ପ୍ରତ୍ୟକ ବ୍ୟକ୍ତିକୁ ସବୁଦିନ କରିବା ଦରକାର ଏହି ୫ଟି କାମ, ଏହା କରିବା ଦ୍ଵାରା ପୁରା ଦିନ ମିଳିଥାଏ ପ୍ରଶନ୍ନତା

ଜୀବନରେ ଯଦି ସବୁଠୁ ଅଧିକ ଜରୁରୀ କିଛି ଜିନିଷ ଅଟେ ତେବେ ତାହା ହେଉଛି ଖୁସି ରହିବା । ବ୍ୟକ୍ତିକୁ ଖୁସି ରହିବା ପାଇଁ କୌଣସି ଜିନିଷ ଦରକାର ନାହିଁ ଏହା ମନ ଭିତରୁ ଆସିଥାଏ । ଯଦି ବ୍ୟକ୍ତି ନିଜ ଜୀବନରେ ଭଲ କାମ କରିଥାଏ ତେବେ ତାହାକୁ ଖୁସି ଲାଗିଥାଏ ଏବଂ ଯଦି ଖରାପ କାମ କରିଥିବ ତେବେ ସେ କେବେ ବି ଖୁସି ରହି ପାରେ ନାହିଁ ।

ମିଳିଥାଏ ବ୍ୟକ୍ତିଙ୍କୁ ସବୁ କାମରେ ସଫଳତା :

ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ବ୍ୟକ୍ତିକୁ ନିଜ ଜୀବନରେ ସବୁ ଦିନ କିଛି ନା କିଛି କାମ କରିବା ଦରକାର । ଏହା ଦ୍ଵାରା ବ୍ୟକ୍ତି କୁ ଖୁସି ମିଳିଥାଏ । ଗରୁଡ ପୁରାଣ ଅନୁସାରେ ସବୁ ବ୍ୟକ୍ତିର ଦୈନିକ ଜୀବନରେ ୫ଟି ଜିନିଷ ସାମିଲ ହେବା ନିଶ୍ଚୟ ଦରକାର । ଏହା କରିବା ଦ୍ଵାରା ତାଙ୍କର ସେହି ଦିନଗୁଡିକ ଶୁଭ ହୋଇଥାଏ ଏବଂ ତାଙ୍କୁ ସବୁ କାମରେ ସଫଳତା ମିଳିଥାଏ ।

ଶ୍ଲୋକ :

ସ୍ନାନଂ ଦାନଂ ହୋମଂ ସ୍ୱାଧ୍ଯାଯୋ ଦେୱତାର୍ତନମ୍ ।

ଯସ୍ମିନ୍ ଦିନେ ନ ସେୱ୍ଯନ୍ତେ ସ ବୂଥା ଦିବସୋ ନୃଣାମ୍ ।।

ନିଶ୍ଚିତ କରନ୍ତୁ ଏହି ୫ଟି କାମ :

·    ସ୍ନାନ :

ସ୍ନାନ ବ୍ୟକ୍ତି ଜୀବନର ଏକ ମହତ୍ବପୂର୍ଣ୍ଣ କାମ ଅଟେ । ସବୁ ଦିନ ସ୍ନାନ କରିବା ଦ୍ଵାରା ବ୍ୟକ୍ତିର ଉଭୟ ଶରୀର ଏବଂ ମନ ସଫା ଏବଂ ପବିତ୍ର ରହିଥାଏ । କୁହାଯାଏ କି ଯେଉଁ ବ୍ୟକ୍ତି ନିଜର ଦିନର ଆରମ୍ଭ ସ୍ନାନ ସହିତ କରିଥାଏ ସେହି ଦିନରେ ସେହି ବ୍ୟକ୍ତିର ସବୁ କାମ ସଫଳ ହୋଇଥାଏ ।

·    ଦାନ :

ହିନ୍ଦୁ ଧର୍ମ ଅନୁସାରେ ସମସ୍ତ ବ୍ୟକ୍ତିଙ୍କୁ ନିଜ ସ୍ଥିତି ଅନୁସାରେ କିଛି ନା କିଛି ଦାନ କରିବା ଉଚିତ । ଏମିତି କରୁଥିବା ବ୍ୟକ୍ତିକୁ ଜୀବନରେ କେବେ ବି ଟଙ୍କାର ଅସୁବିଧା ହୋଇନଥାଏ ଏବଂ ତାହାର ପରିବାର ସୁଖୀ ରହିଥାଏ ।

·    ଯଜ୍ଞ କରିବା କିମ୍ବା ଦୀପ ଜଳାଇବା :

ଜୀବନରେ ଶାନ୍ତି ଏବଂ ସୁଖ ପାଇବା ପାଇଁ ସବୁ ବ୍ୟକ୍ତିଙ୍କୁ ପ୍ରତିଦିନ ଯଜ୍ଞ କରିବା ଉଚିତ । ଯଦି ଏହା କରି ପାରୁ ନାହାନ୍ତି ତେବେ ଆପଣ ସବୁଦିନ ତୁଳସୀ ଗଛ ସାମ୍ନାରେ ଦୀପ ଜଳାଇ ପାରିବେ ।

·    ଜପ :

ସକାଳୁ ସବୁଦିନ ଉଠି ବ୍ୟକ୍ତିକୁ ମନ୍ତ୍ର ସହିତ ଜପ କରିବା ଉଚିତ । ଏହା ଦ୍ଵାରା ମନକୁ ଶାନ୍ତି ମିଳିଥାଏ ।

·    ଦେବ ପୂଜନ :

ପ୍ରତ୍ୟକ ଦିନ ସ୍ନାନ କରିବା ପରେ ଦେବା ଦେବୀଙ୍କର ପୂଜା ଆରଧନା କରିବା ଉଚିତ । ଏହା କରିବା ଦ୍ଵାରା ଭଗବାନଙ୍କର କୃପା ଆପଣଙ୍କ ଉପରେ ହୋଇଥାଏ ।