ସାଉଥ ସିନେମା ଧୀରେ ଧୀରେ ଏତେ ବଢି ଗଲାଣି ଯେ ସେହି ଫିଲ୍ମ ଗୁଡିକ କେବଳ ଦେଶର ନୁହେଁ ବିଦେଶରୁ ମଧ୍ୟ ଜବରଦସ୍ତ ଆୟ କରୁଛି । ସେମିତି ହିଁ ଏକ ଫିଲ୍ମ ଆସିଥିଲା “ବାହୁବଳୀ”, ଏହି ଫିଲ୍ମ ଏତେ ଲୋକପ୍ରିୟ ହୋଇଥିଲା ଯେ ସେହି ଫିଲ୍ମ ର ଅଭିନେତା ପ୍ରଭାଷ ରାତାରାତି ସୁପରଷ୍ଟାର ହୋଇଗଲେ । ତାଙ୍କ ପାଇଁ ଲକ୍ଷ ଲକ୍ଷ ଝିଅ ଦିବାନା ଅଟନ୍ତି । କିନ୍ତୁ ପ୍ରଭାଷଙ୍କ ନାମ ତାଙ୍କ କୋ-ଷ୍ଟାର ଅନୁଷ୍କାଙ୍କ ସହିତ ଜୋଡା ଯାଇଥାଏ ।
ଏବେ ସେମାନଙ୍କ ମଧ୍ୟରେ କଣ ଚାଲିଛି, ଏହାର ସତ୍ୟତାକୁ ପ୍ରଭାଷ ବହୁତ ବିବାଦ ପରେ ସମସ୍ତଙ୍କ ସାମନାରେ ଖୋଲିଛନ୍ତି ।
ଜଲ୍ଦି ଆସିବ ଏପିସୋଡ
କରଣ ଜୋହରଙ୍କର ଶୋ ‘କଫୀ ବିଦ କରଣ’ ସମୟ ସହିତ ଆହୁରି ଚଟପଟା ହୋଇ ଯାଉଛି । ଏଥର କେତେ ନୂଆ ଚେହେରା ଏବଂ ନୂଆ ଜୋଡିଙ୍କୁ ଏହି ସୋ ରେ ଦେଖିବାକୁ ମିଳିଲା । ଏଥିରେ ପ୍ରଥମ ଥର ତେଲୁଗୁ ସିନେମାରେ କାମ କରିଥିବା ବଡ ଷ୍ଟାର ପ୍ରଭାଷ, ବଲୀଉଡ ଏବଂ ଟଲୀଉଡରେ କାମ କରିଥିବା ରାଣା ଦୁଗ୍ଗବତୀ ଏବଂ ନିର୍ଦେଶକ ଏସ ରାଜାମୋଲୀ ଏହି ସୋ କୁ ଆସିଥିଲେ ।
କହିଦେଉଛୁ ଯେ କରଣ ଜୋହର ବାହୁବଳୀ ଫିଲ୍ମକୁ ପ୍ରୋଡ୍ଯୂସ କରିଥିଲେ । ଏହି ସୋ ର ଶୁଟିଙ୍ଗ ପୁରା ହୋଇଯାଇଛି ଏବଂ ଏପିସୋଡଟି ଏହି ମାସର ଶେଷ ଆଡକୁ ଆସିବ ।
ବାହୁବଳୀ ପ୍ରଭାଷଙ୍କୁ ପଚାରିଲେ ପ୍ରଶ୍ନ
କରଣ ଜୋହାରଙ୍କୁ ସବୁବେଳ ବଲୀଉଡର ଗସିପର କୁହା ଯାଇଥାଏ । ତାଙ୍କର କାମ ଅଟେ, ସମସ୍ତଙ୍କୁ ସେ ଏମିତି ପ୍ରଶ୍ନ ପଚାରନ୍ତି ଯାହାଦ୍ଵାରା ସେଥିରୁ କିଛି ରାଜ ବାହାରକୁ ଆସିଥାଏ । କରଣ ଜୋହର ଏହିଭଳି ପ୍ରଭାଷଙ୍କୁ ପଚାରିଲେ କି ସେ କାହାକୁ ଡେଟ କରୁଛନ୍ତି ?
ପ୍ରଭାଷ ସାଙ୍ଗେ ସାଙ୍ଗେ ଏହାର ଉତ୍ତର ଦେଇ ଦେଲେ ନା, ଏହା ପରେ କରଣ ପଚାରିଲେ କି ଆପଣ କେବେ ପବ୍ଲିକ ପ୍ଲେସ ଉପରେ ନିଜର ମେକ ଆଉଟ କରିଛନ୍ତି ? ଏହାର ଉତ୍ତର ପ୍ରଭାଷ ନା ରେ ଉତ୍ତର ଦେଲେ । ପୁଣି କରଣ ପଚାରିଲେ କି ଆପଣ କଣ କଫି କାଉଚରେ ମିଛ କହିଛନ୍ତି ଏବଂ ପ୍ରଭାଷ ସାଙ୍ଗେ ସାଙ୍ଗେ କହିଲେ ହଁ ।
ପ୍ରଭାଷ ସବୁବେଳ ଲଜ୍ୟା କରନ୍ତି କିନ୍ତୁ ସେ କଫି ବିଦ କରଣରେ ସେ ବହୁତ ମସ୍ତି କରୁଥିବାର ନଜର ଆସିଥିଲେ । କହିଦେଉଛୁ ଯେ ଅନୁଷ୍କା ସେଟ୍ଟୀ ଏବଂ ପ୍ରଭାଷଙ୍କ ଲଭ ଚକ୍କର ଶୁଟିଙ୍ଗ ସମୟରୁ ହିଁ ଶୁଣିବାକୁ ମିଳୁଥିଲା ।
ଅନୁଷ୍କା ଏବଂ ପ୍ରଭାଷଙ୍କ ନାମ ସବୁବେଳେ ଚର୍ଚ୍ଚାରେ ଥାଏ
ସେହି ସମୟରେ କୁହାଯାଏ କି ପ୍ରଭାଷ ଏବଂ ଅନୁଷ୍କା ଭଲ ସାଙ୍ଗ ଥିଲେ । ଏହି ଫିଲ୍ମ ସମୟରେ ଅନୁଷ୍କା ଅନ୍ୟ କାହା ସହିତ ବାହା ହେବା ପାଇଁ ମଧ୍ୟ ଇଛା କରିଥିଲେ କିନ୍ତୁ ପ୍ରଭାଷ ତାଙ୍କର ବାହାଘର ହେବାକୁ ଦେଲେ ନାହିଁ । ସେ ଚାହୁଁଥିଲେ କି ଶୁଟିଙ୍ଗ ସମୟରେ କୌଣସି ପ୍ରକାରର ଅସୁବିଧା ନ ହେଉ । ସେହି ସମୟରେ କୁହାଯାଉଥିଲା କି ପ୍ରଭାଷ ନିଜେ ଅନୁଷ୍କା ସହିତ ବାହା ହେବା ପାଇଁ ଚାହୁଁଥିଲେ ।
ବର୍ତ୍ତମାନ କହିଦେଉଛୁ ଯେ ପ୍ରଭାଷଙ୍କ ତରଫରୁ ତ ନା କୁହା ଯାଇଛି, କିନ୍ତୁ ତାଙ୍କ ହସ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ସେପଟେ ଅନୁଷ୍କା ତରଫରୁ କୌଣସି ପ୍ରକାରର କିଛି କଥା ସାମନାକୁ ଆସିନାହିଁ । ଏବଂ ଅନୁଷ୍କା ଏବଂ ପ୍ରଭାଷ କିଛି ଖୋଲି ପ୍ରକାଶ କରୁ ନାହାନ୍ତି । ଆପଣଙ୍କୁ କଣ ଲାଗୁଛି ଏହି ବାହୁବଳି ଯୋଡି ସତରେ ପ୍ରେମରେ ଅଛନ୍ତି ନା ନାହିଁ ?? ନିଜର ମତାମତ କମେଣ୍ଟ ରେ ନିଶ୍ଚୟ ଦିଅନ୍ତୁ । ଏମିତି ଅନେକ ଗରମା ଗରମ ଖବର ପାଇଁ ଆମ ପେଜକୁ ଏବେହିଁ ଲାଇକ କରନ୍ତୁ ।