ବାହାଘର ଦୁଇ ମାସ ନ ପୁରୁଣୁ ଏମିତି ନିଷ୍ପତ୍ତି ନେଇଗଲେ ନବଦମ୍ପତ୍ତି, ଯେଉଁଠି ବେଦି ବନ୍ଧା ହୋଇଥିଲା ସେଇଠୁ ଉଠିଲା କୋକେଇ…ଦେଖନ୍ତୁ କଣ କହିଲେ ପରିବାର ଲୋକେ

ଭଦ୍ରକ ଜିଲ୍ଲା ଧାମନଗର ଥାନା ଦେହୁଡି ଆନନ୍ଦପୁର ଗାଁର ଝିଅ ଦେବୀରାଣୀ ଓ ବାଲେଶ୍ଵର ସଦରଥାନା ଅନ୍ତର୍ଗତ ମଧୁପୁରା ଗାଁ’ର ହରିଶଙ୍କର ଜେନାନ୍କମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ସୋସିଆଲ ମିଡିଆରେ ଦୁହିଁଙ୍କ ପରିଚୟରୁ ପ୍ରେମ ପରେ ଘରେ ଜଣାଇ ଗତ ଦୁଇମାସ ତଳେ ଏମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଧୁମଧାମରେ ବାହାଘର ସାଙ୍ଗକୁ ରିସେପସନ ପାର୍ଟିରେ ଉଭୟ ବେଶ ଫଟୋ ଉଠାଇଥିଲେ ।

ମନର ମଣିଷକୁ ପାଇବା ପରେ ପ୍ରେମ ସାର୍ଥକ ହେଲା ବୋଲି ସେମାନେ ଅନୁଭବ କରୁଥିଲେ ଓ ଭାବୁଥିଲେ କି ସେମାନଙ୍କ ପ୍ରେମ କାହାଣୀର ହାପି ଏଣ୍ଡିଙ୍ଗ ହେଲା । କିନ୍ତୁ ପ୍ରକୃତରେ ଏଇଠୁ ଆରମ୍ଭ ହୋଇଥିଲା କାହାଣୀ । ଏ ଦୁହେଁ ଏବେ ଆଉ ଏ ଦୁନିଆରେ ନାହାନ୍ତି । ଯେଉଁ ଦିନ ବାହାଘରକୁ ଦୁଇମାସ ପୁରିଲା ସେଇଦିନ ହିଁ ଏକାଠି ଏମାନଙ୍କ ଜୁଇ ଜଳିଥିଲା । ମାତ୍ର ଦୁଇ ମାସ ହେବ ଯେଉଁ ଘରେ ବେଦି ବନ୍ଧା ହୋଇଥିଲା ସେଇ ଘରେ ବନ୍ଧା ହେଲା କୋକେଇ ।

ପରିବାର ଲୋକଙ୍କ ସହମତି କ୍ରମେ ୩ ଜୁଲାଇ ୨୦୨୨ରେ ଦେବୀରାଣୀ ଓ ହରିଶଙ୍କର ବିବାହ କରିଥିଲେ । ଜନ୍ମ ଜନ୍ମକୁ ସାଥି ହୋଇ ରହିବେ ବୋଲି ଉଭୟ କଥା ଦିଆନିଆ ହୋଇଥିଲେ । କିନ୍ତୁ ବାହାଘରକୁ ଦୁଇମାସ ନ ପୁରୁଣୁ କାହାକୁ କିଛି ନଜଣାଇ ଉଭୟ ଏଭଳି ଚରମ ନିଷ୍ପତ୍ତି ନେଇଗଲେ । ବିଷ ପିଇ ଭୂମିରେ ଲୋଟିଥିବା ପୁଅ ବୋହୂଙ୍କୁ ଦେଖି ମା’ ଅଧୀର ହୋଇ କାନ୍ଦୁଛି । ହେଲେ ସେମାନେ ଏଭଳି ନିଷ୍ପତ୍ତି ନେବା ପଛର କାରଣ ଏବେ ଯାଏଁ ସାମ୍ନାକୁ ଆସି ପାରିନାହିଁ ।

ପୁଅର ବାପା ବିଭୂତିଭୂଷଣଙ୍କ କହିବା ଅନୁସାରେ, ବାହାଘରର କିଛିଦିନ ପରେ ପୁଅ ବୋହୂ ଅଲଗା ରାନ୍ଧିବାଡି ଖାଉଥିଲେ । ପୁଅର ରୋଜଗାରକୁ ନେଇ ବୋହୂ ପ୍ରଶ୍ନ ଉଠାଇବା ପରେ ପରିବାରରେ ଆରମ୍ଭ ହୋଇଥିଲା ମନୋମାଳିନ୍ୟ । ହେଲେ ଦୁହେଁ ଏତେ ବଡ ନିଷ୍ପତ୍ତି ନେବା ଆଗରୁ କେହି କେମିତି କିଛି ଜାଣିପାରିଲେ ନାହିଁ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଝିଅର ବାପାଙ୍କ କହିବା ଅନୁଯାୟୀ ଜ୍ଵାଇଁ ଭଲ । ଝିଅର ମନ ରଖି ପ୍ରେମ ବିବାହକୁ ସେ ସ୍ବୀକୃତି ଦେଇଥିଲେ ।

କିନ୍ତୁ ଶାଶୁଘରେ ଯୌତୁକକୁ ନେଇ ଟିକେ ଅଶାନ୍ତି ଆରମ୍ଭ ହୋଇଥିଲା । ଏହା ଭିତରେ ଝିଅ ଜ୍ଵାଇଁଙ୍କୁ ହଳଦୀଗୋଡ ଧୋଇବାକୁ ଘରକୁ ନେଇଥାନ୍ତେ । ତିନିଦିନ ପୂର୍ବରୁ ଜ୍ଵାଇଁଙ୍କ ଆକାଉଣ୍ଟକୁ ତିନି ହଜାର ଟଙ୍କା ମଧ୍ୟ ପଠାଇଥିଲେ । ହେଲେ ସେମାନେ କାହିଁକି ବିଷ ପିଇ ଜୀବନ ହାରିଲେ ତାହା ଏବେ ଯାଏଁ ଜଣାପଡିନି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।