ପ୍ରଦୀପ ମହାରଥୀଙ୍କ ପାଇଁ ଟୁଇଟ କରି ଫସିଲେ ଅନୁଭବ ମହାନ୍ତି

ମୃତ୍ୟୁ ପୂର୍ବରୁ ଜୀବିତ ଅବସ୍ଥାରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ସାଂସଦକ ଅନୁଭବ । ମିଛ ପୋଷ୍ଟ କରି କହିଲେ ହୋଇଛି ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର । ତେବେ ସମସ୍ତଙ୍କୁ କନ୍ଦାଇ ଆର ପାରିକୁ ଚାଲିଯାଇଛନ୍ତି ରାଜ୍ୟ ର ବରିଷ୍ଠ ରାଜନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ । ଏବେ ଆଊ ଶୁଣିବାକୁ ମିଳିବନାହିଁ ତାଙ୍କ କଥା । ସରିନାହିଁ ରାଜନୀତି କିନ୍ତୁ ହାରିଗଲେ ମହାରଥୀ ।

ସବୁ ଆଡୁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଉଛି । କିନ୍ତୁ ଏବେ ଅନୁଭବ ଙ୍କ ଟୁଇଟ କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ମହାରଥୀ ଙ୍କ ମୃତ୍ୟୁ ପୂର୍ବରୁ ଗତ କାଲି ରାତି ୧୧:୩୬ ରେ ମହାରଥୀ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଅନୁଭବ । ତେବେ ମହାରଥୀ ଙ୍କ ରାତି ୨:୩୬ ରେ ପରଲୋକ ହୋଇଥିବା ବେଳେ ଅନୁଭବ ଅଟେ ଆଗରୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏତେ ବିବ୍ରତ ଥିଲେ କାହିଁକି ।

ଏକ ଟୁଇଟ କରି ମହାରଥୀ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଏହାକୁ ଡିଲିଟ କରିଦେଇଥିଲେ ଅନୁଭବ ମହାନ୍ତି । ଏବଂ କହୁଥିଲେ ତାଙ୍କୁ କେହି ଫସାଈ ଦେବାପାଇଁ ଏପରି ଷଡ଼ଯନ୍ତ୍ର କରିଛି ଏପରି ପୋଷ୍ଟ କରି ଅନୁଭବ ଟ୍ରୋଲ ହେବା ପରେ ପୁଣି ଥରେ ଟୁଇଟର ରେ ଆଊ ଏକ ସ୍ପ୍ରସ୍ତିକରଣ ପୋଷ୍ଟ କରିଥିଲେ । କହିଲେ ଭୁଲ ହୁଏ କିନ୍ତୁ ଏମିତି ଭୁଲ ହେବା କଥା ନୁହେଁ ।

ଏବଂ ଅନୁଭବ କହିଥିଲେ କି ମୁ ଦୁଃଖିତ କି ମୁ ପୋଷ୍ଟ କରିଥିବା କଥା ସତ୍ୟ ନୁହେଁ । କିନ୍ତୁ ସର୍ବସାଧାରଣ ତାଙ୍କୁ ମିଛ ପ୍ରମାଣିତ କରିବାପାଇଁ ତାଙ୍କୁ ହିଁ ଖବର ଦିଆଯାଇଥିଲା ବୋଲି କହିଛନ୍ତି ଅନୁଭବ ମହାନ୍ତି । ଜଣେ ବ୍ୟବସାୟକ ଲୋକ ତାଙ୍କୁ ଏହି ଖବର ଦେଉଥିବାର ସେ ପ୍ରକାଶ କରିଛନ୍ତି । ତେବେ ଜଣେ ସାଂସଦ ହିସାବରେ ଏକ ସମ୍ବେଦନଶୀଳ ଘଟଣା କୁ ନେଇ ବାରମ୍ବାର ଅତି ପିଲାଳିଆମି ଭାବେ ମତ ରଖିବାକୁ ଅନେକ ନାପସନ୍ଦ କରିଛନ୍ତି ।

ଅନୁଭବ ଙ୍କ ଏଭଳି ବାଉଳି ଚଉଳା କୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହୋଇଛି ଏବଂ ଅନୁଭବ ଙ୍କୁ ଟ୍ରୋଲ କରାଯାଉଛି । ସୋସିଆଲ ମିଡ଼ିଆ ୟୁଜର ମାନେ କହିଛନ୍ତି କି ତୁମେ କଣ ଛୋଟ ଛୁଆ କି ତୁମକୁ ସମସ୍ତେ ଫସେଇ ଦେଉଛନ୍ତି । ଏଭଳି ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ଲେଖି ପୁଣି ଆଊ ଜଣଙ୍କୁ ଏଥିରେ ଟାଣିବା ଏବେ ସାଂସଦକ ଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି ।

ସୋସିଆଲ ମିଡିଆରେ ତୀବ୍ର ଆଲୋଚନା ର ଶିକାର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି । ଗତ ୩ ଦିନ ଧରି ଶ୍ରୀ ମହାରଥୀ ଙ୍କ ସ୍ବାସ୍ଥ୍ୟ ରେ ଅବନତି ଘଟିଥିଲା । ତାଙ୍କୁ ଭେନ୍ତିଲେଟର ରେ ମଧ୍ୟ ରଖାଯାଇଥିଲା । ଗତ କାଲି ରାତି ୨:୩୬ ମିନିଟ ରେ ତାଙ୍କର ପରଲୋକ ହୋଇଥିବା ଖବର ମିଳିଥିଲା । କିନ୍ତୁ ଅନୁଭବ ମହାନ୍ତି ଏପରି ଭୁଲ କେମିତି କରିଲେ ବୋଲି ସୋସିଆଲ ମିଡିଆରେ ସେ ଟ୍ରୋଲ ହେଉଛନ୍ତି ।

ତେବେ ଅନୁଭବ ଙ୍କୁ ନେଇ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।