ପୁଅ କି ଝିଅ ଦରକାର ଏନେଇ ଦମ୍ପତ୍ତିମାନେ ନେଇପାରିବେ ଆଗୁଆ ନିଷ୍ପତ୍ତି । ବୈଜ୍ଞାନିକ ମାନେ ଏଭଳି ଜ୍ଞାନ-କୌଶଳ ପ୍ରସ୍ତୁତ କରିଛନ୍ତି ଯାହା ମାଧ୍ୟମରେ ଦମ୍ପତ୍ତି ଶିଶୁଙ୍କ ଲିଙ୍ଗ ନେଇ ନିଷ୍ପତ୍ତି ନେଇପାରିବେ । ଏହି ଜ୍ଞାନ-କୌଶଳ ସୁରକ୍ଷିତ ଏବଂ 80% ଫଳାଫଳ ଦେବ ବୋଲି କହିଛନ୍ତି ବୈଜ୍ଞାନିକ । ନ୍ୟୁୟର୍କର ୱେଲକର୍ଣ୍ଣେଲ ମେଡ଼ିସିନ ର ଗବେଷଣା କରୁଥିବା ପ୍ରଫେସର ଇଆନ ପ୍ୟାରୋ ଏନେଇ ନୂଆ ତଥ୍ୟ ହାସଲ କରିଛନ୍ତି । ଏହି ଗବେଷଣାରୁ ଆପଣଙ୍କର ଝିଅ ଦରକାର ନା ପୁଅ ଏନେଇ ଆପଣ ନିଷ୍ପତ୍ତି ନେଇପାରିବେ ।
ଲିଙ୍ଗ ନିଷ୍ପତ୍ତି ନେଇ ସଫଳତା ମିଳିଛି ବୋଲି ବୈଜ୍ଞାନିକ ମାନେ କହିଛନ୍ତି । ହେଲେ ମନ ମୁତାବକ ଏଭଳି କରିବା ବେଶ ଗମ୍ଭୀର ବିଷୟ ଅଟେ । କାରଣ ବିଶ୍ଵର ଅନେକ ଦେଶରେ ଜନ୍ମ ପୂର୍ବରୁ ଶିଶୁଙ୍କ ଲିଙ୍ଗ ନିରୂପଣ କରିବା ବେଆଇନ ଅଟେ । ଯଦି ଗର୍ଭସ୍ଥ ଶିଶୁ କୌଣସି ରୋଗରେ ଆକ୍ରାନ୍ତ ଥାଏ ତେବେ କେବଳ ଏହି ଗୋଟିଏ ସର୍ତ୍ତରେ ଶିଶୁର ଲିଙ୍ଗ ବାବଦରେ ତଥ୍ୟ ଦିଆଯାଏ । ଆମ ଶରୀରରେ x ଏବଂ y ଭଳି ଦୁଇ ପ୍ରକାର କ୍ରୋମୋଜୋମ ରହିଥାଏ ।
ଝିଅଙ୍କ ଜନ୍ମ ପଛରେ x କ୍ରୋମୋଜୋମ ଏବଂ ପୁଅଙ୍କ ଜନ୍ମ ପଛରେ y କ୍ରୋମୋଜୋମ ଦାୟୀ ହୋଇଥାଏ । ବୈଜ୍ଞାନିକ ମାନେ ଲିଙ୍ଗ ନିରୂପଣ ପୂର୍ବରୁ ସେହି କ୍ରୋମୋଜୋମକୁ ଚିହ୍ନଟ କରିଥିଲେ ଯାହାର ଫଳାଫଳ ସେମାନେ ଚାହୁଁଛନ୍ତି । ଏହା ଜାଣିବା ପାଇଁ ସେମାନେ ଡେନସିଟି ଜ୍ଞାନ-କୌଶଳର ସାହାରା ନେଇଥିଲେ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଡେନସିଟି ଜ୍ଞାନ-କୌଶଳ ଜରିଆରେ କ୍ରୋମୋଜୋମଟି x ନା y ଆପଣ ଜାଣିପାରିବେ ।
x କ୍ରୋମୋଜୋମ y କ୍ରୋମୋଜୋମ ତୁଳନାରେ ଶକ୍ତିଶାଳୀ ହୋଇଥାଏ । ଆପଣ କ୍ରୋମୋଜୋମ ନିଷ୍ପତ୍ତି ନେବାପରେ ସେହି ଅନୁସାରେ IVF ଜରିଆରେ ଲ୍ୟାବରେ ଭ୍ରୁଣକୁ ବିକଶିତ କରାଯାଇପାରିବ । ଏହି ଜ୍ଞାନ-କୌଶଳକୁ IVF ପ୍ରକ୍ରିୟାରେ ଲାଗୁ କରାଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । ଆପଣ ନିଜ ପସନ୍ଦ ଅନୁଯାୟୀ ଶିଶୁର ଲିଙ୍ଗ ନେଇ ନିଷ୍ପତ୍ତି ନେଇପାରିବେ । ଗବେଷଣା ବେଳେ ପ୍ରାୟ 1317 ଜଣ ସମ୍ପତ୍ତିଙ୍କ ଉପରେ ପରୀକ୍ଷା କରା ଯାଇଥିଲା ଓ ସେମାନଙ୍କୁ ଦୁଇଟି ଭାଗରେ ବିଭକ୍ତ କରାଯାଇଥିଲା ।
59 ଯୋଡି ଦମ୍ପତ୍ତି ଶିଶୁ କନ୍ୟା ପାଇଁ ଇଚ୍ଛା ପ୍ରକାଶ କରିଥିବା ବେଳେ ସେଥିରୁ 79% ଙ୍କୁ ସଠିକ ସଫଳତା ମିଳିଥିଲା । ସେହିଭଳି 46ଟି ଯୋଡି ପୁଅ ଇଚ୍ଛା କରିଥିଲେ ଓ ସେଥିରୁ 79.6% ସଠିକ ଫଳାଫଳ ମିଳିଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।