ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ଵିତୀୟ ବିବାହ କଲେ ରସିକ ସ୍ଵାମୀ, ନିଜର କୁନି ପୁଅକୁ କୋଳରେ ଧରି ନ୍ୟାୟ ମାଗି ବୁଲୁଛନ୍ତି ପ୍ରଥମ ସ୍ତ୍ରୀ, ଦେଖନ୍ତୁ Video

ପ୍ରେମ ବିବାହ ପରେ ସୁଖର ସଂସାର ଗଢିବା ପରେ ମୁକେଶ ଓ ପୂର୍ଣ୍ଣିମା ବେଶ ଖୁସିରେ ଥିଲେ । ସେମାନଙ୍କ ମଧ୍ୟରେ ସମ୍ପର୍କ ଖୁବ ଭଲ ଥିଲା । ନିଜ ଛୋଟିଆ ସଂସାରକୁ ଦୁଃଖେ ସୁଖେ ଆଗେଇ ନେଉଥିଲେ । ପୂର୍ଣ୍ଣିମା ନାବାଳିକା ଥିବା ସମୟରେ ମୁକେଶ ତାଙ୍କୁ ପ୍ରେମ କରିଥିଲେ । ପ୍ରେମ ଜା-ଲ-ରେ ଫ-ସେ-ଇ ତାଙ୍କୁ ବିବାହ ମଧ୍ୟ କରିଥିଲେ । ପୂର୍ଣ୍ଣିମା ଅଲଗା ଜାତିର ହୋଇଥିବାରୁ ମୁକେଶଙ୍କୁ ପଚାରିଥିଲେ କି, ତାଙ୍କ ଘରେ କଣ ପୂର୍ଣ୍ଣିମାଙ୍କୁ ସେମାନେ ଗ୍ରହଣ କରିବେ ।

ମୁକେଶ ପୂର୍ଣ୍ଣିମାଙ୍କୁ ଆଶ୍ଵାସନା ଦେଇଥିଲେ ହଁ ତାଙ୍କ ଘରେ ତାଙ୍କୁ ନିଶ୍ଚୟ ଗ୍ରହଣ କରିବେ । ଆଉ ସେ ସାରା ଜୀବନ ପାଇଁ ତାଙ୍କ ସାଙ୍ଗେ ରହିବେ । ଆଉ ମୁକେଶ ଙ୍କର ସେହି ଭରସାରେ ପୂର୍ଣ୍ଣିମା ମା ମଧ୍ୟ ହେଲେ । କିନ୍ତୁ ଏବେ ସବୁ ସବୁ ବିଗିଡି ଯାଇଛି । ନିଜ ଆତହ ମାସର ଶିଶୁପୁତ୍ର ଆଉ ପ୍ରେମିକା ପତ୍ନୀଙ୍କୁ ପର କରି ରସିକିଆ ସ୍ଵାମୀ ଏବେ ଆଉ ଜଣଙ୍କୁ ବିବାହ କରିଛନ୍ତି । କାକାଙ୍କ ବାହାଘରକୁ ଯାଉଛି କହି ନିଜେ ବାହା ବେଦିରେ ବସି ପଡିଛନ୍ତି ମୁକେଶ ।

ଆଉ ଏବେ ନିଜ ଆଠ ମାସର ଶିଶୁପୁତ୍ରକୁ ଧରି କାନ୍ଦୁଛନ୍ତି ପୂର୍ଣ୍ଣିମା । ପୂର୍ଣ୍ଣିମା ତାଙ୍କ ପଢା ଖର୍ଚ୍ଚ ଉଠାଇବା ପାଇଁ କମ୍ପାନୀରେ କାମ କରୁଥିଲେ । ମୁକେଶ ମଧ୍ୟ ସେହି କମ୍ପାନୀରେ କାମ କରୁଥିଲେ । ସେହିଠାରୁ ଦେଖା ସାକ୍ଷାତ ହୋଇ ସେମାନଙ୍କ ମଧ୍ୟରେ ପ୍ରେମ ହୋଇଥିଲା । କିନ୍ତୁ ଏବେ ସ୍ତ୍ରୀ ଏବଂ ଶିଶୁପୁତ୍ରକୁ ପ୍ରତାରଣା କରି ଆଉ ଜଣଙ୍କ ହାତ ଧରିଛନ୍ତି ମୁକେଶ ।

ଏହା ଜାଣିବା ପରେ ପୂର୍ଣ୍ଣିମା ଯେତେବେଳେ ତାଙ୍କ ଘରକୁ ନିଜ ପୁଅ ସହ ପହଞ୍ଚିଥିଲେ, ମୁକେଶ ଓ ତାଙ୍କ ଘରଲୋକ ତାଙ୍କୁ ପ୍ରତିବାଦ କରି ଜଙ୍ଗଲରେ ନେଇ ଛାଡି ଦେଇ ଆସିଥିଲେ । ମୁକେଶ ଏବଂ ପୂର୍ଣ୍ଣିମାଙ୍କ ବିବାହକୁ ଚାରି ବର୍ଷ ହୋଇଯାଇଛି । ଏବେ ପର୍ଯ୍ୟନ୍ତ ତାଙ୍କ ସଂସାର ଠିକ ଚାଲିଥିଲା । କିନ୍ତୁ ଏବେ ମୁକେଶ ଦ୍ଵିତୀୟ ବିବାହ କରିବା ପରେ ଉଜୁଡି ଯାଇଛି ତାଙ୍କ ସୁନାର ସଂସାର । ମୁକେଶଙ୍କ ଘରଲୋକ ପୂର୍ଣ୍ଣିମାଙ୍କୁ ବୋହୂ ରୂପେ ଗ୍ରହଣ କରିବା ପରିବର୍ତ୍ତେ ତାଙ୍କୁ ମୁକେଶଙ୍କ ଠାରୁ ଦୂରେଇ ରଖୁଛନ୍ତି ଏବଂ ଟଙ୍କାର ଲାଳସା ମଧ୍ୟ ଦେଖାଉଛନ୍ତି ।

 

ତେବେ ପୂର୍ଣ୍ଣିମା କହୁଛନ୍ତି କି ତାଙ୍କୁ କେବଳ ସ୍ଵାମୀ ଦରକାର । ସେ ଯେପରି ପୂର୍ବରୁ ତାଙ୍କ ଭରଣପୋଷଣ କରୁଥିଲେ ଓ ଯତ୍ନ ନେଉଥିଲେ ସେହିପରି କରନ୍ତୁ ବୋଲି ସେ ଚାହୁଁଛନ୍ତି । ଏଥିପାଇଁ ପୂର୍ଣ୍ଣିମା ନ୍ୟାୟ ଆଶାରେ ଏ ଥାନାରୁ ସେ ଥାନା ଦୌଡୁଛନ୍ତି । ତେବେ ଫ୍ରେଣ୍ଡ୍ସ ଏହି ଘଟଣା କୁ ନେଇ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ