ଜାଣିଛନ୍ତି କି ପୃଥିବୀର ଶେଷ ରାସ୍ତା କେଉଁଠି ? ଯେଉଁଠି ଏକୁଟିଆ ଯିବା ମନା, ଏହି ରାସ୍ତା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ପ୍ରଶ୍ନ ଅଛି ମାନେ ତା’ର ଉତ୍ତର ଅଛି ଏବଂ ଆରମ୍ଭ ଅଛି ମାନେ ଶେଷ ବି ଅଛି । ଠିକ ସେହିଭଳି ଆମ ଦୁନିଆ ବହୁତ ବଡ, କିନ୍ତୁ ଏହାର ଶେଷ ଭାଗ ତ ଥିବ ଯେଉଁଠୁ ଆଉ ଆଗକୁ ଯିବାକୁ ରାସ୍ତା ନଥିବ । ଏପରି ପ୍ରଶ୍ନ କଣ ଆପଣଙ୍କ ମନରେ କେବେ ଆସିଛି କି, ଦୁନିଆର ଶେଷ ରାସ୍ତା କେଉଁଠି ? ଆଜି ଚାଲନ୍ତୁ ଏହିପରି ଏକ ପ୍ରଶ୍ନର ଉତ୍ତର ଖୋଜିବା ଓ ଜାଣିବା ଆମ ଦୁନିଆର ଶେଷ ରାସ୍ତା କେଉଁଠି ।

ଆମ ସମସ୍ତଙ୍କୁ ଜଣା କି ନର୍ଥ ପୋଲ ପୃଥିବୀର ସବୁଠାରୁ ସୁଦୂର ଅଞ୍ଚଳ ଅର୍ଥାତ ଉତ୍ତର ଧ୍ରୁବ ଠାରେ ଅଛି । ଏଠାରେ ପୃଥିବୀ ତା’ ଅକ୍ଷପଥରେ ଘୁରେ ଓ ଏଇଠି ନରୱେ ନାମକ ଦେଶ ମଧ୍ୟ ଅଛି । ଆଉ ସବୁଠାରୁ ଚମତ୍କାର କଥା ହେଉଛି ଏହି ନରୱେରେ ହିଁ ପୃଥିବୀର ଶେଷ ସଡକ ରହିଛି । ଯେଉଁଠି ଦୁନିଆ ଶେଷ ହୋଇଛି ଓ ଆଗକୁ ଯିବାକୁ ଆଉ ରାସ୍ତା ନାହିଁ । ଏହି ରାସ୍ତାର ନାମ ହେଉଛି ଇ-୬୯ । ଏଠାରେ ଆଗକୁ କେବଳ ବରଫ ଆଉ ସମୁଦ୍ର ରହିଛି ।

ଦୁନିଆର ଶେଷ ରାସ୍ତା ହୋଇଥିବାରୁ ଏଠାକୁ ଲୋକେ ଯିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି । ଏଠାକୁ ଯିବାକୁ ଚାହୁଁଥିଲେ ଗ୍ରୁପରେ ଯିବାକୁ ହେବ । ନରୱେରେ କେବଳ ବରଫ ଥିବାରୁ ଲୋକେ ଏଠାରେ ରାସ୍ତା ଭୁଲିଯାନ୍ତି । ଅତ୍ୟଧିକ ଥଣ୍ଡା କାରଣରୁ ଏଠାରେ କେହି ହଜିଗଲେ ଫେରିବା ମୁସ୍କିଲ ହୋଇପଡେ । ସେଥିପାଇଁ ଏହି ସ୍ଥାନକୁ ଏଖିବୀ ଏକୁଟିଆ ଯାଇ ନଥାନ୍ତି ।

୧୯୩୦ ପର୍ଯ୍ୟନ୍ତ ଏଠାକୁ ବେଶୀ ଲୋକ ଯାଉ ନଥିଲେ ଓ ଏଠାକାର ଲୋକେ ଜୀବିକା ପାଇଁ ମାଛ ଉପରେ ନିର୍ଭର କରୁଥିଲେ । କିନ୍ତୁ ୧୯୩୪ ପରେ ଏଠାକୁ ଲୋକଙ୍କ ଯାତାୟାତ ବଢିଲା ଓ ପର୍ଯ୍ୟଟନର ସମ୍ଭାବନା ବହୁତ ବଢିଗଲା । ଏଠାକୁ ଲୋକେ ହଜି ଯାଉଥିବା ଲୋକ ଭଳି ଅନୁଭବ କରନ୍ତି ଓ ଏଠାରେ ସୂର୍ଯ୍ୟାସ୍ତ ଦେଖିବାର ମଜା ମଧ୍ୟ ଅଲଗା । ଏହା ନର୍ଥ ପୋଲରେ ଥିବାରୁ ଏଠି ଗରମ ଦିନେ ସୂର୍ଯ୍ୟାସ୍ତ ହୁଏନି କି ଥଣ୍ଡାଦିନେ ସୁର୍ଜ୍ୟୋଦୟ ହୁଏନି ।

ଏଠାକାର ଲୋକେ ୬ ମାସ ଅନ୍ଧାରରେ ଓ ୬ ମାସ ଆଲୁଅରେ ରୁହନ୍ତି । ଗରମ ଦିନେ ଏଠାକାର ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସ ଯାଏଁ ରହୁଥିବା ବେଳେ ଥଣ୍ଡାଦିନେ ତାପମାତ୍ରା -୪୫ ଡିଗ୍ରୀ ସେଲସିୟସ ଯାଏଁ ଚାଲିଯାଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏତେ ଅସହ୍ୟ ଶୀତରେ ବି ଏଠାକୁ ଲୋକେ ଆସନ୍ତି ।

ଆମ ଦୁନିଆ ଠାରୁ ଏହି ନର୍ଥ ପୋଲ ଏକଦମ ଅଲଗା । ଏହା ସବୁଜ ନୀଳ ଆକାଶରେ କେତେବେଳେ ସବୁଜ ତ କେତେବେଳେ ନାରଙ୍ଗି ରଶ୍ମୀ ଦେଖା ଯାଉଥିବା ଏକ ରଙ୍ଗୀନ ଦୁନିଆ ଅଟେ । ଏହାକୁ ପୋଲାର ଲାଇଟ ବା ଆରୋରା ମଧ୍ୟ କୁହାଯାଏ । ଆପଣଙ୍କୁ ଏହି ସ୍ଥାନ ବିଷୟରେ ଜାଣି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।