ବଦଳି ଗଲା PPF ସହ ଜଡିତ ଏହି ୫ଟି ନିୟମ, ଆପଣଙ୍କ ପାଇଁ ଜାଣିବା ବହୁତ ଜରୁରୀ

କେନ୍ଦ୍ର ସରକାର ଗତ ବର୍ଷ ଲୋକପ୍ରିୟ ଲଘୁ ଯୋଜନା ପବ୍ଲିକ ପ୍ରୋବିଡେଂଟ ଫଂଡ (ପୀପୀଏଫ) ସହ ସମ୍ବନ୍ଧିତ ନିୟମରେ ସଂଶୋଧନ କରିଥିଲେ । ଏହି ସବୁ ଚେଞ୍ଜେସ ପ୍ରକ୍ରିୟାତ୍ମକ ଅଟେ । ବର୍ତ୍ତମାନ ଡିପାର୍ଟମେଂଟ ଅଫ ପୋସ୍ଟ ବି ଏହି ପ୍ରକ୍ରିୟାତ୍ମକ ନିୟମରେ ଚେଞ୍ଜେସ କରିବା ପାଇଁ ଅଧିସୁଚନା ଜାରି କରି ଦେଇଛନ୍ତି । ଡିପାର୍ଟମେଂଟ ଅଫ ପୋସ୍ଟ ନିଜର ଅଧିସୁଚନାରେ କହିଛି କି ପବ୍ଲିକ ପ୍ରୋବିଡେଂଟ ଫଂଡ ସ୍କିମ ପୀପୀଏଫ ଅଧିନିୟମ ୧୯୬୮ର ପ୍ରାବଧାନ ଗୁଡିକ ଅନୁସାରେ କେନ୍ଦ୍ର ସରକାରଙ୍କ ଏକ ଆଇନ ଯୋଜନା ଅଛି ।

ଏହି ଅଧିନିୟମକୁ ଫାଇନାନ୍ସ ଆକ୍ଟ ୨୦୧୮ର ଅଷ୍ଟମ ଅଧ୍ୟାୟ ଦ୍ୱାରା ରଦ୍ଦ କରାଯାଇଛି ଓ ବର୍ତ୍ତମାନ ଏହି ଯୋଜନା ସରକାରୀ ବଚତ ସଂବର୍ଧନ ଅଧିନିୟମ ୧୮୭୩ (ସମୟ-ସମୟରେ ସଂଶୋଧିତ) ଓ ସାର୍ବଜନିକ ଭବିଷ୍ୟ ନିଧି ଯୋଜନା ନିୟମ ୨୦୧୯ ଦ୍ୱାରା ସଂଚାଳିତ ଅଟେ । ପିପିଏଫ ଆକାଉଣ୍ଟରେ ବର୍ତ୍ତମାନ ୭.୯ ପ୍ରତିଶତ ବାର୍ଷିକ ସୁଧ ଦିଆଯାଉଛି ।

ଜାଣନ୍ତୁ ନିୟମରେ କଣ ହୋଇଛି ଚେଞ୍ଜେସ

·    ପିପିଏଫ ଆକାଉଣ୍ଟର ପରିପକ୍ଵତା ଅବଧି ୧୫ ବର୍ଷର ହୋଇଥାଏ । ଯଦି ଆପଣ ଏହି ଆକାଉଣ୍ଟକୁ ଆସନ୍ତା ୫ ବର୍ଷ ପାଇଁ ବଢାଇବାକୁ ଚାହୁଁଛନ୍ତି ତେବେ ବାସ୍ତବିକ ପିପିଏଫ ଆକାଉଣ୍ଟ କିମ୍ବା ବିସ୍ତାରିତ ପୀପୀଏଫ ଆକାଉଣ୍ଟର ପରିପକ୍ଵତା ଅବଧି ଶେଷ ହେବାର ଏକ ବର୍ଷ ପୂର୍ବରୁ ଫର୍ମ ୪ ଜମା କରିବାକୁ ହେବ । ପ୍ରଥମରୁ ନିବେଶକମାନଙ୍କୁ ଏଥିପାଇଁ ଫର୍ମ ଏଚ ଜମା କରିବାକୁ ପଡୁଥିଲା ।

·    ଏହି ପ୍ରକାରରେ ପିପିଏଫ ଆକାଉଣ୍ଟର ପରିପକ୍ଵତା ଅବଧି ପରେ ବିନା କୌଣସି ରାଶି ଜମା କରି ଚାଲୁ ରଖା ଯାଇ ପାରିବ ଓ ଜମା ରାଶି ଉପରେ ସମୟ ସମୟରେ ସରକାରଙ୍କ ଦ୍ଵାରା ଅଧିସୁଚିତ ସୁଧ ନିରନ୍ତର ମିଳୁଥିବ । ବିନା ଜମା ବାଲା ପିପିଏଫ ଆକାଉଣ୍ଟ ମାମଲାରେ ଖାତା ଧାରକ ଗୋଟିଏ ବର୍ଷରେ କେବଳ ଥରେ ହିଁ ନିଜ ଆକାଉଣ୍ଟରୁ ରାଶି ବାହାର କରି ପାରିବେ ।

·    ଖାତାଧାରକଙ୍କ ନିବାସ ସ୍ଥିତିରେ ପରିବର୍ତ୍ତନ ଉପରେ ବର୍ତ୍ତମାନ ପିପିଏଫ ଖାତାକୁ ପରିପକ୍ଵତା ଅବଧି ଦ୍ଵାରା ପୂର୍ବରୁ ହିଁ ବନ୍ଦ କରାଯାଇ ପାରିବ । ଏଥିପାଇଁ ଖାତାଧାରକକୁ ପାସପୋର୍ଟ ଓ ଭିଜା କିମ୍ବା ଇନକମ ଟ୍ୟାକ୍ସ ରିଟର୍ନ ର କପି ଜମା କରିବା ବାଧ୍ୟ ଅଟେ । ଏହା ପୂର୍ବରୁ ପିପିଏଫ ଆକାଉଣ୍ଟକୁ ଖାତା ଖୋଲିବାର ୫ ବର୍ଷ ପରେ କେବଳ ବିଶେଷ ପରିସ୍ଥିତି ଯେମିତି ଚିକିତ୍ସା ଉପଚାର କିମ୍ବା ଉଚ୍ଚ ଶିକ୍ଷା ପାଇଁ ଟଙ୍କାର ଆବଶ୍ୟକତାକୁ ପୁରା କରିବା ପାଇଁ ବନ୍ଦ କରାଯାଉଥିଲା ।

·    ପିପିଏଫ ଖାତାଧାରକ ଖାତା ଖୋଲିବାର ତୃତୀୟ ରୁ ଷଷ୍ଠ ବର୍ଷ ମଧ୍ୟରେ ଲୋନ ନେବା ପାଇଁ ଆବେଦନ କରି ପାରିବେ । ପିପିଏଫ ବ୍ୟାଲାନ୍ସ ଉପରେ ଲୋନ ନେଉଥିବା ଲୋକମାନଙ୍କ ପାଇଁ ସରକାର ସୁଧର ଦରକୁ ପିପିଏଫ ସୁଧ ଉପରେ ୨ ପ୍ରତିଶତ ରୁ କମ କରି ବର୍ତ୍ତମାନ ୧ ପ୍ରତିଶତ କରି ଦେଇଛନ୍ତି । ମାନେ ଲୋନ ଉପରେ ବର୍ତ୍ତମାନ ପିପିଏଫ ର ଯେଉଁ ସୁଧ ଦର ହେବ ତାହାର ୧ ପ୍ରତିଶତ ଅଧିକ ଦରରେ ଲୋନ ଦିଆଯିବ ।

·    ପିପିଏଫ ଖାତାଧାରକଙ୍କୁ ୩୬ ମାସରେ ଲୋନ ସୁଝିବାକୁ ପଡିବ । ଡିପାର୍ଟମେଂଟ ଅଫ ପୋସ୍ଟ ନିଜର ଅଧିସୁଚନାରେ କହିଲେ କି ଯଦି ଲୋନର ଟଙ୍କା ଦେବେ ନାହିଁ ବା ଏହାକୁ କେବଳ କିସ୍ତିରେ ଦେବେ ତେବେ ୬ ପ୍ରତିଶତ ବାର୍ଷିକ ଦରରେ ଲୋନ ସୁଝିବାକୁ ପଡିବ ।