ପ୍ରତିଦିନ କେବଳ ମାତ୍ର ଏହାର 2ଟି ପତ୍ର ସେବନ କରନ୍ତୁ, 100 ବର୍ଷ ପର୍ଯ୍ୟନ୍ତ ଆଣ୍ଠୁ, ଗଣ୍ଠି ଭଳି ଜଏଣ୍ଟ ସମସ୍ଯା ଦେଖା ଦେବନି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନୁଷ୍ୟ ଶରୀର ମଧ୍ୟରେ ଅନେକ ରୋଗବୈରାଗ ତଥା ସ୍ଵାସ୍ଥଗତ ଜନିତ ସମସ୍ଯା ଲୁଚି ରହିଥାଏ । ବୟସ ବଢିବା ସଙ୍ଗେ ସଙ୍ଗେ ବା ଭିଟାମିନ ଅଭାବ ଭଳି ଅନେକ କିଛି କାରଣ ଯୋଗୁ ଗୋଟିଏ ପରେ ଗୋଟିଏ ସମସ୍ଯା ଶରୀରରେ ଦେଖା ଦେଇଥାଏ । ଆଁଠୁ ଗଣ୍ଠି ଜନିତ ଯନ୍ତ୍ରଣା ଓ ତାହାର ଉପଶମ ବିଷୟରେ ଚାଲନ୍ତୁ ଆଲୋଚନା କରିବା । ଗଣ୍ଠି ମଧ୍ୟରେ ଗ୍ରୀସ କମିଯିବା କାରଣରୁ ଯଏଣ୍ଟ ସ୍ଥାନରେ ଆପଣଙ୍କର ଯନ୍ତ୍ରଣା ହେବା ଆରମ୍ଭ ହୋଇଯାଇଥାଏ ।

ତେବେ ଯେଉଁ ବ୍ୟକ୍ତି ମାନଙ୍କର ଆଁଠୁ ଗଣ୍ଠି ଯନ୍ତ୍ରଣା ରାହୁଥାଏ । ତେବେ ସେମାନେ ଏହି ଘରୋଇ ଉପଚାରଟି ନିହାତି କରି ଦେଖିବା ଉଚିତ । ତେବେ ଏହି ଉପଚାର ପାଇଁ ଆପଣଙ୍କୁ ସର୍ବପ୍ରଥମେ ହାରାଶିଙ୍ଗାର ପତ୍ର ବା ଆମେ ଯାହାକୁ ପାରିଜାତ ଗଛର ପତ୍ର ବୋଲି କହିଥାଉ ତାହା ଦରକାର ପଡିବ । ଏହି ପତ୍ର ଆଣ୍ଟି ଇନଫ୍ଲାମେଣ୍ଟାରିର ହୋଇଥାଏ । ଯାହାକି ଗଣ୍ଠିରେ ସୃଷ୍ଟ ଦରଜ ବା ବିନ୍ଧାକୁ କମାଇଥାଏ ।

ଏଥିରେ ଆଣ୍ଟି ଅକ୍ଷିଡେଣ୍ଟ ପ୍ରପୋର୍ଟି ମଧ୍ୟ ମହଜୁଦ ରହିଥାଏ । ପ୍ରଥମେ ୮ ରୁ ୧୦ ଟି ପାରିଜାତ ପତ୍ରକୁ ନେଇ ତାହାକୁ ଭଲ ଭାବରେ ଧୋଇ ତାହାକୁ ଟିକି ଟିକି କରି ଛିଡାଇ ଛେଚି ଦିଅନ୍ତୁ । ତାପରେ ଚୁଲାରେ ଏକ ପାତ୍ର ବସାଇ ସେଥିରେ ୧ ଗ୍ଳାସ ପାଣି ଢାଳନ୍ତୁ । ପଣି ଅଳ୍ପ ଗରମ ହୋଇସାରିଲା ପରେ ଆପଣ ବାଟି ରଖିଥିବା ପାରିଜାତ ପତ୍ରର ପେଷ୍ଟ ସେଥିରେ ପକାଇ ଦିଅନ୍ତୁ ।

ଆପଣ ଚାହିଁଲେ ସେଥିରେ ୧ ଚାମଚ ଶୁଣ୍ଠି ପାଉଡର ମଧ୍ୟ ଆଡ୍ କରିପାରିବେ । ଯାହାକୁ ଆପଣ ଶୁଖିଲା ଅଦାର ପାଉଡର ବୋଲି ମଧ୍ୟ କହିଥାଉ । ତାପରେ ୫ ରୁ ୭ ମିନିଟ ଏହାକୁ ଫୁଟାନ୍ତୁ । ଫୁଟିସରିବା ପରେ ଗ୍ଯାସ ବନ୍ଦ କରି ତାହାକୁ ଢାଙ୍କିକି ୫ ରୁ ୭ ମିନିଟ ରଖୀ ଦିଅନ୍ତୁ । ଅଳ୍ପ ଥଣ୍ଡା ହୋଇସାରିବା ପରେ ଏହାକୁ ଅନ୍ୟ ଏକ ପାତ୍ରକୁ ଏହାକୁ ଛାଣି ନେଇ ଆସନ୍ତୁ । ଯେଉଁ ମାନଙ୍କୁ ହାଡ, ଗଣ୍ଠି ଭଳି ଜଏଣ୍ଟ ପେନ୍ ର ସମସ୍ଯା ରହୁଛି ।

ସେମାନେ ସକାଳୁ ସକାଳୁ ଖାଲି ପେଟରେ ଏହି ପ୍ରସ୍ତୁତ କରିଥିବା କାଢାର ସେବନ କରନ୍ତୁ । ଏହି କାଢାର ଏହିପରି ଭାବେ କିଛି ଦିନ ସେବନ କରିବା ପରେ ଆପଣଙ୍କର ଦରଜ ବିନ୍ଧାରୁ ଫୁଲିଥିବା ଆଁଠୁ ଭଲ ହୋଇଯାଇଥାଏ । ଏଥିସହ ଜଏଣ୍ଟ ସ୍ଥାନରେ ଗ୍ରୀସର ଅଭାବ କାରଣରୁ ଆଁଠୁଗଣ୍ଠି ବିନ୍ଧୁଥିବାରୁ ଏହି କାଢା ଜଏଣ୍ଟରେ ଗ୍ରୀସକୁ ବଢାଇଥାଏ ।

ଏଥି ସହ ଆପଣଙ୍କୁ ଆଁଠୁଗଣ୍ଠି ଭଳି ସମସ୍ଯାକୁ ଦୂର କରିବା ପାଇଁ ଅକ୍ଷରୋଟ ଓ ପଇଡ ପାଣି ମଧ୍ୟ ସେବନ କରିବା ଉଚିତ । ଏଥିସହ କ୍ୟାଲସିୟମ ଓ ଭିଟାମିନ-ଡି ଯୁକ୍ତ ଖାଦ୍ୟ ଖାଇବା ଉପରେ ଧ୍ୟାନ ଦେବାକୁ ପଡିବ ।  ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ