ଚୀନ ପୁଣି ଲଗାଇଲା ଭାରତର ଜଖମ ଉପରେ ଲୁଣ, ଜୈସ ସରଗନା ମସୂଦ ଅଜହର ଉପରେ ଦେଲା ଏମିତି ବୟାନ

ପୁଲୱାମା ଆକ୍ରମଣ ଉପରେ ବଡ ବଡ ଦେଶ ନିଜର ଦୁଖ ପ୍ରକାଶ କରୁଛି । ଏହା ମଧ୍ୟରେ ଚୀନ ବି ନିଜର ଦୁଖ ପ୍ରକାଶ କରି ଏହି ଆକ୍ରମଣଙ୍କୁ ନିନ୍ଦା କରିଛି ଏବଂ ନିଜର ସହାନୁଭୂତି ଦେଖାଇଛି । କିନ୍ତୁ ସହାନୁଭୂତି ଦେଖାଇବା ପରେ ଚୀନ ଜୈଶ-ଏ-ମୋହମ୍ମଦର ମୁଖିୟା ମୌଲାନା ମସୂଦ ଅଜହରଙ୍କର ଆକ୍ରମଣ ପଛରେ ତାଙ୍କ ପ୍ରତି କୋମଳ ଭାବନା ବି ଦେଖାଇଛି ।

କହିବାକୁ ଗଲେ ଭାରତ ବହୁତ ସମୟରୁ ସଂଯୁକ୍ତ ରାଷ୍ଟ୍ରର ଗ୍ଲୋବଲ ଟେରରିସ୍ଟ ଲିସ୍ଟରେ ଏହି ଆତଙ୍କି ଗ୍ରୁପର ନାମକୁ ସାମିଲ କରିବା ପାଇଁ ଚେଷ୍ଟା କରୁଛି କିନ୍ତୁ ଚୀନ ସବୁବେଳେ ନିଜର ଭୋଟ ଶକ୍ତିକୁ ବ୍ୟବହାର କରି ଏହି ସୂଚୀରେ ଏହି ଆତଙ୍କି ନାମକୁ ସାମିଲ ହେବାକୁ ଦେଉ ନାହିଁ । ଏହି ଆକ୍ରମଣ ପରେ ବି ଚୀନ ଅଜହର ଏବଂ ପାକିସ୍ତାନ ପ୍ରତି ନିଜର ଚିନ୍ତାଧାରାକୁ ବଦଳାଇ ନାହିଁ ଏବଂ ଚୀନ ବିଦେଶ ମନ୍ତ୍ରାଳୟରେ ଅଜହର ପକ୍ଷରେ ହିଁ ନିଜର ବୟାନ ଦେଇଛି ।

କଣ କହିଲା ଚୀନ

ଚୀନ କହିଛି କି ଆତଙ୍କି ସଂଗଠନରେ କୌଣସି ବି ସଂଗଠନର ନାମ ପକାଇବା ପାଇଁ ୟୂଏନର ନିୟମ ଅନୁସାରେ ହିଁ ନିର୍ଣ୍ଣୟ ନିଆ ଯାଏ କି କାହାର ନାମ ଏହି ସୂଚୀରେ ରଖିବା ଦରକାର କି ନାହିଁ । ଏହି ବୟାନ ଚୀନର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଗେଂଗ ଶୁଆଂଗଙ୍କ ତରଫରୁ ଆସିଛି ଏବଂ ଏହି ବୟାନରୁ ସଫା ଜଣା ପଡୁଛି କି ଚୀନ ଗ୍ଲୋବଲ ଟେରରିସ୍ଟର ଲିସ୍ଟରେ ଏହି ଆତଙ୍କବାଦୀର ନାମକୁ ସାମିଲ କରିବା ପାଇଁ ଚାହୁଁନାହିଁ ।

ଭାରତ ତରଫରୁ କରାଯାଇଥିଲା ଅପିଲ

ଜମ୍ମୂ- କଶ୍ମୀରର ପୁଲୱାମାରେ ହୋଇଥିବା ଆକ୍ରମଣ ପରେ ଭାରତର ବିଦେଶ ମନ୍ତ୍ରାଳୟରେ ଅନ୍ୟ ଦେଶମାନଙ୍କୁ ମସୂଦ ଅଜହରଙ୍କୁ ଗ୍ଲୋବଲ ଟେରରିସ୍ଟର ଲିସ୍ଟରେ ସାମିଲ କରିବା ପାଇଁ ଗୁହାର କରା ଯାଇଥିଲା । ଏବଂ ବିଦେଶ ମନ୍ତ୍ରାଳୟ ତରଫରୁ କୁହାଯାଇଛି କି ଏହି ଆକ୍ରମଣକୁ ଆତଙ୍କି ସଂଗଠନ ଜୈଶ-ଏ-ମୋହମ୍ମଦ ଅଞ୍ଜାମ ଦେଇଛନ୍ତି । ଯାହାକୁ ୟୂଏନ ଏବଂ ଅନ୍ୟ ଦେଶମାନେ ଆତଙ୍କି ସଂଗଠନ ସୁଚିରେ ସାମିଲ କରି ରଖିଛନ୍ତି । ଏହି ଆତଙ୍କି ସଂଗଠନକୁ ପାକିସ୍ତାନ ସରକାର ତରଫରୁ ସଂରକ୍ଷଣ ମିଳିଛି ।

ଆପଣଙ୍କୁ କହିଦେଉଛୁ କି ଏହି ଆତଙ୍କି ସଂଗଠନର ନାମ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଆତଙ୍କି ସଂଗଠନର ସୁଚିରେ ୨୦୦୨ରେ ସାମିଲ କରା ଯାଇଥିଲା । କିନ୍ତୁ ଏହି ସଂଗଠନର ସରଗନା ମସୂଦ ଅଜହରଙ୍କର ନାମକୁ ବର୍ତ୍ତମାନ ପର୍ଯ୍ୟନ୍ତ ସଂଯୁକ୍ତ ରାଷ୍ଟ୍ରର ଗ୍ଲୋବଲ ଟେରରିସ୍ଟ ସୂଚୀରେ ସାମିଲ କରାଯାଇ ନାହିଁ । କାରଣ ଚୀନ ଏହାକୁ କରିବାରେ ବାଧା ସୃଷ୍ଟି କରୁଛି ।

ଆଗକୁ ଅପେଡେଟ ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।