ପ୍ରେମୀ ସହିତ ୨ ଲକ୍ଷ ଟଙ୍କା ନେଇ ଫେରାର ହେଲେ ୨ ଝିଅ, ଲକଡାଉନରେ କୋଚିଙ୍ଗ ଯିବାର ବାହାନା ବନେଇ କଲେ ଏମିତି

ଏହି ଲକଡାଉନ ସମୟରେ ଯେଉଁଠି ଲୋକମାନେ କେବଳ ବାହାରେ କାମ ଥିଲେ ହିଁ ଘରୁ ବାହାରକୁ ବାହାରୁଛନ୍ତି, କିନ୍ତୁ ଅନ୍ୟ ପଟେ ଏହି ଲକଡାଉନ ମଧ୍ୟରେ ଦୁଇ ଝିଅ ନିଜର ପ୍ରେମୀ ସହ ଘରୁ ଫେରାର ହୋଇ ଯାଇଛନ୍ତି । ଯାହାକି ବର୍ତ୍ତମାନ ସମୟର ସବୁଠୁ ବଡ ଆଶ୍ଚର୍ଯ୍ୟକର କଥା ଅଟେ । ଏହି ଦୁଇ ଝିଅ ପରସ୍ପର ବନ୍ଧୁ ଅଟନ୍ତି ଓ ନିଜର ନିଜର ପ୍ରେମୀ ସହ ସେମାନେ ଫେରାର ହୋଇ ଯାଇଛନ୍ତି ।

ଏହା ସହିତ ଏହି ଦୁଇ ଜଣ ନିଜ ନିଜ ଘରୁ ଏକ ଏକ ଲକ୍ଷ ଟଙ୍କା ନେଇ ଫେରାର ହୋଇଛନ୍ତି । କହିବାକୁ ଗଲେ ଏହି ମାମଲା ଗ୍ୱାଲିୟରର ଶିବପୁରୀର ଅଟେ । କୁହାଯାଉଛି କି ଦୁଇ ଜଣ ଝିଅ ନାବାଳିକ ଅଟନ୍ତି । ସେମାନେ ଫତେହପୁରର ନିବାସୀ ଅଟନ୍ତି । ପୁଣି ଦୁଇ ଜଣ ଝିଅ ନିଜ ନିଜର ପ୍ରେମୀ ସହିତ କାରରେ ଫେରାର ହୋଇଛନ୍ତି । କହିବାକୁ ଗଲେ ଦୁଇ ଜଣ ଝିଅ କୋଚିଙ୍ଗ ଯାଉଛନ୍ତି କହି ଘରୁ ବାହାରି ଥିଲେ ।

କିନ୍ତୁ ଯେତେବେଳେ ସେମାନେ ଘରକୁ ଫେରିଲେ ନାହିଁ ତେବେ ଦୁଇ ଝିଅଙ୍କ ପରିବାର ବହୁତ ଚିନ୍ତିତ ହୋଇଗଲେ । ଏହା ପରେ କିଛି ସମୟ ମଧ୍ୟରେ ଦୁଇ ପରିବାରକୁ ଏହା ଜଣା ପଡିଗଲା କି ଦୁଇ ଜଣ ହିଁ ନିଜ ନିଜ ଘରକୁ ଫେରି ନାହାନ୍ତି । ଏହା ପରେ ଦୁଇ ଜଣ ଝିଅଙ୍କ ପରିବାର ଲୋକମାନେ ମିଶି ଥାନାରେ ରିପୋର୍ଟ ଦର୍ଜ କରିଲେ ।

କିନ୍ତୁ ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଦୁଇ ଜଣ ପ୍ରେମୀ ନିଜ ନିଜ ପ୍ରେମିକାଙ୍କ ଘରକୁ ଫୋନ କରିଲେ ଓ କହିଲେ କି ସନ୍ଧ୍ୟା ସମୟରେ ଆପଣଙ୍କ ଝିଅ ଆପଣଙ୍କ ଘରକୁ ଚାଲିଯିବ । ଏହା ସହିତ କହିଲେ କି ଆପଣମାନେ ଚିନ୍ତା କରନ୍ତୁ ନାହିଁ ଓ ପୋଲିସରେ ବି ରିପୋର୍ଟ ଦିଅନ୍ତୁ ନାହିଁ । କିନ୍ତୁ ଅନ୍ୟ ପଟେ ପୋଲିସ ଦୁଇ ଜଣ ଝିଅଙ୍କ ମୋବାଇଲକୁ ଟ୍ରେସ କରିଲେ ଓ ଫତେହପୁରରୁ ସମସ୍ତଙ୍କୁ ଘରକୁ ନେଇ ଆସିଲେ ।

କିନ୍ତୁ ଘରକୁ ଯିବା ପୂର୍ବରୁ ପୋଲିସ ୪ ଜଣଙ୍କୁ ଥାନା ନେଇ ଗଲେ । ଏହା ପରେ ଦୁଇ ଯୁବକଙ୍କ ଉପରେ ନାବାଳିକା ଝିଅକୁ ଫେରାର କରି ନେଇଥିବାର କେସ ଦର୍ଜ କରା ଯାଇଛି । କିନ୍ତୁ ଏହି ସମୟରେ ଗୋଟିଏ ଯୁବକ ଥାନାରୁ ଫେରାର ହୋଇ ଯାଇଛି । ଲକଡାଉନରେ କୋଚିଙ୍ଗ ବନ୍ଦ ହେବା ସତ୍ବେ ବି କୋଚିଙ୍ଗର ବାହାନା କରି ଦୁଇ ଝିଅ ଘରୁ ବାହାରି ଥିଲେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।