ଗ୍ରୀନ ମଟର ଚୋପାର ଉପଯୋଗ ଜାଣିବେ ତ ଭୁଲ ରେ ମଧ୍ୟ ଏହାକୁ ଫିଙ୍ଗିବେ ନାହିଁ

ଗ୍ରୀନ ମଟର ବହୁତ ରେସିପିରେ ଉପଯୋଗ କରାଯାଇଥାଏ । ଏହି ଗ୍ରୀନ ମଟର ଅଧିକାଂଶ ଶୀତ ଋତୁରେ ଚାଷ କରାଯାଏ । ଶୀତ ଋତୁରେ ଅଧିକାଂଶ ଖାଦ୍ୟରେ ଏହି ଗ୍ରୀନ ମଟର ବ୍ୟବହାର କରାଯାଏ । ଆପଣ ଚାହିଁଲେ ଏହି ମଟରକୁ କଞ୍ଚା ମଧ୍ୟ ଖାଇପାରିବେ । ହେଲେ ଲୋକମାନେ ମଟରକୁ ଚୋପାରୁ ଅଲଗା କରି, ଚୋପାକୁ ବାହାରେ ଫିଙ୍ଗି ଦିଅନ୍ତି ।

ହେଲେ ଆଜି ଆମେ ଆପଣମାନଙ୍କୁ ମଟର ଚୋପାର ସଠିକ ଉପଯୋଗ ଓ ଏହାର ଫାଇଦା ବିଷୟରେ କହିବୁ, ଯାହାକୁ ଜାଣିଲା ପରେ ଆପଣ ଭୁଲ ରେ ମଧ୍ୟ ଗ୍ରୀନ ମଟର ଚୋପାକୁ ଫିଙ୍ଗିବେ ନାହିଁ । ତେବେ ଆସନ୍ତୁ ଜାଣିବା ମଟର ଚୋପାର ଫାଇଦା ବିଷୟରେ ।

ସର୍ବ ପ୍ରଥମେ ମଟର ଛୁଇଁରୁ ମଟରକୁ ଭଲ ଭାବରେ ଅଲଗା କରି ଦିଅନ୍ତୁ । ଅଲଗା କରିବା ପରେ ଚୋପା ଉପରେ ଥିବା ପରଦକୁ ଚୋପାରୁ ଅଲଗା କରନ୍ତୁ । ଏହା ପରେ ଚୋପାକୁ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ । ଏହି ଚୋପା ଦ୍ଵାରା ଆପଣ ବିଭିନ୍ନ ରେସେପି କରିପାରିବେ । ହେଲେ ଆଜି ଆମେ ଆପଣଙ୍କୁ କହିବୁ ମଟର ଚୋପା ସହିତ ଆଳୁର ରେସେପି ।

-ସର୍ବ ପ୍ରଥମେ କଢାଇକୁ ଗରମ କରନ୍ତୁ ।

-ଗରମ କରିବା ପରେ ଅଳ୍ପ ସୋରିଷ ତେଲ ପକାନ୍ତୁ । ଏହା ପରେ ଆପଣ କଟା ପିଆଜ କଡେଇରେ ପକାଇ ଦିଅନ୍ତୁ ।

-ପିଆଜକୁ ଅଳ୍ପ ଭାଜିବା ପରେ ଆପଣ ଏଥିରେ ଲୁଣ ଓ କଟା ଆଳୁ ପକାଇ ଦିଅନ୍ତୁ ।

-୨-୩ ମିନିଟ ରହିବା ପରେ କଡେଇରେ କଟା ମଟର ଚୋପା ପକେଇ ଦିଅନ୍ତୁ ।

-ଆପଣ ନିଜ ସ୍ଵାଦ ଅନୁସାରେ ଏଥିରେ ଗରମ ମସଲା ଓ ଧନିଆ ପାଉଡର ଆଦି ପକେଇ ପାରିବେ ।

-୧ ମିନିଟ ପର୍ଯ୍ୟନ୍ତ ଭାଜିବା ପରେ ଗ୍ୟାସକୁ ବନ୍ଦ କରିଦିଅନ୍ତୁ ।

ଏହି ରେସିପି ସହ ଆପଣ ରୁଟି ଓ ଭାତ ଆଦି ଖାଇ ପାରିବେ । ଏହି ଚୋପା ଦ୍ଵାରା ଆପଣ ମ୍ୟାଗି, ବିରିୟାନୀ, ପଲାଉ ଓ ଅନ୍ୟାନ୍ୟ ରେସିପି ମଧ୍ୟ ତିଆରି କରିପାରିବେ । ଏହି ଚୋପା ଖାଦ୍ୟର ସ୍ଵାଦ ବଢାଇବା ସହିତ ଆପଣଙ୍କ ଶରୀରକୁ ବହୁତ ପୋଷଣ ଯୋଗାଇ ଥାଏ ।