“ପ୍ରିୟେ ତୋ ମୁ ସିଏ” ଫିଲ୍ମରେ ଛୋଟ ଜାତି କହି ବାରମ୍ବାର ଜାତିକୁ ଆକ୍ଷେପ କରିବାରୁ, ଗିରଫ ହୋଇପାରନ୍ତି ଝିଲିକ, ଏଲିନା ଏବଂ ସୁଧାଂଶୁ !

ବନ୍ଧୁଗଣ ଗିରଫ ହୋଇପାରନ୍ତି ଝିଲିକ, ସୁଧାଂଶୁ ଓ ଏଲିନା । ଫିଲ୍ମ “ପ୍ରିୟେ ତୁ ମୋ ସିଏ” ମାଧ୍ୟମରେ ହରିଜନ ହରିଜନ କହି ନିଚ୍ଚ କହିବାକୁ ପ୍ରୟାସ । ଛୋଟ ଜାତି କହି ବାରମ୍ବାର ଜାତିକୁ ସଂହାର । ପାଦରେ ଦଳି ଚକଟି ଦେଲା ଝିଲିକ ପ୍ରଡ଼କସନ । ଆଉ ଫିଲ୍ମ କରି ସେମାନେ ଦେଖାଇ ଦେଲେ ଯେ ହରିଜନ ହେଉଛି ଗୋଟେ ଛୋଟ ଜାତି । ଆଉ ସେମାନଙ୍କୁ ପାଠ ପଢିବା, ଛୁଇଁବା ମନା ଏବଂ ଭଲ ପାଇବା ମଧ୍ୟ ମଧ୍ୟ ।

ସେମାନେ ଉଚ୍ଚ ଜାତିର ଲୋକଙ୍କ ସହ ମିସିକି କିଛି କରିପାରିବେ ନାହିଁ । ଆଉ ଏଭଳି ଫିଲ୍ମ ବର୍ତ୍ତମାନ ସମୟରେ କୁ-ପ୍ରଭାବ ପକାଇପାରେ । ଅନୁସୂଚିତ ଜାତିର ଲୋକଙ୍କୁ ଏହି ଫିଲ୍ମ ଦେଖିବା ପରେ କେହି ହୁଏ ତ ସହଜରେ ଗ୍ରହଣ ନ କରିପାରନ୍ତି । ଯାହା ଲାଗୁଛି ସଂପୂର୍ଣ୍ଣ ବଡ ଭୁଲ । ଯାହାକୁ ଦ୍ରୁଷ୍ଟି ରେ ରଖିକି ଫିଲ୍ମ ପ୍ରଯୋଜକ ଝିଲିକ ଭଟ୍ଟାଚାର୍ଜ୍ୟ, ନିର୍ଦ୍ଦେଶକ ସୁଧାଂଶୁ ଓ ଅଭିନେତ୍ରୀ ଏଲିନା ଙ୍କୁ ଅନୁସୂଚିତ ଜାତି ଅତ୍ୟାଚାର ଫାଇନରେ ଗିରଫ କରିବାକୁ ଦାବି ହୋଇଛି ।

ଆଗକୁ ମଧ୍ୟ ଗିରଫ ହୋଇ ପାରନ୍ତି ଏହି 3 ଜଣ । ଯଦି ଦେଖିବା ଝିଲିକ ପ୍ରଡକସନ ପାଇଁ ଓଡିଶାରେ ଫିଲ୍ମ ନିର୍ମାତା ଫିଲ୍ମ କରିବାକୁ ଘୃଣା କରୁଛନ୍ତି । କାରଣ ଝିଲିକ ପ୍ରଡ଼କସନ ଏ ଭିତରେ ଓଡିଆ ଫିଲ୍ମ ନିର୍ମାଣ ଅଧିକ ବ୍ୟୟ ବହୁଳ କରିଥିଲେ ମଧ୍ୟ ଫିଲ୍ମ ସେତେଟା ହିଟ ହୋଇପାରି ନାହିଁ । ଆଉ ଏହାରି ମଧ୍ୟରେ ପ୍ରିୟେ ତୁ ମୋ ସିଏ ଫିଲ୍ମ ବିବାଦ ସୃଷ୍ଟି କରିଛି ।

କିଛି ଦିନ ହେବ ଏହି ଫିଲ୍ମ ଟି ରିଲିଜ ହୋଇଛି । ଆଉ ଏହା ପରେ ଆରମ୍ଭ ହୋଇଛି ବିବାଦ । ସୁଧାଂଶୁ ସାହୁ ଏ ଫିଲ୍ମର ନିର୍ଦ୍ଦେଶକ ରହିଥିବା ବେଳେ ଝିଲିକ ଭଟ୍ଟାଚାର୍ଜ୍ୟ ତାଙ୍କର ପ୍ରଯୋଜକ ରହିଛନ୍ତି । ଆଉ ଫିଲ୍ମରେ ହରିଜନ ଶବ୍ଦ କୁ ବାରମ୍ବାର ବ୍ୟବହାର କରାଯାଇଛି ଯାହା ସବୁଠାରୁ ବଡ ଭୁଲ । ଏହି ଫିଲ୍ମରେ ହରିଜନ ଜାତିକୁ ପୁରା ନିଚ୍ଚା ସ୍ତରରେ ସଂହାର କରା ଯାଇଛି ।

ଆମେ ଏଠାରେ କହି ରଖୁଛୁ ଯେ ହରିଜନ ହେଉଛି ଏକ ଅସାମ୍ବିଧାନିକ ଶବ୍ଦ । ଏହି ଶବ୍ଦ କୁ କେହି ବି ବ୍ୟବହାର କରି ପାରିବେ ନାହିଁ କି କାହାକୁ ନୀଚ୍ଚା ଦେଖାଇ ପାରିବେ ନାହିଁ । ଝିଲିକ ପ୍ରଡ଼କସନ ଏହାକୁ ନିଜର ଲାଭ ଓ ଫାଇଦା ପାଇଁ ବ୍ୟବହାର କରା ଯାଇଛି । ଅନୁସୂଚିତ ଜାତିର ଭାବନା ସହ ଖେଳ ଖେଳିଛି । ଝିଲିକ ପ୍ରଡ଼କସନ ଭୁଲି ଯାଇଛି ଯେ ଏହି ଅନୁସୂଚିତ ଜାତିର ଲୋକଙ୍କୁ କେତେ ଆଘାତ ପହଞ୍ଚିବ ।

ବାରମ୍ବାର ଏହି ଜାତିର ଲୋକଙ୍କ ଭାବନାକୁ ପାଦରେ ଦଳି ଦେଇଛନ୍ତି । ଖାଲି ସେତିକି ନୁହେଁ ବରଂ ଏହି ଫିଲ୍ମରେ ଅନୁସୂଚିତ ଜାତିକୁ ଅପମାନ କରିବା ଭଳି ଦ୍ରୁଶ୍ଯ ରହିଛି । ଗୋଟିଏ ଅନୁସୂଚିତ ଜାତିର ପିଲାଟି ସାଆନ୍ତ ଙ୍କ ପୁଅକୁ କାହିଁକି ଭଲ ପାଇଲା ସେଥିପାଇଁ ଫିଲ୍ମରେ ଭୁଲ ମାଗିବାର ଦ୍ରୁଶ୍ଯ ଦେଖାଯାଇଛି । ଏହି ଫିଲ୍ମରେ ଛୋଟ ଜାତିର ଲୋକଙ୍କୁ ଛୁଇଁବା ମନା ବୋଲି ଦ୍ରୁଶ୍ଯ ହୋଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।