Special Report- ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ନେଇ ସରକାରଙ୍କ ବଡ ଘୋଷଣା

ଗତ ବର୍ଷ କରୋନା ମହାମାରୀ ପାଇଁ ସଂପୂର୍ଣ୍ଣ ଦେଶରେ ଲକଡାଉନ ଜାରି କରଯାଇଥିଲା । ଏହି ବର୍ଷ ମଧ୍ୟ ଲକଡାଉନ କରାଯାଇଛି । ହେଲେ ବର୍ତ୍ତମାନ ଲକଡାଉନକୁ ସରକାର କିଛି ମାତ୍ରାରେ କୋହଳ କରୁଛନ୍ତି ।

କାରଣ ଲକଡାଉନ ପାଇଁ ବହୁତ ଲୋକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସମସ୍ତ ବ୍ୟବସାୟ, ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ଲକଡାଉନର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ଗତ ବହୁତ ମାସ ହେବ ରାଜ୍ୟରେ ଲକଡାଉନ କାରଣରୁ ସ୍କୁଲ ଓ କଲେଜ ଗୁଡିକ ବନ୍ଦ କରଯାଇଥିଲା ।

ହେଲେ ବର୍ତ୍ତମାନ ସ୍ଥିତିକୁ ଦେଖି ରାଜ୍ୟରେ କିଛି ନିୟମ କୋହଳ କରାଯାଇଛି । ବନ୍ଧୁଗଣ ଗତ କିଛି ସମୟ ହେବ ରାଜ୍ୟ ସରକାର ସ୍କୁଲ ଖୋଲିବାକୁ ନେଇ ଏକ ବଡ ଘୋଷଣା କରିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ବର୍ତ୍ତମାନ ରାଜ୍ୟରେ କରୋନାର ପରିସ୍ଥିତି ସୁଧୁରିଯିବାରେ ଲାଗିଛି ଆଉ ଏହା ଦେଖି ଆମ ରାଜ୍ୟ ସରକାର ଦୀର୍ଘ ଦେଢ଼ ବର୍ଷ ହେବ ବନ୍ଦ ରହିଥିବା ସ୍କୁଲ ମାନଙ୍କୁ ଖୋଲିବାକୁ ଯାଉଛନ୍ତି ।

ଆମ ଗଣଶିକ୍ଷା ମନ୍ତ୍ରୀ ଏହା ଉପରେ ଏକ ବଡ ନିଷ୍ପତ୍ତି ନେଇ ଘୋଷଣା କରିଛନ୍ତି ।ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜର ଦାସ କହିଛନ୍ତି-‘ଶିକ୍ଷାଅନୁଷ୍ଠାନ ମାନଙ୍କର ଖୋଲାଯିବାକୁ ନେଇ ଗଣଶିକ୍ଷାଅନୁଷ୍ଠାନ ନିଷ୍ପତ୍ତି ନେଇପାରିବେ । ତେବେ ଏହା ଉପରେ ବଡ଼ ନିଷ୍ପତ୍ତି ନିଆଯିବାର ସମ୍ଭାବନା ଅଛି । ଅଗଷ୍ଟ ମାସରେ ଜାରି କରାଯାଇଥିବା କୋଭିଡ ଗାଇଡଲାଇନ ଅନୁସାରେ ଶୀକ୍ଷାନୁଷ୍ଠାନ ମାନଙ୍କର ଖୋଲାଯାଇପାରିବ’ ।

ଗତ କିଛି ଦିନ ତଳେ ଦଶମ ଆଉ ଦ୍ଵାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କର ଅଫଲାଇନ ପାଠ ପଢା ଆରମ୍ଭ କରା ଯାଇଥିଲା। ଅଗଷ୍ଟ ୧୬ ତାରିଖରୁ ନବମ ଶ୍ରେଣୀର ପିଲା ମାନଙ୍କର ପାଠ ପଢା ଆରମ୍ଭ କରିବା ପାଇଁ ନିର୍ଦ୍ଧେଶ ଦିଆ ଯାଇଛି। ଏହା ଉପରେ ବଡ଼ ନିଷ୍ପତ୍ତି ନିଆ ଯାଇଛି ବୋଲି ଆମ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହୁଛନ୍ତି ।


ରାଜ୍ୟରେ ସବୁ କରୋନା କଟକଣା ସହ ସ୍କୁଲ ମାନଙ୍କର ଖୋଲା ଯିବାର ନିଷ୍ପତ୍ତି ନିଆଯିବ ବୋଲି ଆମ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହୁଛନ୍ତି । ରାଜ୍ୟରେ ସ୍କୁଲ ମାନଙ୍କର ଖୋଲାଯିବା ସହ କରୋନା କଟକଣା ସବୁ ଅବଲମ୍ବନ କରାଯିବ ଆଉ ଖୁବ ଶୀଘ୍ର ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କର ଅଫଲାଇନ ପାଠ ପଢା ଆରମ୍ଭ କରାଯିବ ।

ଏହାଦ୍ୱାରା ପ୍ରାୟ ଦେଢ଼ ବର୍ଷ ପରେ ବନ୍ଦ ରହିଥିବା ସ୍କୁଲ କଲେଜ ପୁଣି ଖୋଲିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।