ପ୍ରେସମିଟରେ ଅଧିନାୟକତା ଛାଡିବାର ବଡ ସିକ୍ରେଟ ଖୋଲିଲେ Virat Kohli, କହିଲେ କେବଳ Dhoni ମୋତେ…

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ଏକ ବଡ ଖୁଲାସା କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଖୁବ ଜୋରରେ ଚର୍ଚ୍ଚା ହେଉଛି । ସେ ଏକ ମନ୍ତବ୍ୟ ଦେଇ ଜଣାଇଛନ୍ତି କି, ସେ ଟେଷ୍ଟ ଅଧିନାୟକତା ଛାଡିବା ପରେ ତାଙ୍କୁ କେବଳ ମହେନ୍ଦ୍ର ସିଂ ଧୋନୀ ମେସେଜ କରିଥିଲେ । ଆଉ କେହି ଜଣେ ବି ତାଙ୍କୁ ଫୋନ କି ମେସେଜ କରି ନଥିଲେ । ସମସ୍ତଙ୍କ ପାଖେ ତାଙ୍କ ମୋବାଇଲ ନମ୍ବର ଥିଲେ ମଧ୍ୟ କେହିବି ମେସେଜଟିଏ ତାଙ୍କୁ କରି ନଥିଲେ ।

ପାକିସ୍ତାନ ବିପକ୍ଷରେ ଏସିଆ କପ୍ ର ମ୍ଯାଚ ହାରିବା ପରେ ପ୍ରେସମିଟରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନ ପରେ ଏହି ସିକ୍ରେଟ ଖୋଲି ଦେଇଛନ୍ତି ବିରାଟ କୋହଲି । ସେ କହିଛନ୍ତି ଟେଷ୍ଟ ଅଧିନାୟକ ପଦ ଛାଡିବା ପରେ ଜଣେ ବ୍ୟକ୍ତି ତାଙ୍କୁ ଫୋନ କରିଥିଲେ ଆଉ କେହି ବି ନୁହେଁ । ବ୍ୟକ୍ତିଗତ ସ୍ତରରେ ସେ କେବେବି କିଛି କହିନାହାନ୍ତି । ତଥାପି ସେ ସବୁବେଳେ ତାଙ୍କ ସାଥିରେ ଅଛନ୍ତି ବୋଲି କହିଛନ୍ତି କୋହଲି ।

କୋହଲି ଆହୁରି ମଧ୍ୟ କହିଥିଲେ ଯେ, ବହୁତ ଲୋକଙ୍କ ପାଖରେ ତାଙ୍କର ନମ୍ବର ରହିଛି ଏବଂ ସେମାନଙ୍କ ପାଖେ ଟିଭିରେ କହିବା ପାଇଁ ଓ ଉପଦେଶ ଦେବା ପାଇଁ ବହୁତ ସମୟ ରହିଛି । ହେଲେ ମୋତେ କେହିବି କଲ୍ କି ମେସେଜ କରି ନଥିଲେ କେବଳ ଧୋନୀ ହିଁ ମେସେଜ କରିଥିଲେ । ଯେତେବେଳେ କାହା ସହ ଆପଣଙ୍କ ପ୍ରକୃତ ସମ୍ପର୍କ ରହିଥାଏ ତାହା ଏଭଳି ପ୍ରକାଶ ହୋଇଥାଏ ।

କୋହଲିଙ୍କ ଏଭଳି ମନ୍ତବ୍ୟ ପରେ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି । ଭାରତୀୟ କ୍ରିକେଟ ଦଳର ସବୁ ସ୍ତରରୁ ଅଧିନାୟକ ପଦ ଛାଡି ଦେଇଛନ୍ତି ବିରାଟ କୋହଲି । ଏହାପରେ ସେ ସେତେ ଭଲ ଫର୍ମରେ ଥିବା ମଧ୍ୟ ଦେଖିବାକୁ ମିଳି ନଥିଲା । ଯାହାକୁ ନେଇ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡିଛି । କିନ୍ତୁ ଚଳିତ ଏସିଆ କପ୍ ରେ କୋହଲି ଭଲ ପ୍ରଦର୍ଶନ ଦେଖାଇବା ସହ ପୁଣି ଥରେ ଫର୍ମକୁ ଫେରିଛନ୍ତି ।

ଯେଉଁଥି ପାଇଁ ତାଙ୍କ ଫ୍ୟାନ୍ସ ମାନେ ଖୁବ ଖୁସି ଅଛନ୍ତି । ଆଉ ଏତିକି ବେଳେ ନିଜ ମନର କଥାକୁ ଗଣମାଧ୍ୟମରେ ପ୍ରକାଶ କରି ଚର୍ଚ୍ଚାରେ ରହିଛନ୍ତି କୋହଲି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।