ଜିନିଷ କିଣିବା ସମୟରେ ଛିଙ୍କ ଆସିବା କେଉଁ ସଙ୍କେତ ଦେଇଥାଏ ? ଏହା ସହ ଜାଣନ୍ତୁ ଆହୁରି 20 ରୁ ଅଧିକ ଅନୁଚିନ୍ତା

ପ୍ରକୃତିରେ କିଛି ଏପରି କିଛି ଏପରି ଶକ୍ତି ରହିଥାଏ ଯାହା ମନୁଷ୍ୟ ଜୀବନରେ ଘଟିବାକୁ ଥିବା ବିଭିନ୍ନ ଘଟଣା ସମ୍ପର୍କରେ ପୂର୍ବରୁ ସଙ୍କେତ ପ୍ରଦାନ କରିଥାଏ । ଚାଲନ୍ତୁ ଏହିପରି କିଛି ଘଟଣା ଏହା କେଉଁ ସଙ୍କେତ ପ୍ରଦାନ କରିଥାଏ ତାହା ଜାଣିବା । ସ୍ଵପ୍ନରେ କଳା ଘୋଡା ଦେଖିବା ଶୁଭ ହୋଇଥାଏ । ଏହା ସମାଜରେ ମାନସମ୍ମାନ ଏବଂ ପ୍ରତିଷ୍ଠା ପ୍ରାପ୍ତ ହେବାର ସଙ୍କେତ ଦେଇଥାଏ । ସ୍ଵପ୍ନରେ ନାଗସାପ ଦେଖିବା ଶୁଭ ହୋଇଥାଏ , ଏହା ଜୀବନରେ ସବୁ ପ୍ରକାରର ସୁଖ ସୁବିଧା ପ୍ରାପ୍ତ ହେବାର ସଙ୍କେତ ଦେଇଥାଏ ।

ସ୍ଵପ୍ନରେ ହରିଣ ଦେଖିବା ଶୁଭ ହୋଇଥାଏ, ଏହା କାର୍ଯ୍ୟକ୍ଷେତ୍ରରେ ସଫଳତା ଏବଂ ଧନ ପ୍ରାପ୍ତି ହେବାର ସଙ୍କେତ ଦେଇଥାଏ । ସ୍ଵପ୍ନରେ ଓଟ ଦେଖିବା ଅଶୁଭ ହୋଇଥାଏ । ଏହା କୌଣସି ଶାରୀରିକ ସମସ୍ଯା କିମ୍ବା ବିପଦରେ ପଡିବାର ସଙ୍କେତ ହୋଇଥାଏ । ସ୍ଵପ୍ନରେ ବାଘ କିମ୍ବା ସିଂହ ଦେଖିବା ଶୁଭ ହୋଇଥାଏ । ଏହା ଆପଣଙ୍କ ଅଟକି ଥିବା କାର୍ଯ୍ୟ ପୂରଣ ହେବାର ସଙ୍କେତ ଦେଇଥାଏ ।

ଯଦି ସ୍ଵପ୍ନରେ ବିଲେଇ ଦେଖନ୍ତି ତେବେ ଅଶୁଭ ହୋଇଥାଏ । ଏହା କାହାସହ ଝଗଡା ହେବାର ଏବଂ ଧନହାନି ହେବାର ସଙ୍କେତ ହୋଇଥାଏ । ସ୍ଵପ୍ନରେ ଶିବଲିଙ୍ଗ ଦେଖିବା ବହୁତ ଶୁଭ ହୋଇଥାଏ । ଏହା ନିକଟ ଭବିଷ୍ୟତରେ ସବୁ କଷ୍ଟ ଦୂର ହେବାର ସଙ୍କେତ ହୋଇଥାଏ । ଯଦି ଝରକା ପାଖରେ ପେଚା ତିନିଦିନ ଧରି ରାବେ ତେବେ ଏହା ବହୁତ ଅଶୁଭ ହୋଇଥାଏ , ଏହା ଚୋରୀ ଡକାୟତି କିମ୍ବା ଧନହାନି ହେବାର ସଙ୍କେତ ହୋଇଥାଏ ।

ଘର ଉପରେ ପେଚା ବାରମ୍ବାର ବସିବା ଅଶୁଭ ହୋଇଥାଏ । ଏହାଦ୍ବାରା ଘର ଉପରେ କୌଣସି ବିପଦ ପଡିବାର ସଙ୍କେତ ଦେଇଥାଏ । କାଉ ଉଡୁଥିବା ବେଳେ କାହାର ମୁଣ୍ଡ ଉପରେ ମଳତ୍ଯାଗ କରେ ତେବେ ଅଶୁଭ ହୋଇଥାଏ । ଏହା କୌଣସି ରୋଗରେ ପଡିବାର ସଙ୍କେତ ଦେଇଥାଏ । କିନ୍ତୁ କାଉ ଯଦି ଥଣ୍ଟରେ କୌଣସି ଖାଦ୍ଯପଦାର୍ଥ ନେଇ ଯାଉଥିବାର ଦେଖନ୍ତି ତେବେ ଶୁଭ ହୋଇଥାଏ । ଏହା ମନର ସବୁ ଇଚ୍ଛା ପୂର୍ତ୍ତି ହେବାର ସଙ୍କେତ ଦେଇଥାଏ ।

କାଉ ଯଦି ପାଣି ମାଠିଆ ଉପରେ ବସିଥିବାର ଦେଖନ୍ତି ତେବେ ବହୁତ ଶୁଭ ହୋଇଥାଏ । ଏହା ଧନସମ୍ପତ୍ତି ବୃଦ୍ଧି ହେବାର ସଙ୍କେତ ଦେଇଥାଏ । କାଉ ଯଦି କୌଣସି ଲୋକର ମୁଣ୍ଡ ଉପରେ ବସିଯାଏ ତେବେ ଅଶୁଭ ହୋଇଥାଏ । ଏହା ଧନ ଏବଂ ସନ୍ତାନ ହାନି ହେବାର ସଙ୍କେତହୋଇଥାଏ ।

ଯଦି କାଉମାନେ ଏକତ୍ର ହୋଇ ରାବ ଦିଅନ୍ତି ତେବେ ଅଶୁଭ ହୋଇଥାଏ । ଏହା ଘରର ମୁଖ୍ୟଲୋକଙ୍କ ଉପରେ କିଛି ବିପଦ ପଡିବାର ସଙ୍କେତ ଦେଇଥାଏ । ଯଦି କୌଣସି ମନ୍ଦିରରେ ପୂଜା କରିବା ପାଇଁ ଯାଇଥିବା ସମୟରେ ସାପ ଦେଖନ୍ତି ତେବେ ଶୁଭ ହୋଇଥାଏ । ଏହା ମନସ୍କାମନା ପୂର୍ଣ୍ଣ ହେବାର ସଙ୍କେତ ହୋଇଥାଏ । ଯଦି ଡାହାଣ ହାତ ଉପରେ ଝିଟିପିଟି ପଡେ ତେବେ କିଛି ଜିନିଷ ପ୍ରାପ୍ତି ହେବାର ସଙ୍କେତ ହୋଇଥାଏ ଏବଂ ଯଦି ବାମହାତରେ ପଡେ ତେବେ କିଛି ଜିନିଷ ହାନି ହେବାର ସଙ୍କେତ ଦେଇଥାଏ ।

ଯଦି କୌଣସି ଜିନିଷ କିଣିବା ସମୟରେ ଛିଙ୍କ ଆସେ ତେବେ ଶୁଭ ହୋଇଥାଏ ଏବଂ ଏହା କିଣିଥିବା ଜିନିଷ ଦ୍ଵାରା ଲାଭ ପ୍ରାପ୍ତି ହେବାର ସଙ୍କେତ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।