ସୋସିଆଲ ମିଡିଆରେ ଛୋଟିଆ ପୋଷ୍ଟକୁ କେନ୍ଦ୍ର କରି ହେତୁବାଦୀ ବିରିୟାନୀ ଷ୍ଟଲ ଓ ବାଇକ ଜାଳିଦେଲେ ଦୁର୍ବୃତ୍ତ, ଦେଖନ୍ତୁ କଣ କହୁଛନ୍ତି ବିରିୟାନୀ ଷ୍ଟଲର କର୍ମଚାରୀ

ଚଳିତ ବର୍ଷ ଦୀପାବଳି ଦିନ ଲାଗିଥିଲା ବର୍ଷର ଦ୍ଵିତୀୟ ତଥା ଶେଷ ସୂର୍ଯ୍ୟପରାଗ । ସେହିପରି ଏହାର ଠିକ 15 ଦିନ ପରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ମଧ୍ୟ ଲାଗିଥିଲା । ତେବେ ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ସମୟରେ ବିଶେଷ ନୀତିନିୟମ ପାଳନ କରାଯାଏ । ହାଣ୍ଡିଛାଡ, ଦେବନୀତି ନିଷେଧ ଭଳି ଓ ପାକତ୍ୟାଗ ଭଳି ଅନେକ ବିଧି ତିଥି ଅନୁସାରେ ପାଳିତ ହୁଏ । ଗ୍ରହଣ ସମୟରେ ଖାଦ୍ଯ ଖାଇବା ନିଷେଧ ଥିବାବେଳେ ଚଳିତ ବର୍ଷ ଏହାକୁ ଭୁଲ ପ୍ରମାଣିତ କରିଥିଲେ ହେତୁବାଦୀ ।

ଗ୍ରହଣ ସମୟରେ ଚିକେନ ବିରିୟାନୀ ରୋଷେଇ କରି ଭୋଜନ କରିବା ସହ ଏହି ସମୟରେ ଭୋଜନ କଲେ କିମ୍ବା ରୋଷେଇ କଲେ କୌଣସି ଅସୁବିଧା ହୁଏ ନାହିଁ ବୋଲି ଏପରି କରିଥିଲେ । କିନ୍ତୁ ପରମ୍ପରାବାଦୀ ମାନେ ହେତୁବାଦୀଙ୍କ ଏହିଭଳି ଆଚରଣକୁ ବିରୋଧ କରିଥିଲେ । ଚନ୍ଦ୍ରଗ୍ରହଣ ପୂର୍ବରୁ ଏଭଳି ନ କରିବା ପାଇଁ ମଧ୍ୟ ସେମାନଙ୍କୁ ଚେତାବନୀ ଦେଇଥିଲେ । ତଥାପି ହେତୁବାଦୀ ମାନେ ସାମୁହିକ ଭିଜା ପାଇଁ ଏକତ୍ରିତ ହେବା ପରେ ପରମ୍ପରାବାଦୀ ଓ ହେତୁବାଦୀଙ୍କ ମଧ୍ୟରେ ତର୍କବିତର୍କ ସହ ହାତାହାତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ତେବେ ବିବାଦ ସାମାନ୍ଯ ଥମିଥିବା ବେଳେ ଗତକାଲି ପୁଣି ଥରେ ଦେଖିବାକୁ ମିଳିଛି ହେତୁବାଦୀ ଓ ପରମ୍ପରାବାଦୀଙ୍କ ମଧ୍ୟରେ ବିବାଦ । ଗତକାଲି ପରମ୍ପରାବାଦୀ ହେତୁବାଦୀଙ୍କ ବିରିୟାନୀ ଷ୍ଟଲରେ ଯାଇ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି । ଫଳରେ ତାଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଲିଙ୍ଗିପୁର ଅଞ୍ଚଳରେ ଥିବା ବିରିୟାନୀ ଡଟକମ୍ ନାମକ ଏକ ବିରିୟାନୀ ଷ୍ଟଲରେ ଦୁର୍ବୃତ୍ତମାନେ ଗତକାଲି ନିଆଁ ଲଗାଇ ଦେଇଛନ୍ତି । ଷ୍ଟଲ ସହ ହେତୁବାଦୀଙ୍କ ବାଇକରେ ମଧ୍ୟ ନିଯନ ଲଗାଇ ଦେଇଥିଲେ । ତେବେ କୁହାଯାଉଛି କି, ସୋସିଆଲ ମିଡିଆରେ ହେତୁବାଦୀଙ୍କ ସପକ୍ଷରେ ଏହି ବିରିୟାନୀ ଷ୍ଟଲର ମାଲିକ ଏକ ପୋଷ୍ଟ କରିଥିଲେ । ଆଉ ସେହି ପୋଷ୍ଟକୁ ଟାର୍ଗେଟ କରି କିଛି ଦୁର୍ବୃତ୍ତ ମାନେ ଏଭଳି କ୍ଷୟକ୍ଷତି ଘଟାଇଥିବା ଚର୍ଚ୍ଚା ହେଉଛି ।

ନିଆଁ ଲାଗିବା ସଙ୍ଗେ ସଙ୍ଗେ ସେଠାରେ କାମ କରୁଥିବା ପିଲାମାନେ ତୁରନ୍ତ ଖବର ଦେବା ସହ ନିଆଁ ଲିଭାଇଥିଲେ । ତେବେ ଏହି ଘଟଣାର ପ୍ରକୃତ ସତ୍ୟତା କଣ ତଦନ୍ତ ପରେ ହିଁ ସାମ୍ନାକୁ ଆସିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ଜ କୁ ଲାଇକ କରନ୍ତୁ ।