ଲଗାତାର ୬ ଦିନ ବ୍ୟାଙ୍କ ରହିବ ବନ୍ଦ, ବ୍ୟାଙ୍କ ସମ୍ବନ୍ଧିତ କାମ ପୂର୍ବରୁ ହିଁ କରି ନିଅନ୍ତୁ

ବ୍ୟାଙ୍କର ହଡତାଳ, ତାଲାବନ୍ଦୀ କିମ୍ବା କାମ କାର୍ଯ୍ୟ ନ ହେବା ଗ୍ରାହକମାନଙ୍କ ପାଇଁ ସମସ୍ୟାର କାରଣ ହୋଇଥାଏ । ଯଦି ଆମେ ବର୍ଷ ୨୦୨୦ର କଥା କହିବା ତ ଏହି ବର୍ଷ ବି ବ୍ୟାଙ୍କରେ ହଡତାଳ କିମ୍ବା ବନ୍ଦ ଜବରଦସ୍ତ ହେବାକୁ ଯାଉଛି । ଗତ ଜାନୁୟାରୀ ମାସରେ ବି ବ୍ୟାଙ୍କ ୩ ଦିନ ଲଗାତାର ବନ୍ଦ ରହିଥିଲା । ବର୍ତ୍ତମାନ ପୁଣି ଥରେ ହୋଲି ପରେ ବ୍ୟାଙ୍କ ଲଗାତାର ୬ ଦିନ ବନ୍ଦ ରହିବ । ଲୋକମାନେ ବ୍ୟାଙ୍କ ସମ୍ବନ୍ଧିତ କାମକୁ କରିବା ପାଇଁ ଗୋଟିଏ ଦିନ ପୂର୍ବରୁ ହିଁ ପ୍ଲାନ କରିଥାନ୍ତି । ଏମିତିରେ ସାଧାରଣ ବ୍ୟକ୍ତିଙ୍କୁ ସମସ୍ୟା ହୋଇପାରେ । କାରଣ ଆସନ୍ତା ମାସରେ ହୋଲି ବି ଅଛି ଓ ଉତ୍ସବ ସମୟରେ ନଗଦ ଟଙ୍କାର ଅଭାବ ହୋଇପାରେ ।

ହୋଲି ସମୟରେ ଗ୍ରାହକମାନଙ୍କର ବଢି ପାରେ ସମସ୍ୟା

ଆସନ୍ତା ୧୦ ମାର୍ଚ୍ଚରେ ହୋଲିର ଉତ୍ସବ ଅଟେ । ବ୍ୟାଙ୍କବନ୍ଦୀ ହେବା ଦ୍ଵାରା ଗ୍ରାହକମାନଙ୍କୁ ସମସ୍ୟା ବି ହୋଇପାରେ । ଆସନ୍ତା ମାସର ଦ୍ଵିତୀୟ ସପ୍ତାହରେ ବ୍ୟାଙ୍କ ସହ ଜଡିତ ଯଦି କିଛି କାମ ଅଛି ତେବେ ତାକୁ ୧୦ ମାର୍ଚ୍ଚ ପୂର୍ବରୁ ସାରି ଦିଅନ୍ତୁ । ୬ ଦିନ ପର୍ଯ୍ୟନ୍ତ ବ୍ୟାଙ୍କରେ କାମ ବନ୍ଦ ରହିବ । ଏହି କାରଣରୁ ଟଙ୍କା ବାହାର କରିବା କିମ୍ବା ବ୍ୟାଙ୍କ ସହ ଜଡିତ କୌଣସି ବି କାମ କରି ପାରିବେ ନାହିଁ ।

ଏହା ଛଡା ଏଟିଏମରେ କ୍ୟାସ ବି କମ ରହିପାରେ । ବ୍ୟାଙ୍କ ଲଗାତାର ୬ ଦିନ ବନ୍ଦ ହେବାର ୩ ଟି କାରଣ ଅଛି, ପ୍ରଥମ ହୋଲି ଛୁଟି, ଦ୍ଵିତୀୟ ବ୍ୟାଙ୍କ କର୍ମଚାରୀଙ୍କ ହଡତାଳ, ତୃତୀୟ ୨ ଦିନ ବ୍ୟାଙ୍କ ଛୁଟି ରହିବ । କହିବାକୁ ଗଲେ ୧୦ ମାର୍ଚ୍ଚ ଠାରୁ ନେଇ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ । ଏହି ସମୟରେ ୧୧ ଠାରୁ ୧୩ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରାଇଭେଟ ବ୍ୟାଙ୍କ ଖୋଲା ରହିବ ।

ଦାବି ପୁରା ନ ହେବା ଦ୍ଵାରା ବ୍ୟାଙ୍କ କର୍ମଚାରୀ ପୁଣି ଥରେ କରୁଛନ୍ତି ହଡତାଳ

ବ୍ୟାଙ୍କ କର୍ମଚାରୀଙ୍କ କହିବା ଅଟେ କି ତାଙ୍କର ଦାବି ଗୁଡିକ ବର୍ତ୍ତମାନ ପର୍ଯ୍ୟନ୍ତ ପୁରା କରାଯାଇ ନାହିଁ, ଯେଉଁ କାରଣରୁ ସବୁ କର୍ମଚାରୀ ପୁଣି ଥରେ ହଡତାଳ କୁ ଯିବେ । ଏହା ପୂର୍ବରୁ ବ୍ୟାଙ୍କର କର୍ମଚାରୀ ଜାନୁୟାରୀ ଓ ଫେବୃୟାରୀ ମାସରେ ବି ନିଜର ଦାବିକୁ ନେଇ ହଡତାଳ କରିଥିଲେ, ଏହା ପରେ ୧୪ ମାର୍ଚ୍ଚ ଓ ୧୫ ମାର୍ଚ୍ଚରେ ବି ବ୍ୟାଙ୍କ ବନ୍ଦ ରହିବ, କାରଣ ୧୪ ମାର୍ଚ୍ଚ ଦ୍ଵିତୀୟ ଶନିବାର ଓ ୧୫ ମାର୍ଚ୍ଚ ଛୁଟି ରହିବ ।

ଏହି କାରଣରୁ ଯଦି ଆପଣଙ୍କର ବ୍ୟାଙ୍କରେ କିଛି କାମ ଅଛି ତେବେ ୯ ମାର୍ଚ୍ଚ ପୂର୍ବରୁ କରି ଦିଅନ୍ତୁ ନଚେତ ୧୬ ମାର୍ଚ୍ଚ ପରେ କରିବେ । ଏହା ମଧ୍ୟରେ ଲଗାତାର ବ୍ୟାଙ୍କ ବନ୍ଦ ରହିବ । ସରକାରୀ ବ୍ୟାଙ୍କର କର୍ମଚାରୀମାନଙ୍କ ସ୍ୟାଲେରୀକୁ ପ୍ରତି ୫ ବର୍ଷରେ ରିଭାଇଜ କରାଯାଇଥାଏ । ଏହା ପୂର୍ବରୁ ବର୍ଷ ୨୦୧୨ରେ ସ୍ୟାଲେରୀ ରିଭାଇଜ କରାଯାଇଥିଲା । ଏହା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୟାଲେରୀ ରିଭାଇଜ କରାଯାଇ ନାହିଁ । ଏହି ଦାବିକୁ ନେଇ ବ୍ୟାଙ୍କ କର୍ମଚାରୀ ହଡତାଳ କରୁଛନ୍ତି ।