ପାଇବାର ଅଛି ଭଗବାନ ଶିବଙ୍କର ଆଶୀର୍ବାଦ ଓ ଖୁସି, ତେବେ ଏହି ଖାସ ଦିନରେ ରଖନ୍ତୁ ବ୍ରତ, ସବୁ ମନୋକମନା ହେବ ପୂର୍ଣ୍ଣ

ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କୁ ସବୁଠୁ ଶକ୍ତିଶାଳୀ ଭଗବାନ ବୋଲି କୁହାଯାଏ । ଏହିଭଳି ମାନ୍ୟତା ଅଛି କି ଯେଉଁ ବ୍ୟକ୍ତି ନିଜର ହୃଦୟରୁ ଭଗବାନ ଶିବଙ୍କର ଉପାସନା କରିଥାଏ କିମ୍ବା ତାଙ୍କର ବ୍ରତ କରିଥାଏ, ତେବେ ତାଙ୍କର ସବୁ ଇଛା ପୂର୍ଣ୍ଣ ହୋଇଥାଏ । ଆଜି ଆମେ ଆପଣଙ୍କୁ ଭଗବାନ ଶିବଙ୍କର ଏକ ଏମିତି ବ୍ରତ ବିଷୟରେ କହିବାକୁ ଯାଉଛୁ, ଯାହାକୁ ରଖିବା ଦ୍ଵାରା ଆପଣ ଭଗବାନ ଶିବଙ୍କର ଆଶୀର୍ବାଦ ପାଇ ପାରିବେ ।

ଏହି ବ୍ରତକୁ ଆମେ ସମସ୍ତେ “ପ୍ରଦୋଷ” ବ୍ରତ ନାମରେ ଜାଣିଛୁ । ପ୍ରଦୋଶ ବ୍ରତ ରଖିବା ଦ୍ଵାରା ଜୀବନରେ ଚାଲୁଥିବା ସମସ୍ତ ଦୁଃଖ ଓ କଷ୍ଟ ଦୂର ହୋଇଯାଇଥାଏ ।

ଏହି ବ୍ରତକୁ ହିନ୍ଦୁ ଧର୍ମରେ ଅନ୍ୟ ବ୍ରତମାନଙ୍କ ଠାରୁ ସବୁଠୁ ଖାସ ବୋଲି କୁହାଯାଏ । କହିଦେଉଛୁ କି ଏହି ବ୍ରତ ସବୁ ବର୍ଷ ହିନ୍ଦୁ  କ୍ୟାଲେଣ୍ଡର ଅନୁସାରେ ଚନ୍ଦ୍ର ମାସର ୧୩ ଦିନରେ ମାନେ ତ୍ରୟୋଦଶୀରେ ରଖା ଯାଇଥାଏ । ଚାଲନ୍ତୁ ଜାଣିବା ଏହି ବ୍ରତର ମହିମା କଣ ଅଟେ ଓ ଏହି ବ୍ରତ କେଉଁ ପ୍ରକାରର ରଖିବା ଦ୍ଵାରା କଣ କଣ ଲାଭ ମିଳିଥାଏ ।

ପ୍ରଦୋଷ ବ୍ରତର ମହିମା

ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ ଯେତିକି ପୂଣ୍ୟ ଆମକୁ ଦୁଇଟି ଗାଈକୁ ଦାନ କରିବା ଦ୍ଵାରା ମିଳିଥାଏ, ସେତିକି ହିଁ ପୂଣ୍ୟ କେବଳ ପ୍ରଦୋଶ ବ୍ରତ ଦ୍ଵାରା ମିଳିଥାଏ । କୁହାଯାଏ କି ଗୋଟିଏ ସମୟରେ ଚାରିଆଡେ ଅଧର୍ମ, ଅନ୍ୟାୟ ଓ ଅନାଚାର ବଢିଯିବ ଏବଂ ମନୁଷ୍ୟ ସ୍ଵାର୍ଥୀ ହୋଇଯିବ, ଏହି ଭଳି କଠିନ ସମୟରେ ଯିଏ ଏହି ପ୍ରଦୋଷ ବ୍ରତ ରଖି ଭଗବାନ ଶିବଙ୍କର ପୂଜା କରିବ ତାଙ୍କୁ ଭଗବାନ ଶିବଙ୍କର କୃପା ହାସଲ ହେବ ।

କାହିଁକି ରଖା ଯାଇଥାଏ ପ୍ରଦୋଷ ବ୍ରତ

ପ୍ରଦୋଷ ବ୍ରତ ରଖିବା ପଛରେ ଏକ ବିଶେଷ କଥା ସାମିଲ ଅଛି । ଏମିତି କୁହାଯାଏ କି ଚନ୍ଦ୍ରଙ୍କୁ କ୍ଷୟ ରୋଗ ହୋଇଥିଲା ଯେଉଁ କାରଣରୁ ତାଙ୍କୁ ଚାଲିବା ପାଇଁ ଅସୁବିଧା ହେଉଥିଲା । ଏମିତିରେ ଗୋଟିଏ ଦିନ ଭଗବାନ ଶିବ ତାଙ୍କର ଏହି ଦୋଷର ନିବାରଣ କରିବା ପାଇଁ ତ୍ରୟୋଦଶିରେ ପ୍ରଦୋଷ ବ୍ରତ ରଖିବା ପାଇଁ କହିଲେ ଓ ତାଙ୍କୁ ପୁନଃ ଜୀବନ ପ୍ରଦାନ କରିଲେ । ସେଥିପାଇଁ ଏହି ଦିନକୁ ପ୍ରଦୋଷ ନାମରେ ଜଣା ଯାଇଥାଏ ।

ପ୍ରଦୋଷ ବ୍ରତର ବିଧି

ପ୍ରଦୋଷ ବ୍ରତ ରଖିବା ପାଇଁ ସକାଳୁ ଉଠି ସ୍ନାନ କରି ଭଗବାନ ଶିବଙ୍କୁ ସ୍ମରଣ କରନ୍ତୁ । ଏହି ଦିନରେ ଆପଣ ଉପବାସ ରହିବେ । ସନ୍ଧ୍ୟା ହେବାର ୧ ଘଣ୍ଟା ପୂର୍ବରୁ ସ୍ନାନ କରି ଶ୍ୱେତ ବସ୍ତ୍ର ଧାରଣ କରି ପୂଜା ସ୍ଥଳକୁ ଗଙ୍ଗା ପାଣିରେ ପବିତ୍ର କରନ୍ତୁ । ଏହା ପରେ ମନ୍ଦିରକୁ ଗୋବର ଦ୍ଵାରା ପ୍ରଲେପ କରନ୍ତୁ ।

ଏହା ପରେ ମନ୍ଦିରରେ ରଙ୍ଗୋଲି କରି ଏକ କୁଶ ଆସନରେ ବସନ୍ତୁ । ଉତ୍ତର-ପୂର୍ବ ଦିଗକୁ ମୁହଁ କରି ଭଗବାନ ଶିବଙ୍କର ଆରାଧନା କରନ୍ତୁ ଓ  ‘ଓମ ନମ: ଶିବାୟ’ ମନ୍ତ୍ରକୁ ଜପ କରନ୍ତୁ ।

ଏହି ପୋଷ୍ଟଟିକୁ ଅଧିକରୁ ଅଧିକ ଶେୟାର କରନ୍ତୁ ଓ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ ।