ଗାଡିର ସେଫଟି ଫିଚର୍ସ Cyrus Mistry ଙ୍କୁ ବଞ୍ଚାଇବାରେ ଫେଲ୍ ମାରିଲା କି ? ନା ମୃତ୍ୟୁ ପଛରେ ରହିଛି ଅନ୍ୟ କିଛି କାରଣ ? ମର୍ଷିଡିଜ ବେଞ୍ଜ ଦୁର୍ଘଟଣାରେ ଶିଳ୍ପପତିଙ୍କ ମୃତ୍ୟୁ କୁ ନେଇ ବଢୁଛି ସନ୍ଦେହ

ସାଇରସ ମିସ୍ତ୍ରୀଙ୍କ ଜୀବନ ବଞ୍ଚେଇ ପାରିଲାନି ମର୍ଷିଡିଜ । ଅତ୍ୟାଧୁନିକ ସୁରକ୍ଷା ସତ୍ତ୍ୱେ ସେ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ବିଶ୍ଵର ସବୁଠୁ ଅତ୍ୟାଧୁନିକ କାର୍ ମଧ୍ୟରେ ଗୋଟିଏ ହେଉଛି ମର୍ଷିଡିଜ । ଏଥିରେ ଅନେକ ସୁରକ୍ଷା ବିଶେଷତ୍ଵ ରହିଛି । ତଥାପି ଏହି ଦାମୀ କାର୍ ରେ ଯାଉଥିବା ସାଇରସ ମିସ୍ତ୍ରୀଙ୍କ ଦେହାନ୍ତ କିପରି ହେଲା ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି ।

କାରଣ ସେ ଯେଉଁ କାର୍ ରେ ଯାଉଥିଲେ ସେଥିରେ ଦୁର୍ଘଟଣା ହେଲେ ମଧ୍ୟ କାର୍ ରେ ଥିବା ଚାଳକ ଓ ଯାତ୍ରୀଙ୍କ ମୃତ୍ୟୁକୁ ଅଟକାଇବା ପାଇଁ ଗୁଡିଏ ସୁରକ୍ଷା ଫିଚର୍ସ ରହିଛି । ଗତକାଲି ଅହମ୍ମଦାବାଦରୁ ମୁମ୍ବାଇ ଯାଉଥିବା ବେଳେ ପାଲଘରରେ ଏକ ଡିଭାଇଡରକୁ ତାଙ୍କ କାର୍ ଧକ୍କା ଦେଇଥିଲା । ଫଳରେ ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ସେହି ସମୟରେ ସାଇରସ ନିଜ ମର୍ଷିଡିଜି ବେଞ୍ଜ GLC 220 D 4 ମାଟ୍ରିକ ପ୍ରୋଗ୍ରେସିଭ କାର୍ ରେ ଥିଲେ ।

ସୁରକ୍ଷା ଦୃଷ୍ଟିରୁ ଏନସିଏପି ଏହି କାର୍ ରୁ ୫ନଂ ସେଫଟି ରେଟିଂ ଦେଇଛି । ଏଥିରେ ପଛରେ ବସିଥିବା ଯାତ୍ରୀଙ୍କ ପାଇଁ ରହିଛି କଟନ ଏୟାରବ୍ୟାଗ । ଚାଳକଙ୍କ ପାଇଁ ଫ୍ରଣ୍ଟାଲ, ସାଇଡ ଓ ନି’ ଏୟାରବ୍ୟାଗ ରହିଛି । ଆଗରେ ବସିଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ଫ୍ରଣ୍ଟାଲ ଏୟାରବ୍ୟାଗ ରହିଛି । ଏଏସଆର ବା ଟ୍ରାକ୍ସନ କଣ୍ଟ୍ରୋଲ ସହ ୩୬୦ ଡିଗ୍ରୀ କ୍ୟାମେରା ମଧ୍ୟ ରହିଛି । ଏହାସହ ବ୍ଳାଇଣ୍ଡ ସ୍ପଟ ଡିଟେକ୍ସନ ଆଣ୍ଟି ଲକ ବ୍ରେକିଙ୍ଗ ସିଷ୍ଟମ ମଧ୍ୟ ରହିଛି ଓ ଯାତ୍ରୀଙ୍କ ପାଇଁ ସିଟବେଲ୍ଟ ରିମାଇଣ୍ଡର ସହ ହାଇସ୍ପିଡ ଆଲର୍ଟ ସିଷ୍ଟମ ମଧ୍ୟ ରହିଛି ।

କୁହାଯାଉଛି କାର୍ ଟି ଦ୍ରୁତବେଗରେ ଗତି କରୁଥିବା ବେଳେ ନିୟନ୍ତ୍ରଣ ହରାଇ ଡିଭାଇଡରକୁ ଧକ୍କା ଦେଇଥିଲା । କାର୍ କୁ ରାହିତା ପାଣ୍ଡୋଲେ ନାମକ ଜଣେ ମହିଳା ଚଲାଉଥିଲେ ଓ ତାଙ୍କ ପାଖ ସିଟରେ ବସିଥିଲେ ଡେରିଏସ ପାଣ୍ଡୋଲେ । ସାଇରସ ବସିଥିଲେ ପଛ ସିଟରେ ଓ ତାଙ୍କ ପାଖରେ ଥିଲେ ଜାହାଙ୍ଗୀର ପାଣ୍ଡୋଲେ । ତେବେ ଏହି ଦୁର୍ଘଟଣାରେ ପଛରେ ବସିଥିବା ଦୁଇଜଣଙ୍କର ମୃତ୍ୟୁ ହୋଇଛି ।

ତେଣୁ ଦୁର୍ଘଟଣା ପରେ ପଛ ସିଟର ଏୟାରବ୍ୟାଗ ଖୋଲି ନଥିଲା କି ଏହାକୁ ନେଇ ଅନେକ ପ୍ରଶ୍ନ କରୁଛନ୍ତି । ଉଭୟ ସିଟବେଲ୍ଟ ଆଦୌ ବାନ୍ଧି ନଥିଲେ ନା ଠିକରେ ବାନ୍ଧି ନଥିଲେ ? କାର୍ ଅନ୍ୟ ସୁରକ୍ଷା ବ୍ୟବସ୍ଥା କାମ କରୁଥିଲା କି ? ରାସ୍ତାରେ ବ୍ଲାକ ସ୍ପଟ ଯୋଗୁଁ ଗାଡିଟି ନିୟନ୍ତ୍ରଣ ହରାଇଲା କି ? ଏପରି ଅନେକ ପ୍ରଶ୍ନ ଉଠିବାରେ ଲାଗିଛି ।

କାରଣ ଦୁର୍ଘଟଣାରେ ସାଇରସ ଓ ଜାହାଙ୍ଗୀରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଓ ହସ୍ପିଟାଲ ନେବା ବାଟରେ ହିଁ ସେମାନଙ୍କର ମୃତ୍ୟୁ ହୋଇଥିଲା । ତେବେ ତଦନ୍ତ ପରେ ଏସବୁ ପ୍ରଶ୍ନର ଉତ୍ତର ମିଳିବ ବୋଲି ଆଶା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।