ଏହା ଅଟେ ପୃଥିବୀର ୪ଟି ସବୁଠୁ ଭୟାନକ ସ୍ଥାନ, ଯେଉଁଠି ମଣିଷକୁ ଯିବା ପାଇଁ ଅଟେ ମନା, ଦେଖନ୍ତୁ

ଏ ଦୁନିଆ ବହୁତ ବଡ ଓ ଅଜବ ଅଟେ । ଏଠି ଏମିତି ବହୁତ ସ୍ଥାନ ଅଛି, ଯେଉଁଠି ଆଜି ପର୍ଯ୍ୟନ୍ତ କେହି ବି ମନୁଷ୍ୟ ପହଞ୍ଚି ପାରି ନାହିଁ । ଏହା ସହିତ ଏହି ପୃଥିବୀରେ ଏମିତି ବି ବହୁତ ସ୍ଥାନ ଅଛି, ଯେଉଁଠି ମନୁଷ୍ୟକୁ ଯିବା ପାଇଁ ଅନୁମତି ନାହିଁ । ଏମାନଙ୍କ ମଧ୍ୟରୁ କିଛି ସ୍ଥାନ ଲୋକମାନଙ୍କ ନଜରରୁ ଲୁଚାଇ ରଖା ଯାଇଛି ତ କିଛି ସ୍ଥାନକୁ ମନୁଷ୍ୟଙ୍କର ଯିବା ବହୁତ ଭୟାନକ ଅଟେ । ଆଜି ଆମେ ଆପଣଙ୍କୁ କିଛି ଏମିତି ହିଁ ସ୍ଥାନ ବିଷୟରେ କହିବାକୁ ଯାଉଛୁ ।

ଏହା ଅଟେ ଦୁନିଆର ସବୁଠୁ ଭୟାନକ ସ୍ଥାନ :

ନର୍ଥ ସେଂଟିନଲ ଆଇଲ୍ୟାଣ୍ଡ (ହିନ୍ଦ ମହାସାଗର) :

Image courtesy: Google

ଆପଣଙ୍କୁ କହିଦେଉଛୁ କି ଏହି ଆଇଲ୍ୟାଣ୍ଡକୁ ହିନ୍ଦ ମହାସାଗରର ସବୁଠୁ ଭୟାନକ ଆଇଲ୍ୟାଣ୍ଡ ବୋଲି କୁହାଯାଏ । ନର୍ଥ ସେଂଟିନଲ ନାମକ ଏହି ଆଇଲ୍ୟାଣ୍ଡ ରେ ବହୁତ ହିଁ ଭୟାନକ ସେଂଟିନଲ ନାମକ ଜନଜାତି ରହିଥାନ୍ତି । ଏମାନେ ଦୁନିଆ ଠାରୁ ପୂରାପୂରି ଅଲଗା ରୁହନ୍ତି । ଯଦି କୌଣସି ବି ବାହାର ବ୍ୟକ୍ତି ଏଠାକୁ ଯିବାକୁ ଚେଷ୍ଟା କରିଥାଏ, ତାକୁ ଏଠିକାର ଜନଜାତି ମାରି ଦିଅନ୍ତି ।

ସ୍ନେକ ଆଇଲ୍ୟାଣ୍ଡ (ବ୍ରାଜୀଲ) :

Image courtesy: Google

ବ୍ରାଜିଲରେ ଏକ ଏମିତି ଆଇଲ୍ୟାଣ୍ଡ ବି ଅଛି ଯେଉଁଠି କେବଳ ସାପ ହିଁ’ ସାପ ରୁହନ୍ତି । ଏହି ଆଇଲ୍ୟାଣ୍ଡର ନାମ Ilha de Queimada Grande ଅଟେ । ଏଠି ମନୁଷ୍ୟକୁ ଯିବା ପାଇଁ ମନା ଅଟେ । କେବଳ ସାପ ଥିବାରୁ ଏହି ଆଇଲ୍ୟାଣ୍ଡକୁ ସ୍ନେକ ଆଇଲ୍ୟାଣ୍ଡ ବି କୁହାଯାଏ । ଏଠି ଗୋଲ୍ଡନ ପିଟ ୱାଈପର ନାମକ ସାପ ବହୁତ ଅଧିକ ଦେଖା ଯାଆନ୍ତି । ଯାହାକୁ ଦୁନିଆର ସବୁଠୁ ବିଷଧର ସାପ ବୋଲି କୁହାଯାଏ । ଏହି ଆଇଲ୍ୟାଣ୍ଡରେ ଏତେ ସାପ ଅଛନ୍ତି କି ଏକ ବର୍ଗ ମିଟରରେ ପାଖାପାଖି ୫ଟି ସାପ ରହିଥାନ୍ତି ।

ଲସ୍କେକ ଗୁମ୍ଫା (ଫ୍ରାନ୍ସ) :

Image courtesy: Google

ଗୋଟିଏ ସମୟ ଏମିତି ଥିଲା ଯେତେବେଳେ ଫ୍ରାନ୍ସର ଏହି ଲସ୍କେକ ର ଗୁମ୍ଫା ଗୁଡିକ ଛୁଟିରେ ବୁଲିବା ପାଇଁ ଲୋକମାନଙ୍କ ପାଇଁ ଏକ ଭଲ ସ୍ଥାନ ଥିଲା । କିନ୍ତୁ ଧୀରେ ଧୀରେ ଏହାର କଳାକୃତି ଗୁଡିକର କ୍ଷତି ହେବାକୁ ଲାଗିଲା, ସେଥିପାଇଁ ଏହାକୁ ସାଧାରଣ ଲୋକମାନଙ୍କ ପାଇଁ ବନ୍ଦ କରି ଦିଆ ଯାଇଛି ।

ଏରିୟା ୫୧ (ଆମେରିକା) :

Image courtesy: Google

ଏହା ଆମେରିକାର ଏକ ସିକ୍ରେଟ ମିଲିଟ୍ରୀ ବେସ ଅଟେ । ଯାହା ଆମେରିକାର ଲୋକମାନଙ୍କ ସହିତ ବି ପୁରା ଦୁନିଆ ପାଇଁ ଏକ ରହସ୍ୟ ଅଟେ । ଏହା ବିଷୟରେ ବିଭିନ୍ନ ମନଗଢା କାହାଣୀ ବି ଶୁଣିବାକୁ ମିଳିଥାଏ । କୁହାଯାଏ କି ଏଠି ଏକ ଯୂଏଫଓ କ୍ରାଶ ହୋଇଥିଲା, ଯେଉଁଥିରୁ ଏକ ଏଲିୟନ ବାହାରି ଥିଲା । ସେହି ଏଲିୟନକୁ ମିଲିଟ୍ରୀ ନିଜ ଆୟତରେ ରଖିଛି ।

୨୦୧୫ରେ ଆମେରିକା ଏଲିୟନର ଅସ୍ତିତ୍ୱକୁ ମାନିଥିଲା କିନ୍ତୁ ଏହା ବି କହିଥିଲା କି ଏରିୟା ୫୧ରେ କୌଣସି ଏଲିୟନକୁ ଲୁଚାଇ ରଖା ଯାଇ ନାହିଁ , କିନ୍ତୁ ସେଠାକୁ କେହି ବି ଯାଇ ପାରିବେ ନାହିଁ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।