ରାଜା ଜଙ୍ଗଲରେ ଖୋଜି ବୁଲୁଥିଲା, ସେଠି ଗୋଟେ ଝୁପୁଡି ଦେଖା ଗଲା, ଝୁପୁଡିରୁ ଦୁର୍ଗନ୍ଧ ଆସୁଥିଲା, ହେଲେ ରାଜା…

ମୃତ୍ୟୁ ଆମ ସମସ୍ତଙ୍କ ଜୀବନର ସତ୍ୟ ଅଟେ ଓ ଏହା ଆମେ ସମସ୍ତେ ଜାଣିଛୁ, ତଥାପି ଏହି କଥାକୁ ଆମେ ମାନିବାକୁ ଚାହୁନା ଓ ଏହା ଠାରୁ ବଞ୍ଚିବାକୁ ଚାହିଁଥାଉ । ଆମକୁ ଜଣା ଅଛି କି ଦିନେ ଆମେ ସମସ୍ତେ ମରିବା, କେଉଁଠି ନା କେଉଁଠି, କୌଣସି ନା କୌଣସି ଦିନ ତଥାପି ଆମେ ସବୁବେଳେ ମୃତ୍ୟୁ କଥା ଶୁଣି ଡରି ଯାଇଥାଉ ।

ରାଜାଙ୍କୁ ହୋଇଗଲା ଗମ୍ଭୀର ରୋଗ

ବହୁତ ସମୟ ପୂର୍ବରୁ ଜଣେ ପ୍ରତାପୀ ରାଜାଙ୍କୁ ଏକ ଗମ୍ଭୀର ରୋଗ ହେଲା, ରାଜବୈଦ୍ୟ କହିଲେ କି କୌଣସି ପ୍ରକାରର ଚିକିଶ୍ଚାର କୌଣସି ପ୍ରଭାବ ପଡିବ ନାହିଁ ଓ କିଛି ଦିନରେ ତାଙ୍କର ମୃତ୍ୟୁ ହୋଇଯିବ । ରାଜା ଏହା ଜାଣି ଦୁଃଖୀ ହେଲେ, ତାଙ୍କ ପାଖରେ ଏତେ ଧନ ସମ୍ପତ୍ତି ଥାଇ ମଧ୍ୟ ସେ ନିରୂପାୟ ଥିଲେ । ଏହା ମଧ୍ୟରେ ସେ ଜାଣିଲେ କି ଜଙ୍ଗଲରେ ଜଣେ ତପସ୍ଵୀ ରହୁଛନ୍ତି ଯାହା ପାଖରେ ସମସ୍ତ ସମସ୍ୟାର ସମାଧାନ ଅଛି ।

ରାଜା ତୁରନ୍ତ ସେହି ତପସ୍ଵୀଙ୍କ ପାଖକୁ ଯାଇ ସମସ୍ତ କଥା କହିଲେ, ତପସ୍ଵୀ ଏହା ଶୁଣି କହିଲେ ମୁଁ ତୁମକୁ ଗୋଟିଏ କାହାଣୀ କହିବି, ସେହି କାହାଣୀରେ ତୁମର ସବୁ ସମସ୍ୟାର ସମାଧାନ ଅଛି ।

ସେ ଗୋଟିଏ ରାଜାଙ୍କ କାହାଣୀ ଶୁଣାଇଲେ । ଦିନେ ଗୋଟିଏ ରାଜା ଶିକାର କରିବାକୁ ଯାଇଥିଲେ ଓ ଜଙ୍ଗଲରେ ରାସ୍ତା ଭୁଲିଗଲେ, ତା ପରେ ପ୍ରବଳ ବର୍ଷା ହେଲା ଓ ଭୟାନକ ପଶୁଙ୍କର ଆବାଜ ଆସିବାକୁ ଲାଗିଲା । ତାଙ୍କର ସମସ୍ତ ସାଥି ତାଙ୍କ ଠାରୁ ଦୂରେଇ ଯାଇଥିଲେ । ସାମ୍ନାରେ ଗୋଟିଏ ଝୁପୁଡି ତାଙ୍କୁ ଦେଖାଗଲା ।

ରାଜା ଦେଖିଲେ ସେଠାରେ ଜଣେ ପକ୍ଷୀଶିକାରୀ ରହୁଛି ଯିଏ ଚାଲିପାରେ ନାହିଁ ଓ ସେହିଠାରେ ତାର ସବୁ ମଳମୁତ୍ର ତ୍ୟାଗ କରେ । ଝୁପୁଡି ଟି ଏତେ ଅପରିଷ୍କାର ଥିଲା କି ରାଜା ତ କଣ କୌଣସି ସାଧାରଣ ମଣିଷ ରହିବାର ମଧ୍ୟ ଯୋଗ୍ୟ ନଥିଲା ।

ତପସ୍ଵୀ ରାଜାଙ୍କୁ କହିଲେ ସମସ୍ୟାର ସମାଧାନ

ରାଜାଙ୍କ ପାଖରେ କୌଣସି ଉପାୟ ନଥିଲା ଓ ସେ ସେହି ପକ୍ଷୀ ଶିକାରୀକୁ କହିଲେ ସେଠାରେ ସେ ଗୋଟିଏ ରାତି ରହିବା ପାଇଁ ଚାହୁଞ୍ଚନ୍ତି । ସେ କହିଲା କି ଆଶ୍ରୟ ଲୋଭରେ ବହୁତ ଲୋକ ଏଠାକୁ ଆସନ୍ତି କିନ୍ତୁ ସେମାନଙ୍କୁ ଏହି ଝୁପୁଡିର ଗନ୍ଧ ଏତେ ଭଲ ଲାଗେ କି ସେ ଏହାକୁ ଛାଡି ଯାଇପାରନ୍ତି ନାହିଁ । ଏଥିପାଇଁ ମୁଁ ଆପଣଙ୍କୁ ଏଠାରେ ରହିବାକୁ ଅନୁମତି ଦେଇ ପାରିବି ନାହିଁ ।

ରାଜା ସେହି ଶିକାରୀ ପାଖରେ ପ୍ରତିଜ୍ଞା କଲେ କି କିଛି ବି ହୋଇଗଲେ ମଧ୍ୟ ସକାଳେ ସେ ଏଠାରୁ ଚାଲିଯିବେ କିନ୍ତୁ ସକାଳେ ଯେତେବେଳେ ରାଜା ଉଠିଲେ ତାଙ୍କୁ ସେହି ଝୁପୁଡିର ଗନ୍ଧ ଭଲ ଲାଗୁଥିଲା ଓ ସେଠାରେ ସେ ରହିବାକୁ ଚାହିଁଲେ । ଏହି କଥା ସେହି ଶିକାରୀ ଜାଣିଲା ପରେ ସେ ରାଗିଯାଇ ରାଜାଙ୍କୁ ବହୁତ ଗାଳିକଲା ।

ଏହି କଥା ଶୁଣାଇବା ପରେ ତପସ୍ଵୀ ରାଜାଙ୍କୁ ପଚାରିଲେ କି କଣ ରାଜାଙ୍କୁ ସେହି ଜାଗାରେ ରହିବା ଆବଶ୍ୟକ ଥିଲା । ଏହି ରାଜା କହିଲେ କି ସେ କେଉଁ ମୂର୍ଖ ରାଜା ଥିଲେ କି ଏମିତି ଅପରିଷ୍କାର ଝୁପୁଡିରେ ରହିବା ପାଇଁ ଜିଦ୍ଦି କରୁଥିଲେ, ତପସ୍ଵୀ କହିଲେ କି ସେହି ମୂର୍ଖ ରାଜା ତ ତୁମେ ଅଟ ।

ଏହି ମଳମୁତ୍ରର ଗଣ୍ଠିଲି ଅର୍ଥାତ ଆପଣଙ୍କ ଶରୀରରେ ଆପଣଙ୍କ ଆତ୍ମା ରହିବାର ଅବଧି ତ ସରିଗଲାଣି, କିନ୍ତୁ ଆପଣ ଏହାକୁ ଛାଡିବାକୁ ହିଁ ଚାହୁଁନାହାଁନ୍ତି । କଣ ଏହା ଆପଣଙ୍କର ମୂର୍ଖତା ନୁହେଁ । ରାଜା ସବୁ କଥା ବୁଝିଗଲେ ଓ ଉଦାସ ରହିବା ଛାଡିଦେଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।