ଖୁସି ଖବର: Jio ଉପଭୋକ୍ତା ଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ମିଳିବ ଏହି ଫ୍ରୀ ସେବା, ଦେବାକୁ ପଡିବ ନାହିଁ ଗୋଟେ ବି ଟଙ୍କା

ରିଲାୟନ୍ସ ଜିଓ ନିଜର ୟୂଜର୍ସ ପାଇଁ ଏକ ନୂଆ ଉପହାର ଆଣିଛନ୍ତି । ଦୁନିଆର ସବୁଠୁ ବଡ ମୋବାଇଲ ଡେଟା ନେଟୱର୍କ ଜିଓ ଭାରତର ପ୍ରମୁଖ ବ୍ରଡକାସ୍ଟର ସ୍ଟାର ଇଣ୍ଡିଆ ସହିତ ୫ ବର୍ଷ ପାଇଁ ପାର୍ଟନରସିପର ଘୋଷଣା କରିଛନ୍ତି । ଏହି ପାର୍ଟନରସିପ ଦ୍ଵାରା ସ୍ପୋର୍ଟ୍ସ ଏଂଟରଟେନମେଂଟର ଏକ ନୂଆ ସମୟ ଆରମ୍ଭ ହେବ ।

Jio ଏବଂ Star, ଟିଭିରେ ଦେଖାଯାଉଥିବା ଭାରତର ସବୁ କ୍ରିକେଟ ମ୍ୟାଚ (ଟେଲୀବାଇଜ୍ଡ କ୍ରିକେଟ ମୈଚ)କୁ Jio TV ଏବଂ Hotstar ର ୟୂଜର୍ସ ପାଇଁ ଉପଲବ୍ଧ କରାଯିବ । ରିଲାୟନ୍ସ ଇଂଡସ୍ଟ୍ରୀଜ ଲିମିଟେଡ ଏହି ସମ୍ବନ୍ଧରେ ଷ୍ଟାର ଇଣ୍ଡିଆ ପ୍ରାଇବେଟ ଲିମିଟେଡ ସହିତ ଗୋଟିଏ ଏଗ୍ରୀମେଂଟ କରିଛନ୍ତି । ଏହି ପାର୍ଟନରସିପରେ T-୨୦, ୱନ-ଡେ ଇଂଟର ନେଶନଲ, ଇଂଟର ନେଶନଲ ଟେସ୍ଟ କ୍ରିକେଟ ଏବଂ BCCI ର ପ୍ରମୁଖ ଘରୋଇ ମ୍ୟାଚକୁ ଜିଓ କଭର କରିବ ।

ଭାରତୀୟ ଉପଭୋକ୍ତା ମାନଙ୍କୁ ଭଲ କନେକ୍ଟିୱିଟୀ ସହିତ କ୍ରିକେଟ ମ୍ୟାଚ ଦେଖାଇବା ପାଇଁ କ୍ରିକେଟ ପ୍ରଡକ୍ଶନ, ସ୍ଟ୍ରୀମିଂଗ ପ୍ଲେଟଫର୍ମ ଏବଂ ଏକ ହାଈ-ସ୍ପୀଡ ଡେଟା ନେଟୱର୍କ ଏକା ସହିତ ଆସିବ । ଏହି ପାର୍ଟନରସିପ ୫ ବର୍ଷ ପାଇଁ ହୋଇଛି ଏବଂ ଭଲ କ୍ରିକେଟ ମ୍ୟାଚ, ଭଲ ଇଣ୍ଟର୍ନେଟ ଏବଂ ମୋବାଇଲରେ ଇଂଟରଏକ୍ଟିୱିଟୀ ଜରିଆରେ କ୍ରିକେଟ ଭ୍ୟୁୟରସିପ ଏବଂ ଏନଗେଜମେଂଟକୁ ଏକ ନୂଆ ରୂପରେ ପରିବେଷଣ କରିବେ ।

ଏହି ପାର୍ଟନରସିପ ପରେ ଜିଓ ୟୂଜର୍ସ ଭାରତର ସବୁ କ୍ରିକେଟ ମ୍ୟାଚ ନିଜର ମୋବାଇଲ ଫୋନରେ ଦେଖି ପାରିବେ ।