍ରଫିରେ ସବୁଠୁ ଅଧିକ ରନ୍ ବନେଇଥିବା ବ୍ୟାଟ୍ସମ୍ୟାନ ହେଉଛନ୍ତି ଏନ. ଜଗଦୀଶନ । ସେ ଟୁର୍ଣ୍ଣାମେଣ୍ଟରେ 8ଟି ମ୍ଯାଚ ଖେଳି 138.33 ପ୍ରତିଶତରେ 830 ରନ୍ ବନେଇ ଥିଲେ ।

ଏହାସହ ଅରୁଣାଚଳ ପ୍ରଦେଶ ବିପକ୍ଷ ମ୍ଯାଚରେ ସେ ମାତ୍ର 141 ରନ୍ ରେ 277 ରନ୍ ର ଦମଦାର ପାରି ଖେଳିଥିଲେ । ଲଗାତାର 5ଟି ମ୍ଯାଚରେ 5ଟି ଶତକ ରନ୍ ମଧ୍ୟ ପାର୍ କରି ଦେଇଥିଲେ । ଗତ 5ଟି ଆଇପିଏଲ ସିଜିନରେ ଚେନ୍ନାଇ ସୁପର କିଙ୍ଗସ୍ ତରଫରୁ ଖେଳୁଥିଲେ ଜଗଦୀଶନ । ଏତେ ବର୍ଷ ଧରି ଟିମ୍ ରେ ରହିଥିବା ଏହି ପ୍ରତିଭାବାନ ଖେଳାଳିଙ୍କୁ ଦଳରୁ ରିଲିଜ କରିବା ଚେନ୍ନାଇ ସୁପର କିଙ୍ଗସ୍ ର ସବୁଠୁ ବଡ ଭୁଲ୍ ବୋଲି ମାନାଯାଉଛି ।

ନିଜ ଭୁଲ୍ ସୁଧାରିବା ପାଇଁ ଅକ୍ସନରେ ଏନ ଜଗଦୀଶନଙ୍କ ଉପରେ କୋଲକାତା ସହ ଚେନ୍ନାଇ ମଧ୍ୟ ବୋଲି ଡ଼ାକିଥିଲା । କିନ୍ତୁ କୋଲକାତା ଶେଷରେ ତାଙ୍କୁ କିଣି ନେଇଥିଲା । ପୂର୍ବରୁ ଚେନ୍ନାଇ ତରଫରୁ ଖେଳିବାକୁ ତାଙ୍କୁ ଅଧିକ ସୁଯୋଗ ମିଳି ନଥିବା ବେଳେ କୋଲକାତା ତରଫରୁ ତାଙ୍କୁ ଅଧିକ ମ୍ଯାଚ ଖେଳିବାକୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।