କୁହାଯାଏ କି ପ୍ରେମର କୌଣସି ବୟସ ନ ଥାଏ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ, ଜାଣନ୍ତୁ ପୁରା ଘଟଣା

କୁହାଯାଏ କି ପ୍ରେମର କୌଣସି ବୟସ ନ ଥାଏ । ବୟସର କୌଣସି ବି ସ୍ଥିତିରେ ବ୍ୟକ୍ତି କାହାକୁ ବି ନିଜର ହୃଦୟ ଦେଇ ପାରିବ । ସ୍କୁଲ ଓ କଲେଜ ର ପ୍ରେମ ତ ବହୁତ ସାଧାରଣ କଥା ଅଟେ । କିନ୍ତୁ କଣ ଆପଣ କେବେ ଶୁଣିଛନ୍ତି କି ପ୍ରେମ ହେବା ମାତ୍ରେ ହିଁ ପୁଅ ଓ ଝିଅ ବିବାହ କରିଛନ୍ତି । କହିବାକୁ ଗଲେ ଏହିଭଳି ଏକ ଘଟଣା ପାକିସ୍ତାନରୁ ସାମ୍ନାକୁ ଆସୁଛି । କହିବାକୁ ଗଲେ ୧୮ ବର୍ଷର ଏକ ପୁଅ ୧୮ ବର୍ଷର ଏକ ଝିଅକୁ ଭଲ ପାଇ ବସିଲା ତ ସେ ସଙ୍ଗେ ସଙ୍ଗେ ସେହି ଝିଅ ସହ ବିବାହ କରି ନେଲା । ସୋସିଆଲ ମିଡିଆରେ ସେମାନଙ୍କ ବିବାହର ଫଟୋ ବହୁତ ହିଁ ଭାଇରାଲ ହେଉଛି ।

୧୮ ବର୍ଷ ଏହି ପୁଅର ନାମ ଅସଦ ଅଟେ । ଯାହାର ଜନ୍ମ ମସ୍କଟ ରେ ହୋଇଛି । କିନ୍ତୁ ଅସଦ ପାକିସ୍ତାନୀ ଅଟେ । ଝିଅର ନାମ ନିମାରା ଅଟେ ଯିଏ ପାକିସ୍ତାନୀ ଅଟେ । କହିବାକୁ ଗଲେ ଅସଦ ନିଜ ଭଉଣୀର ବାହାଘର ପାଇଁ ପାକିସ୍ତାନ ଯାଇଥିଲା । ଯେଉଁଠି ତାହାର ସାକ୍ଷାତ ନିମାରା ସହ ହେଲା । ପ୍ରଥମ ସାକ୍ଷାତରେ ହିଁ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ହୋଇଗଲା । ପୁଣି କଥା ଘର ଲୋକମାନଙ୍କ ପାଖରେ ପହଞ୍ଚିଗଲା ।

ଏହା ପରେ ଅସଦର ପିତା ନିଜ ପୁଅକୁ ସଙ୍ଗେ ସଙ୍ଗେ ବିବାହ କରିବା ପାଇଁ କହିଲେ । ପ୍ରଥମେ ତ ଅସଦ ରାଜି ହେଉ ନ ଥିଲା । କିନ୍ତୁ ଯେତେବେଳେ ପିତା କହିଲେ କି ସେ ବି ୧୮ ବର୍ଷ ବୟସରେ ବିବାହ କରିଛନ୍ତି । ତେବେ ଅସଦ ବିବାହ ପାଇଁ ମାନିଗଲା ଓ ସେମାନଙ୍କ ବିବାହ ବି ବହୁତ ଧୁମଧାମରେ ହେଇଥିଲା ।