ପ୍ରଥମ ଏବଂ ଶେଷ ଥର ନିଜର ୨୨ ଦିନର ପୁଅକୁ ଦେଖାକରି ସହିଦ ହୋଇଗଲେ ତିଳକ ରାଜ, ମାର କ୍ଷୀର ପାଇଁ କାନ୍ଦୁଥିଲା ନବଜାତ

ଜମ୍ମୁ କାଶ୍ମୀରରେ ସହିଦ ହୋଇଥିବା ସୀଆରପୀଏଫ ଯବାନମାନଙ୍କ ମଧ୍ୟରେ ହିମାଚଲ ପ୍ରଦେଶର କାଂଗଡା ଜିଲ୍ଲାର ତିଳକ ରାଜ ବି ସାମିଲ ଥିଲେ । ତାଙ୍କର ପାର୍ଥିବ ଶରୀରର କାଂଗଡା ଜ୍ଵାଳିରେ ତାଙ୍କର ଗ୍ରାମକୁ ପହଞ୍ଚାଇ ଯାଇଛି । ଏହି ସମୟରେ ସ୍କୁଲର ଛାତ୍ରମାନେ ତାଙ୍କୁ ଶ୍ରନ୍ଧାଜଳି ଦେଇଛନ୍ତି ଏବଂ ରାସ୍ତା ଉପରେ ସ୍କୁଲର ପିଲାମାନଙ୍କ ଛଡା ବି ଲୋକମାନଙ୍କର ଭିଡ ବି ଦେଖା ଯାଇଥିଲା । ଦୁରାନା ସ୍କୁଲରେ ତିଳକ ରାଜ ୧୨ତମ ପଢୀଥିଲେ ।

ସହିଦ ତିଳକଙ୍କର ପତ୍ନୀ ଏବଂ ମାତା ପିତା ତାଙ୍କର ସହିଦ ହେବା ଖବର ଶୁଣି ବେହୋସ ହୋଇଯାଇଥିଲେ । ପ୍ରଥମେ ସହିଦ ତିଳକଙ୍କର ପାର୍ଥିବ ଶରୀରରକୁ ଅଧିକ ରାତି ପର୍ଯ୍ୟନ୍ତ ବିଶେଷ ବିମାନରେ ପଠାନକୋଟ ଏୟରପୋର୍ଟରେ ନିଆ ଯାଇଥିଲା ।

ସହିଦଙ୍କର ପାର୍ଥିବ ଶରୀରରକୁ ଆଣିବା ପାଇଁ ଖାଦ୍ଯ ଆପୂର୍ତି ମନ୍ତ୍ରୀ କିଶନ କପୂର, ନୂରପୁରର ବିଧାୟକ ରାକେଶ ପଠାନିୟା, ଜବାଲୀର ବିଧାୟକ ଅର୍ଜୁନ ଠାକୁର, ଡୀସୀ କାଂଗଡା ସନ୍ଦୀପ କୁମାର, ଏସପୀ କାଂଗଡା ସନ୍ତୋଷ ପଟିୟାଲ ଏୟରପୋର୍ଟରେ ଅବସ୍ଥିତ ଥିଲେ । ପଠାନକୋଟ ଏୟରବେଶ ଉପରେ କିଶନ କପୂର, ରାକେଶ ପଠାନିୟା, ଅର୍ଜୁନ ଠାକୁର ସହିଦ ତିଳକଙ୍କର ପାର୍ଥିବ ଶରୀରରକୁ କାନ୍ଧ ଦେଲେ ।

ଜ୍ୱାଲୀର ନାନା ପଞ୍ଚାୟତର ଧାରକଲା ଗ୍ରାମକୁ ସହିଦ ଯବାନ ତିଳକ ରାଜଙ୍କର ଏହି ଆତଙ୍କି ଆକ୍ରମଣ ନ ଭୁଲିବା ଭଳି ଆଘାତ ଅଟେ ।

ଘଟଣାର ସୂଚନା ମିଳିବା ପରେ ହିଁ ଅଞ୍ଚଳରେ ପୁରା ଶୋକର ଛାୟା ଖେଳି ଯାଇଛି । ୨ ଜୁନ ୧୯୮୮ରେ କାଂଗଡାର ଜ୍ୱାଲୀର ଦେବା ଗ୍ରାମରେ ଜନ୍ମିଥିବା ତିଳକ ରାଜ ୨୬ ମାର୍ଚ ୨୦୧୧ରେ କେନ୍ଦ୍ରିୟ ରିଜର୍ବ ପୁଲିସ ବଳ (ସୀଆରପୀଏଫ)ରେ ଭର୍ତ୍ତି ହୋଇଥିଲେ । ପ୍ରଦେଶର ସିଏମ ଜୟରାମ ଠାକୁର ଏବଂ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ତିଳକ ରାଜଙ୍କର ନିଧନ ଉପରେ ଶୋକ ପ୍ରକାଶ କରିଛନ୍ତି ।

ବଜେଟ ଉପସ୍ଥାପନ ସମୟ ପରେ ରାଜଭବନରେ ରାଜ୍ୟପାଳଙ୍କ ତରଫରୁ ବିଧାୟକ ମାନଙ୍କୁ ଦିଆଯାଇଥିବା ଭୋଜିକୁ ବି ବନ୍ଦ କରି ଦିଆଗାଲା ।

୨୨ ଦିନ ପ୍ରଥମେ ହିଁ ପିତା ହୋଥିଲେ ସହିଦ

କହିଦେଉଛୁ ଯେ ଜାନୁୟାରୀ ମାସରେ ରହୁଥିବା ସହିଦଙ୍କର ପତ୍ନୀ ଏକ ପୁତ୍ରକୁ ଜନ୍ମ ଦେଇଛନ୍ତି । ଯାହା ମୁଣ୍ଡରୁ ଜନ୍ମର ୨୨ ଦିନ ପରେ ହିଁ ତାହା ପିତାର ହାତ ଉଠିଗଲା । କିଛି ଦିନ ପୂର୍ବରୁ ମାନେ ୧୧ ଫେବ୍ରୁୟାରୀ ଦିନ ଛୁଟି ଶେଷ କରି ତିଳକ ରାଜ ଡ୍ଯୁଟି ଯାଇଥିଲେ ।

କବାଡି ଖେଳାଳି ଏବଂ ଲୋକ ଗାୟକ ଥିଲେ ତିଳକରାଜ

ଜ୍ୱାଲୀ ଦେବା ଗ୍ରାମର ନିବାସୀ ସହିଦ ତିଳକ ରାଜ ସାନୁ ବହୁମୂଖୀ ପ୍ରତିଭାର ଧନୀ ଥିଲେ । ସେ ଏକ ସୈନିକ ହେବା ସହିତ ଏକ ଭଲ ଗାୟକ ଏବଂ କବାଡି ଖେଳାଳି ଥିଲେ । ତିଳକ ବହୁତ ଲୋକ ଗୀତ ଗାଈ ସାରିଛନ୍ତି । ତିଳକ ରାଜଙ୍କର ପିତା ଲାୟକ ରାମ ଚାଷବାସ କରନ୍ତି । ତିଳକ ଗଦ୍ଦୀ ସୁମଦାୟ ସହିତ ସବନ୍ଧ ରଖନ୍ତି । କିଛି ଦିନ ପୂର୍ବେ ସେ ନିଜର ପତ୍ନୀଙ୍କର ଡେଲିବରି ପାଇଁ ସାହପୁର ହସ୍ପିଟାଲ ଆସିଥିଲେ ।

ତିଳକ ଡ୍ଯୁଟି ସମୟରେ ଯେତେବେଳେ ବି ଫ୍ରୀ ମିଉଥିଲା ସେତେବେଳେ ସେ କିଛି ଗୀତ ଲେଖି ଦେଉଥିଲ ଓ  ଛୁଟିରେ ଆସିଲେ ତାହାକୁ ରେକର୍ଡ କରି ରିଲିଜ କରୁଥିଲେ । ତାଙ୍କର ସବୁ ଗୀତକୁ ଲୋକମାନେ ପସନ୍ଦ କରୁଥିଲେ ।

ଅନ୍ତିମ ଗୀତ କରି ପାରିଲେ ନାହିଁ ରିଲିଜ

ତିଳକ ଏହି ଥର ଛୁଟିରେ ଆସି ଗୀତର ରେକର୍ଡ କରିବାର ଥିଲା, କିନ୍ତୁ ପତ୍ନୀଙ୍କର ଡେଲିଭରି ଥିବାରୁ ଗୀତ ରେକର୍ଡ କରି ପାରିଲେ ନାହିଁ । ତିଳକ ବହୁତ ଗୀତ ଲେଖିଥିଲେ ଯାହାକୁ ରିଲିଜ କରିବା ପାଇଁ ପ୍ରସ୍ତୁତ ଥିଲେ, କିନ୍ତୁ ତାଙ୍କର ସ୍ଵପ୍ନ ପୁରା ହୋଇ ପାରିଲା ନାହିଁ । କାରଣ ସେ ଆଜି ଏହି ଦୁନିଆରେ ନାହନ୍ତି ।

ଅପଡେଟ ପାଇଁ ପେଜକୁ ଲାଇକ କରନ୍ତୁ ।