ପ୍ରଭୁ ଶ୍ରୀରାମଙ୍କ ରାଜ୍ୟରେ ଓଡ଼ିଶାକୁ ପ୍ରଥମ ପ୍ରାଧାନ୍ୟ, ଯାହାର ଝଲକ ଏହି ଫୋଟୋ ରେ ଦେଖା ଦେଇଛି ।

ପ୍ରଭୁ ଶ୍ରୀରାମଙ୍କ ରାଜ୍ୟରେ ଓଡ଼ିଶାକୁ ଦିଆ ଯାଇଛି ପ୍ରଥମ ପ୍ରାଧାନ୍ଯ । ଓଡିଆ ଭାଷା ପ୍ରଥମେ ଲେଖା ରହିଲା । ସମସ୍ତଙ୍କର ଆଗ ଓଡିଆ ଉପରେ ଆଖି ପଡିବ । ହଁ ଦର୍ଶକ ବନ୍ଧୁ ଓଡିଶା କୁ ଆଉ ଏବେ ପଛୁଆ ରାଜ୍ୟରେ ଗଣନା କରାଯାଉ ନାହିଁ । ଏହାର ଗୋଟେ ଝଲକ ଏକ ଫୋଟୋ ରୁ ଜଣା ପଡୁଛି । କାହିଁକି ଗୋଟେ ଫୋଟୋ କହି ଦେଉଛି ଯେ ଓଡିଶା ଏବେ କେତେ ଆଗ ରେ ରହିଛି । ଜଗନ୍ନାଥ ଧାମ କୁ ଅଯୋଧ୍ୟାରେ ଦିଆ ଯାଇଛି ପ୍ରଥମ ପ୍ରାଧାନ୍ଯ ।

କାହିଁକି ଅଜୋଧ୍ୟା ଯଦି ପ୍ରବୁ ଶ୍ରୀରାମ କ୍ଷେତ୍ରରେ ତେବେ ପୁରୀ ହେଉଛି ଜଗନ୍ନାଥ ଙ୍କ ଧାମ । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ଏବେ ଓଡିଶାର ପ୍ରାଧାନ୍ୟତା କୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଅଯୋଧ୍ୟାରେ ଓଡିଆ ଭାଷାକୁ ଦିଆ ଯାଇଛି ପ୍ରଥମ ପ୍ରାଧାନ୍ଯ । ଆଉ ଯାହାକୁ ଦେଖିବା ପରେ ଅନ୍ୟ ରାଜ୍ୟ ମାନେ ଏବେ ଈର୍ଷା କରିବାରେ ଲାଗିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଅଜୋଧ୍ୟା ଜଙ୍କସନ ରେ ଲାଗିଥିବା ଏକ ବୋର୍ଡ ର ଫୋଟୋ ଭାଇରାଲ ହେବାରେ ଲାଗିଛି ।

ଯେଉଁଥି ରେ ଲେଖା ଅଛି ଅଯୋଧ୍ୟା ଧାମ ଜଙ୍କସନ । ଯାହାକୁ ଅଯୋଧ୍ୟା ନଗର ନିଗମ ଲଗାଇଛି । ସବୁଠାରୁ ବଡ କଥା ହେଉଛି ପ୍ରଥମ ରେ ଲେଖା ରହିଛି ଓଡିଆରେ । ଏହା ପୂର୍ବରୁ ଓଡିଆ ଭାଷା କୁ କେବେ ବି ପ୍ରାଧାନ୍ୟ ଦିଆଯାଇ ନାହିଁ । ଯିଏ ବି ଜାନୁଆରୀ 22 ରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ସମାରୋହରେ ଯିବେ ସେମାନେ ପ୍ରଥମେ ଦେଖିବେ ଓଡିଆ ଭାଷା କୁ ।

ଯେଉଁଥି ରୁ ଜଣା ପଡୁଛି ଓଡିଶା ଏବେ ନିଜର ପରମ୍ପରା, ଐତିହ୍ୟ, ସଫଳତା କୁ ନେଇ ସମସ୍ତଙ୍କ ଦ୍ରୁଷ୍ଟି ଆକର୍ଷଣ କରିଛି । ଅନ୍ୟ ପଟେ ଓଡିଆ ଭାଷା କୁ ଦେଖି ସମସ୍ତେ ଈର୍ଷା କରିବାରେ ଲାଗିଛନ୍ତି । କାରଣ ରାଷ୍ଟ୍ରୀୟ ଭାଷା ହିନ୍ଦୀ ଥିଲେ ମଧ୍ୟ ପ୍ରଥମେ ଓଡିଆ ଭାଷା ଲେଖା ହୋଇଛି । ଏବେ ଠାରୁ ଯାତ୍ରୀ ମାନେ ସେମାନଙ୍କ ଟ୍ରେନ ଟିକେଟ ବୁକ କରିବାରେ ଲାଗିଛନ୍ତି ।

ଦେଶର ଯେ କୌଣସି ଟ୍ରେନରେ ଅଯୋଧ୍ୟାକୁ ଆସି ରାମ ମନ୍ଦିର ର ସମାରୋହ ରେ ଯୋଗ ଦେବେ । ତେବେ ରାମ ମନ୍ଦିରର ପ୍ରତିଷ୍ଠା ପାଇଁ ରୀତିନୀତି ଚୁଡାନ୍ତ ପର୍ଯ୍ୟାୟ ରେ ଥିବା ବେଳେ ଏବେ ସୁରକ୍ଷା ବ୍ୟବସ୍ଥା କୁ ମଧ୍ୟ କଡା କଡି କରା ଯାଇଛି । ତେବେ ଓଡିଆ ଭାଷା କୁ ପ୍ରଥମ ଥର ଅଯୋଧ୍ୟା ରେ ପ୍ରାଧାନ୍ଯ ଦିଆ ଯାଇଛି । ଯାହା କି ପୂର୍ବରୁ କେବେ ଘଟି ନ ଥିଲା । ଆଉ ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।