“ଷ୍ଟାଇଲ ଟା କଣ ମୁଁ ଜାଣିନି ହେଲେ 400 ଟଙ୍କା ଦେଇ ଚୁଟି କାଟିଛି, ରାତି ସାରା ବୁଲି ସକାଳେ ଘରକୁ ଯିବି…” ଶୁଣନ୍ତୁ ଏହି ଭାଇନାଙ୍କ ବାଲିଯାତ୍ରା ଅନୁଭୂତି, ଦେଖନ୍ତୁ video

କଟକରେ ବର୍ତ୍ତମାନ ଅନୁଷ୍ଠିତ ହେଉଛି ଐତିହାସିକ ବାଲିଯାତ୍ରା । ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ଯୋଗୁଁ ବାଲିଯାତ୍ରା ହୋଇ ପାରି ନଥିବା ବେଳେ ଚଳିତ ବର୍ଷ ଏହା ବେଶ ଜାକଜକମରେ ଆୟୋଜିତ ହୋଇଛି । ବିଗତ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ବାଲିଯାତ୍ରା ଆହୁରି ବଡ କରି କରାଯାଇଛି ଏବଂ ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ସବୁ ପ୍ରକାର ସୁବିଧା ମଧ୍ୟ କରାଯାଇଛି । ବର୍ଷକରେ ଥରେ ବାଲିଯାତ୍ରା ବୁଲିବାକୁ ଓଡିଶା ଲୋକେ ବେଶ ପସନ୍ଦ କରନ୍ତି ।

ତେବେ ଓଡିଶା ବାହାରୁ ମଧ୍ୟ ଅନେକ ଲୋକ ଏହି ବିଶ୍ଵପ୍ରସିଦ୍ଧ ଯାତ୍ରା ଦେଖିବା ପାଇଁ ଆସିଥାନ୍ତି । ତେବେ ଆଜି ଆମେ ଜଣେ ଦର୍ଶକଙ୍କ ବାଲିଯାତ୍ରା ଅନୁଭୂତି ବିଷୟରେ ଜାଣିବା । ଯୁବକ ଜଣକ ବାଲିଯାତ୍ରା ଆସି ବହୁତ ଖୁସି ଥିବା ଜଣା ପଡ଼ୁଛନ୍ତି । ସେ ଏବଂ ତାଙ୍କର ଦୁଇ ଘନିଷ୍ଠ ବନ୍ଧୁଙ୍କ ସହ ସେ ବାଲିଯାତ୍ରା ଉପଭୋଗ କରିବାକୁ ଆସିଛନ୍ତି । ତେବେ ଏହି ଯୁବକଙ୍କ ହେୟାର ଷ୍ଟାଇଲ କିନ୍ତୁ ବେଶ ଦଦୃଷ୍ଟି ଆକର୍ଷଣ କରିବା ଭଳି । ଦେଖିବା ଲୋକ ଭଲରେ ଟିକେ ଦେଖିବାକୁ ଇଚ୍ଛା କରିବ ।

ଏନେଇ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରଶ୍ନ କରିବାକୁ ସେ କହିଛନ୍ତି କି, 400 ଟଙ୍କା ଦେଇ ଚୁଟି କାଟିଛି । ବିଭିନ୍ନ ପ୍ରକାର ମେସିନ ସବୁ ଲାଗିକି ତାଙ୍କ ଚୁଟି କଟାଯାଇଛି । ଏଥିପାଇଁ ସମୁଦାୟ 2 ଘଣ୍ଟା ସମୟ ଲାଗିଥିଲା । ତେବେ ସେ ଗତ 10 ବର୍ଷ ଧରି ଲଗାତାର ବାଲିଯାତ୍ରା ବୁଲିବାକୁ ଆସୁଛନ୍ତି । ଗତ ଦୁଇ ବର୍ଷ ଆସି ନଥିବାରୁ ତାଙ୍କ ମନ ବହୁତ ଦୁଃଖ ହୋଇଥିଲା ।

କିନ୍ତୁ ଚଳିତ ବର୍ଷ ବାଲିଯାତ୍ରା ବୁଲି ଆସିଥିବାରୁ ସେ ବେଶ ଖୁସି ଅଛନ୍ତି ବୋଲି କହିଛନ୍ତି । ବାଲିଯାତ୍ରାରେ ବୁଲିବା ସହ ଭଲ ଭଲ ଖାଦ୍ଯ ଖାଇଛନ୍ତି ଏବଂ ସାଙ୍ଗମାନଙ୍କ ସହ ଭିନ୍ନ ଭିନ୍ନ ଦୋଳିର ମଧ୍ୟ ମଜା ଉଠାଇଛନ୍ତି । ତେବେ ଭାଇଜଣକ କହିଛନ୍ତି ଯେ, ସେ ବାଲିଯାତ୍ରାର ଇତିହାସ ବିଷୟରେ କିଛି ଜାଣି ନାହାନ୍ତି ।

ତାଙ୍କୁ ବାଲିଯାତ୍ରା ଭଲ ଲାଗେ ସେଥିଲାଗି ସେ ଉପଭୋଗ କରିବାକୁ ଆସିଛନ୍ତି । ସାଙ୍ଗମାନଙ୍କ ସହ ରାତିସାରା ବୁଲି ଘରକୁ ଫେରିବେ ବୋଲି କହିଛନ୍ତି । ଆପଣ ଏଯାଏଁ ବାଲିଯାତ୍ରା ଗଲେଣି କି ନାହିଁ ଓ ବାଲିଯାତ୍ରା ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।