କି ନୃଶଂସ ! ଏହି ସାମାନ୍ଯ କାରଣରୁ ପ୍ରେମିକାକୁ କାଟି 35 ଖଣ୍ଡ କରିଦେଲା ପ୍ରେମିକ, 5 ଯାଏଁ ଆପାର୍ଟମେଣ୍ଟରେ ଲୁଚେଇ ରଖିଥିଲା ଖଣ୍ଡ ବିଖଣ୍ଡିତ ମରଶରୀର…

5 ମାସ ତଳେ ଘଟିଥିବା ଭୟଙ୍କର ଘଟଣାର ଗତକାଲି ପର୍ଦ୍ଦାଫାଶ ହେଲା । କଥାରେ ଅଛି ମଣିଷମରା ପାପ, ସାତତଳ ପଙ୍କରେ ଲୁଚେଇ ରଖିଲେ ବି ଦିନେ ନା ଦିନେ ସାମ୍ନାକୁ ଆସିବ । ସତ ନିଶ୍ଚୟ ସାମନାକୁ ଆସିବ ଆଉ ଦୋଷୀକୁ ଦଣ୍ଡ ମିଳିବ । ଠିକ ସେମିତି ଗତ 5 ମାସ ପୂର୍ବେ ନିଜ ପ୍ରେମିକାଙ୍କୁ ଟିକି ଟିକି କରି କାଟି 35 ଖଣ୍ଡ କରିଥିବା ନୃଶଂସ ପ୍ରେମିକକୁ ଧରିଛି ପୋଲିସ । ଦିଲ୍ଲୀର ଏହି ଜଘନ୍ୟ ହତ୍ୟାକାଣ୍ଡ ବିଷୟରେ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ ।

ପ୍ରେମ ପରେ ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକା ସହ ଲିଭ-ଇନ ରିଲେଶନସିପରେ ରହୁଥିଲା ଅଫତାବ ନାମକ ଏହି ଯୁବକ । କିନ୍ତୁ ସମୟ ଗଡିବା ସହ ପ୍ରେମିକା ଶ୍ରଦ୍ଧା ଯେତେବେଳେ ବିବାହ ପାଇଁ ଜିଦ୍ ଧରିଥିଲା ସେତେବେଳେ ରକ୍ତମୁଖା ହୋଇ ଉଠିଥିଲା ପ୍ରେମିକ । ପ୍ରଥମେ ପ୍ରେମିକାର ତଣ୍ଟି ଚିପି ହତ୍ୟା କରିଥିବା ଏବଂ ଅପରାଧରୁ ବଞ୍ଚିବା ପାଇଁ ଖେଳି ଚାଲିଥିଲା ଗୋଟିଏ ପରେ ଗୋଟିଏ ଖେଳ ।

ହତ୍ୟା କରିବା ପରେ ପ୍ରେମିକାର ଶରୀରକୁ 35 ଖଣ୍ଡ କରି କାଟିଥିଲା ଏବଂ 300 ଲିଟର କ୍ଷମତା ବିଶିଷ୍ଟ ଏକ ନୂଆ ଫ୍ରିଜ କିଣି ସେଥିରେ ରଖିଥିଲା ତା’ ପ୍ରେମିକାର ଖଣ୍ଡ ବିଖଣ୍ଡିତ ଶରୀରକୁ । କିଏ ଯେମିତି ସନ୍ଦେହ ନ କରିବେ ଏବଂ ସେ ରହୁଥିବା ଆପାର୍ଟମେଣ୍ଟ ଯେମିତି ଗନ୍ଧ ନହେବ ସେଥିପାଇଁ ବଜାରରୁ କିଣି ଆଣୁଥିଲା ଦାମୀ ଅଗରବତୀ । ଏମିତି କରି ଗତ 5 ମାସ ଧରି ପୋଲିସ ହାବୁଡରୁ ବଞ୍ଚି ରହିଥିଲା ଏହି ପ୍ରେମିକ । ଶ୍ରଦ୍ଧା ଏବଂ ଅଫତାବ ଲିଭ-ଇନ ରିଲେଶନସିପରେ ରହୁଥିଲେ ।

କିନ୍ତୁ ଗତ ମେ’ 18 ତାରିଖରେ ଉଭୟଙ୍କ ମଧ୍ୟରେ ବିବାହକୁ ନେଇ ବଚସା ହୋଇଥିଲା । ଫଳରେ ରାଗ ଜର୍ଜରିତ ଅଫତାବ ଶ୍ରଦ୍ଧାଙ୍କୁ ମାରି ଦେଇଥିଲା । ତା’ପରେ ଶ୍ରଦ୍ଧାର ଶରୀରକୁ 35 ଖଣ୍ଡ କରି ଲୁଚେଇବା ପାଇଁ ଏକ ନୂଆ ଫ୍ରିଜ କିଣି ଆଣିଥିଲା । ଫ୍ରିଜରେ ସାଇତି ରଖିଥିଲା ପ୍ରେମିକାର ମରଶରୀର ଏବଂ କଟା ମୁଣ୍ଡ । ଆପାର୍ଟମେଣ୍ଟରେ ଯେପରି ପଚା ଗନ୍ଧ ହୁଏ ସେଥିପାଇଁ ଦାମିକିଆ ଅଗରବତୀ ଲଗାଇ ରଖୁଥିଲା । ଅଫତାବ ଜଣେ ରୋଷେୟା ହୋଇଥିବାରୁ ଛୁଟି ବ୍ୟବହାର କରିବା ତାକୁ ବେଶ ଭଲଭାବେ ଜଣାଥିଲା ।

ଲୋକଙ୍କ ସନ୍ଦେହରୁ ବଞ୍ଚିବା ପାଇଁ ସେହି ସମାନ ଆପାର୍ଟମେଣ୍ଟରେ ହିଁ ରହୁଥିଲା ଅଫତାବ ଆଉ ଜୋମାଟୋରୁ ଖାଇବା ଅର୍ଡର କରି ଖାଉଥିଲା । ହେଲେ ଜେରା ସମୟରେ ପ୍ରତିଥର ମନ୍ତବ୍ୟ ବଦଳାଇବାରୁ ତାକୁ ନେଇ ପୋଲିସର ସନ୍ଦେହ ବଢିଥିଲା । ଯାହାପରେ ପର୍ଦ୍ଦାଫାଶ ହୋଇଥିଲା ଏହି ଭୟଙ୍କର ଜଘନ୍ୟ ହତ୍ୟାକାଣ୍ଡର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।