ଅଜଗର ବାନ୍ତିକୁ ଲୁଚେଇ ଦେଲା ବନବିଭାଗ, ଏବେ ଯାଏଁ ମିଳିଲେନି ବୃଦ୍ଧ, ସେପଟେ ଅଜଗର ବି ଗାୟବ…

ଅଜଗର ବାନ୍ତି କଲା ହେଲେ ବନବିଭାଗ ତା’ ବାନ୍ତିକୁ ଲୁଚାଇ ଦେଲା । ଅଜଗର ବାନ୍ତିରେ ସତକୁ ଜାଣି ତା’ ବାନ୍ତିକୁ କୁଆଡେ ଗାୟବ କରିଦେଲା ବନବିଭାଗ । ଏବେ ଏମିତି କିଛି ଚର୍ଚ୍ଚା ସବୁଆଡେ ଜୋର ଧରିଛି । ଆଠ ଦିନରୁ ଉର୍ଦ୍ଧ୍ଵ ସମୟ ହେବ ନିଖୋଜ ବୃଦ୍ଧ ନନ୍ଦକିଶୋରଙ୍କୁ ନପାଇ ଗାଁ ଲୋକ ଏବେ ଏମିତି କହୁଛନ୍ତି । ପ୍ରଥମେ ସେମାନେ ଅଜଗର ପାଖକୁ କାହାକୁ ଯିବାକୁ ଦେଲେନି । ଆଉ ଏବେ ଏବେ ଅଜଗରକୁ ହିଁ କୁଆଡେ ଗାୟବ କରି ଦେଇଛନ୍ତି ।

ନିଜେ ବନବିଭାଗ କର୍ମଚାରୀ କହୁଥିଲେ କି ଏତେ ଭାରି ପେଟକୁ ନେଇ ଅଜଗରଟି କୁଆଡେ ବି ଯାଇପାରିବ ନାହିଁ । ହେଲେ ଅଜଗରଟି ହଠାତ କୁଆଡେ ଗାୟବ ହୋଇଗଲା । ଲୋକେ ଏହା ଦେଖି କହୁଛନ୍ତି କି ଅଜଗରକୁ ସେଠାରୁ ଅନ୍ୟ କେଉଁ ସ୍ଥାନକୁ ସ୍ଥାନାନ୍ତର କରି ଦିଆଯାଇଛି । କାହିଁକି ନା ଜଗର ବାନ୍ତି କଲେ ଯେମିତି କିଏ କିଛି ବି ଦେଖିପାରିବେ ନାହିଁ ସେଥିପାଇଁ ବନବିଭାଗ ଏପରି କରିଛି । ନନ୍ଦାକିଶୋରଙ୍କ ଗାଁ ଲୋକେ ଏବେ ଏମିତି କିଛି କହୁଛନ୍ତି ।

ସେପଟେ ନା ଫରେଷ୍ଟର ନ ପୋଲିସ କେହି ବି ଗରିବଙ୍କ ଦୁଃଖ ଶୁଣିବାକୁ ନାରାଜ । ଅଭିଯୋଗ କଲେ କହୁଛନ୍ତି ସାପ ଗିଳିଦେଇଛି ଯଦି ଭଲ ହୋଇଛି । ସାପ ପେଟରେ ବୁଢା ହଜମ ହୋଇଯିବ । ଖୋଜିବା କଣ ଦରକାର ! ଆଠଦିନ ହେଲାଣି ଲୁଗା ବ୍ୟବସାୟୀ ନନ୍ଦକିଶୋରଙ୍କୁ ଖୋଜି ଖୋଜି ଘରେ ଚୁଲି ଜଳିନି ।

ପୁରା ପରିବାର କାନ୍ଦବୋବାଳିରେ ଫାଟି ପଡୁଛି । ବୁଢାକୁ ଝୁରି ଝୁରି ବୁଢୀ ଖାଲି ବେହୋସ ହୋଇପଡୁଛି । ବୟସର ଅପରାହ୍ନରେ ବି ଆଖିରୁ ଲୁହ ନିଗିଡାଇ ସାଥି ନନ୍ଦାକିଶୋରଙ୍କୁ ଝୁରି ହେଉଛି । ହେଲେ ଅଭିଯୋଗ ପରେ ଅଭିଯୋଗ ହେଲେବି ଏମାନଙ୍କ ଦୁଃଖ ଶୁଣିବ ବା କିଏ । ବଡବଡିଆ ହୋଇଥିଲେ ସିନା ପୁରା ପ୍ରଶାସନ ବୃଦ୍ଧଙ୍କୁ ଖୋଜିବାରେ ଲାଗି ପଡିଥାନ୍ତା ।

କିନ୍ତୁ ଏମାନେ ତ ଗରିବ ଘରର । ଶେଷରେ ନିରାଶ ହୋଇ ଏମିତି କିଛି କହି ନନ୍ଦକିଶୋରଅଙ୍କ ପରିବାର ଲୋକେ ଘରେ ଚୁପ ହୋଇ ବସି ପଡିଛନ୍ତି । ତାଙ୍କ ପାଖରେ ଆଉ ବାଟ ବି କଣ ଅଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।