୧୯ ଜାନୁୟାରୀ ୨୦୨୦ରେ ଚଂଦୌଲୀ ଜିଲ୍ଲାର ମୁଗଲସରାୟ ଥାନାର ଚୌରହଟ ପଡ଼ାୱ ନିବାସୀ ରାଶିଦ ଅହମଦକୁ ୟୁପୀ ଏଟୀଏସ ଆଇଏସଆଇ ପାଇଁ ଜାସୁସି କରିବାର ଆରୋପରେ ଗିରଫ୍ତାର କରିଥିଲା । ୬ ଏପ୍ରିଲ ୨୦୨୦କୁ ଏନଆଇଏର ଲଖନଊ ଶାଖା ରାଶିଦ ବିରୁଦ୍ଧରେ ଏକ ନୂଆ କେସ ଦର୍ଜ କରି ଯାଞ୍ଚ ଆରମ୍ଭ କରିଲେ । ଯାଞ୍ଚ ପାଇଁ ରାଶିଦକୁ ଏନଆଇଏ ଅଦାଲତ ଦ୍ଵାରା କସ୍ଟଡୀ ରିମାଣ୍ଡରେ ବି ନିଆଗଲା ।
ରାଶିଦ ଗିରଫ୍ତାରୀ ସମୟରେ ଏଟିଏସକୁ କହିଲା କି ସେ ନିଜର ପ୍ରେମିକାକୁ ପାଇବା ପାଇଁ ଆଇଏସଆଇର ଏଜେଣ୍ଟ ହୋଇ ଥିଲା । କହିବାକୁ ଗଲେ ରାଶିଦ ପାକିସ୍ତାନରେ ରହୁଥିବା ନିଜ ମାମୁଁର ଝିଅକୁ ପ୍ରେମ କରୁଥିଲା । କିନ୍ତୁ ରାଶିଦର ଘର ଲୋକମାନେ ଏହି ସମ୍ପର୍କକୁ ପସନ୍ଦ କରୁ ନ ଥିଲେ । ଏହା ପରେ ପାକିସ୍ତାନର ଜାସୁସି ଏଜେନ୍ସିକୁ ଏହି କଥାର ସୂଚନା ମିଳିଗଲା । ଏହା ପରେ ଆଇଏସଆଇ ଓ ଡିଫେନ୍ସର ଅଧିକାରୀ ରାଶିଦର ବିବାହ ତାହାର ପ୍ରେମିକା ସହ କରିବାର ପ୍ରତିଜ୍ଞା ଦେଇ ଭାରତର ଗୋପନିୟ ସୂଚନା ହାସଲ କରିବାକୁ ଲାଗିଲା ।
ସୂଚନା ଅନୁସାରେ ରାଶିଦ ୨୦୧୭ ଓ ୨୦୧୮ରେ ଦୁଇ ଥର ପାକିସ୍ତାନରେ ନିଜର ମାଉସୀ ହସୀନା ବେଗମ ପାଖକୁ ଯାଇ ଥିଲା ଓ କିଛି ଦିନ କରାଚିରେ ବି ରହିଥିଲା । ଅନ୍ୟ ପଟେ ରାଶିଦର ମାମୁଁ ନଜୀର ବି ସେଠି ରହୁଥିଲା, ଏହା ମଧ୍ୟରେ ରାଶିଦ ତାଙ୍କର ଝିଅକୁ ଭଲ ପାଇ ବସିଲା । କିନ୍ତୁ ମାମୁଁକୁ ବି ଏହି ସମ୍ପର୍କ ପସନ୍ଦ ଆସିଲା ନାହିଁ । ରାଶିଦର ଜଣେ ଦାଦା ପୁଅ ଶାହଜେବକୁ ରାଶିଦର ଏହି ପ୍ରେମ କାହାଣୀ ବିଷୟରେ ଜଣା ପଡିଲା ଓ ଶାହଜେବ ହିଁ ରାଶିଦର ଏହି ପ୍ରେମ କାହାଣୀ ବିଷୟରେ ଆଈଏସଆଈ ଓ ପାକିସ୍ତାନୀ ଡିଫେନ୍ସର ଅଧିକାରୀ ଆସିମ ଓ ଆମଦକୁ କହିଦେଲା ।
ଆପଣଙ୍କୁ କହିଦେଉଛୁ କି ଶାହଜେବର ପୂର୍ବରୁ ହିଁ ଆଈଏସଆଈ ଓ ପାକିସ୍ତାନୀ ଡିଫେନ୍ସ ସହ ଲିଙ୍କ ଥିଲା । ଏହା ପରେ ଶାହଜେବ ହିଁ ରାଶିଦକୁ ଏହି ଦୁଇ ଆଇଏସଆଇ ଏଜେଣ୍ଟ ସହ ରାଶିଦର ସାକ୍ଷାତ କରାଇଲା । ଆସିମ ଓ ଆମଦ ତାହାର ପ୍ରେମିକା ସହ ବିବାହ କରିଦେବେ ବୋଲି କହିଲେ ଓ ଏହା ବଦଳରେ ତାଙ୍କୁ ଭାରତର କିଛି ମହତ୍ଵପୂର୍ଣ ଓ ସମ୍ବେଦନଶୀଳ ସ୍ଥାନ ଗୁଡିକର ଫଟୋ, ନକ୍ସା ଓ ସେନାର ବତିବିଧିର ସୂଚନା ମାଗିଲା ।
ଏହା ବଦଳରେ ତାକୁ ଟଙ୍କା ବି ମିଳିବ ବୋଲି କୁହାଗଲା । ଏହା ପରେ ରାଶିଦ ଭାରତ ଫେରି ଆସି ଆଇଏସଆଇ ଓ ପାକିସ୍ତାନ ଡିଫେନ୍ସ ପାଇଁ କାମ କରିବାକୁ ଲାଗିଲା । ସେ ବହୁତ ମହତ୍ଵପୂର୍ଣ ସ୍ଥାନ ଓ ଧାର୍ମିକ ସ୍ଥାନର ଫଟୋ ସବୁ ପାକିସ୍ତାନରେ ବସିଥିବା ଆଇଏସଆଇ ଓ ଡିଫେନ୍ସ ଅଧିକାରୀମାନଙ୍କୁ ପଠାଇଲା । ରାଶିଦ ଦୁଇଟି ଫୋନ ନମ୍ବରକୁ ବି ଏକ୍ଟିବ କରି ପାକିସ୍ତାନରେ ଆସିମ ଓ ଆମଦକୁ ୱ୍ହାଟ୍ସ ଏପ ଚଳାଇବା ପାଇଁ ଓଟିପି ବି ପଠାଇ ଥିଲା ।
ଅର୍ଥାତ ନମ୍ବର ଭାରତର ଥିଲା କିନ୍ତୁ ସେହି ନମ୍ବର ଉପରେ ୱ୍ହାଟ୍ସ ଏପ ପାକିସ୍ତାନରେ ଚାଲିଥିଲା । ଏହା ବଦଳରେ ରାଶିଦକୁ ପାଞ୍ଚ ହଜାର ଟଙ୍କା ବି ମିଳିଥିଲା । ରାଶିଦ ଏହି ୱ୍ହାଟ୍ସ ଏପ ନମ୍ବର ଉପରେ ସଂବେଦନଶୀଳ ସ୍ଥାନ ଗୁଡିକର ଫଟୋ, ନକ୍ସା ପାକିସ୍ତାନକୁ ପଠାଉ ଥିଲା । ଏନଆଇଏ ରାଶିଦର ସମ୍ପର୍କୀୟମାନଙ୍କ ଠାରୁ କିଛି ସୂଚନା ହାସଲ କରିଛି । ଯେଉଁ ପେଟିଏମ ଆକାଉଣ୍ଟ ଦ୍ଵାରା ଟଙ୍କା ପଠା ଯାଇଥିଲା । ସେହି ମୋବାଇଲ ମାଲିକକୁ ବି ଜଲ୍ଦି ହିଁ ପୁଛତାଛ କରାଯିବ ।
କିନ୍ତୁ ଏଟିଏସର ଯାଞ୍ଚ ପରେ ଏହା ସାମ୍ନାକୁ ଆସିଲା କି ଯେଉଁ ଲୋକମାନଙ୍କ ନାମରେ ସିମ କାର୍ଡ କ୍ରୟ କରାଯାଇଥିଲା ଓ ଯାହାର ପେଟିଏମ ବ୍ୟବହାର କରାଯାଇଥିଲା, ତାଙ୍କୁ ରାଶିଦ ଦ୍ଵାରା ପାକିସ୍ତାନ ପାଇଁ କରୁଥିବା ଜାସୁସି ବିଷୟରେ କିଛି ବି ଜଣା ନ ଥିଲା । ଏହି ଆଧାରରେ ଏଟିଏସ ପୁଛତାଛ ପରେ ସମସ୍ତଙ୍କୁ ଛାଡି ଦେଇଥିଲା । ରାଶିଦ ଅହମଦକୁ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସିର ଟିମ ବାରାଣସୀ ଓ ଚଂଦୌଲୀର ବିଭିନ୍ନ ସ୍ଥାନକୁ ବି ନେଇ ଯାଇ ଥିଲେ ।
୧୫ ଜଣ ସଦସୀୟ ଏନଆଇଏ ଟିମ ପାଖାପାଖି ୧୬ ଘଣ୍ଟା ସେହି ସମସ୍ତ ସ୍ଥାନ ବୁଲିଲେ ଯାହାର ଫଟୋ ଓ ଭିଡିଓ ସେ ଆଇଏସଆଇ ଏଜେଣ୍ଟକୁ ପଠାଇ ଥିଲା । ଏହି ସମୟରେ ଏନଆଇଏ ରାଶିଦର ମାତା, ପିତା ଓ ତାଙ୍କର ବନ୍ଧୁମାନଙ୍କ ବି ବୟାନ ଦର୍ଜ କରିବା ପରେ ସମସ୍ତଙ୍କୁ ଛାଡି ଦେଇଛନ୍ତି । ବର୍ତ୍ତମାନ ବି ଏନଆଇଏ ନିଜର ଯାଞ୍ଚ ଜାରି ରଖିଛି ।
ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।