ପ୍ରତି ବର୍ଷ ଜନ୍ମ କରିଚାଲିଲେ ଗୋଟିଏ ଲେଖାଏଁ ଛୁଆ ! ବାହାଘର ପରଠାରୁ ଦେହକୁ ଦେଲେନି ରେଷ୍ଟ… ଆଉ ଏବେ… ଦେଖନ୍ତୁ ଦୃଶ୍ୟ

ବାହାଘରର ବାର ବର୍ଷ ଯାଏଁ ଛୁଆ ଜନ୍ମ କରି ଚାଲିଲେ । ବାହାଘରର ବାର 12 ବର୍ଷ ଭିତରେ ହୋଇଗଲେ 9 ସନ୍ତାନର ମାଆ । ଦେଢ ବର୍ଷରୁ କମ୍ ସମୟ ଭିତରେ ଲଗାତାର ଗୋଟିଏ ପରେ ଗୋଟିଏ ଛୁଆ କରି ଏବେ ଚର୍ଚ୍ଚାରେ ଏହି ମହିଳା । ମାତ୍ର 28 ବର୍ଷ ବୟସରେ ସେ 9ଟି ସନ୍ତାନର ମାଆ ହୋଇଗଲେ । ଡାକ୍ତରମାନେ କହୁଛନ୍ତି କି ଗୋଟିଏ ସନ୍ତାନ ଜନ୍ମ ହେବାର ତିନି ବର୍ଷ ପରେ ଆଉ ଗୋଟିଏ ଛୁଆ ଜନ୍ମ କରିବା ଉଚିତ । ହେଲେ ଏହି ମହିଳା ପ୍ରତିବର୍ଷ ଛୁଆ ଜନ୍ମ କରିଛନ୍ତି ।

ଏଥିପାଇଁ ମହିଳାଙ୍କୁ ଅନେକ କଷ୍ଟ ସହିବାକୁ ପଡିଥିଲେ ମଧ୍ୟ ତାଙ୍କୁ ଏବେ ସୁପର ୱମ୍ୟାନ କହୁଛନ୍ତି ଲୋକେ । ଆମେରିକାର ଲସଭେଗାସରେ ଏଭଳି ଆଶ୍ଚର୍ଯ୍ୟ କରିବା ଭଳି ସାମ୍ନାକୁ ଆସିଛି । କ୍ଵେରା ନାମକ ମହିଳା ମାତ୍ର 16 ବର୍ଷ ବୟସରେ ବିବାହ କରି ନେଇଥିଲେ, ହେଲେ 28 ବର୍ଷ ବେଳକୁ 9ଟି ସନ୍ତାନର ମାଆ ହୋଇ ସାରିଥିଲେ । କ୍ଵେରାଙ୍କ ସ୍ଵାମୀ ଆନ୍ଦ୍ରେ ଡି’ ତାଙ୍କ ଠାରୁ ମାତ୍ର ତିନି ବର୍ଷ ବଡ ଥିଲେ ।

କ୍ଵେରା 2000 ମସିହାରେ ପ୍ରଥମ ସନ୍ତାନର ମା’ ହେବା ପରେ ପରକୁ ପର ଗୋଟିଏ ପରେ ଗୋଟିଏ 9ଟି ସନ୍ତାନ ଜନ୍ମ କରିଥିଲେ । 2012 ରେ ସେ ଶେଷ ବା ନବମ ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ତେବେ କୌଣସି ବାଧ୍ୟ ବାଧକତାରେ ନୁହେଁ ବରଂ ନିଜ ଇଚ୍ଛାରେ ବାହାଘରର 12 ବର୍ଷ ପର୍ଯ୍ୟନ୍ତ ଛୁଆ ଜନ୍ମ କରି ଚାଲିଥିଲେ କ୍ଵେରା ।

ଏଥିପାଇଁ କ୍ଵେରା ଅନେକ କଷ୍ଟ ପାଇଥିଲେ ମଧ୍ୟ ଏଥିରେ ପଛଘୁଞ୍ଚା ଦେଇ ନଥିଲେ । କାରଣ ତାଙ୍କ ସ୍ଵାମୀ ଏଥିରେ ତାଙ୍କୁ ପୁରା ସମର୍ଥନ କରିଥିଲେ । ତେବେ କ୍ଵେରାଙ୍କୁ ଏବେ 39 ବର୍ଷ ବୟସ ହୋଇଥିବା ବେଳେ ଲୋକମାନେ ଭାବନ୍ତି କି ସେ ତାଙ୍କ ଛୁଆମାନଙ୍କ ଭଉଣୀ ବୋଲି । ହେଲେ କ୍ଵେରା ସେମାନଙ୍କ ମା’ ନୋଳି ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାନ୍ତି । କାରଣ 9ଟି ସନ୍ତାନର ମାଆ ହୋଇଥିଲେ ମଧ୍ୟ ନିଜ ସୌନ୍ଦର୍ଜ୍ୟକୁ ହରାଇବାକୁ ଦେଇନାହାନ୍ତି କ୍ଵେରା ।

ସୋସିଆଲ ମିଡିଆରେ ତାଙ୍କର 4 ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି । କ୍ଵେରା ଜଣେ ମଡ଼େଲର ହେବାସହ ଭାର ଉତ୍ତୋଳନ କରି ନିଜକୁ ଫିଟ୍ ରଖନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।