ରାମ ମନ୍ଦିରକୁ ପ୍ରବେଶ କରୁଥିଲେ ହୋଇ ଯାଆନ୍ତୁ ସାବଧାନ । ଏହି ସବୁ ଜିନିଷ ନେଇ ଯାଉଥିଲେ ସିଧା ଯାଇପାରନ୍ତି ଜେଲ । ଭିଭିଆଇପି ମାନଙ୍କୁ ମଧ୍ୟ ମାନିବାକୁ ପଡିବ ଏହି ସବୁ ନିୟମ । ଅଧିକ ସୁରକ୍ଷାରେ ରହିଛି ରାମ ମନ୍ଦିର । ହଁ ଦର୍ଶକ ବନ୍ଧୁ ପାଖେଇ ପାଖେଇ ଆସୁଛି ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାର ସମୟ । ଉଶ୍ଚବ ରେ ଯୋଗ ଦେବାକୁ ଅଯୋଧ୍ୟାରେ ଲାଗିବ ଜାନୁଆରୀ 22 ତାରିଖରେ ଭିଭିଆଇପି ଙ୍କ ଗହଳି ।
ସେଥିପାଇଁ ପୁରା ଆଯୋଧ୍ୟା କୁ 10 ହଜାର କ୍ୟାମେରା ଓ ଡ୍ରୋନ ର ବ୍ୟବସ୍ଥା କରା ଯାଇଛି । ସେପଟେ ମନ୍ଦିର ସୁରକ୍ଷା ଉପରେ ମଧ୍ୟ ରହିଛି ସମସ୍ତଙ୍କର କଡା ନଜର । ଏଥିପାଇଁ ପ୍ରଭୁ ରାମଙ୍କ ତୀର୍ଥ ଭୂମି ଅଯୋଧ୍ୟାର ଟ୍ରଷ୍ଟ ପକ୍ଷରୁ କରା ଯାଇଛି କିଛି ନିୟମ । ଯଦି ଏହି ନିୟମ ସବୁ କେହି ନ ମାନନ୍ତି ତେବେ ଜେଲ ଦଣ୍ଡ ମିଳିବାକୁ ପଡିପାରେ ନଚେତ ମୋଟା ରକମର ଫାଇନ ଗଣିବାକୁ ପଡିବ ।
ତେବେ ଆସନ୍ତୁ ଜାଣିବା କଣ କଣ ରହିଛି ଏହି ସବୁ ନିୟମ । ରାମ ମନ୍ଦିରର ପ୍ରବେଶ କରିବା ସମୟରେ କୌଣସି ବି ବ୍ୟକ୍ତି ନିଜ ସହ ମୋବାଇଲ ଫୋନ କି ପର୍ସ ନେଇପାରିବେ ନହିଁ । ଏମିତିକି ସେମାନେ ସାଙ୍ଗରେ ଇୟର ଫୋନ ବା ରିମୋଟ ବାଲା ଚାବି ରିଙ୍ଗ ନେଇ ମନ୍ଦିରକୁ ପ୍ରବେଶ କରିବା ନିଷେଧ କରା ଯାଇଛି । ଆଉ ଏହି ନିୟମ ସମସ୍ତଙ୍କ ପାଇଁ ଲାଗୁ ହୋଇଛି । ତେବେ ଏହି ବିଶାଳ ସମାରୋହରେ 6000 ରୁ ଅଧିକ ନିମନ୍ତ୍ରଣ ପତ୍ର ପଠା ଯାଇଛି ।
ଆଉ 7000 ରୁ ଅଧିକ ଅତିଥି ଆସିଥିବା ନେଇ ଅନୁମାନ କରା ଯାଉଛି । ଦେଶର ବିଭିନ୍ନ ସ୍ଥାନର ସାଧୁ ସନ୍ଥ ମାନେ ନିଜର ଶିଷ୍ୟ ମାନଙ୍କ ସହ ରାମ ମନ୍ଦିର ଉଦଘାଟନ ପାଇଁ ଆସିବାକୁ ଅନୁମତି ଦିଆ ଯାଇଛି । ମନ୍ଦିର ପରିସରକୁ ସାଧୁ ମାନେ ନିଜର ଆଶାବାଡି ନେଇ ପାରିବେ ନାହିଁ । ଏମିତିକି ସେମାନଙ୍କ ଛତା, ଠାକୁରଜୀ, ସିଂହାସନ ବା ପାଦୁକା ନେବାକୁ ମଧ୍ୟ ଅନୁମତି ମିଳି ନାହିଁ ।
ସୂଚନା ଅନୁଯାୟୀ ଯେଉଁ ମାନନକୁ ରାମ ମନ୍ଦିର ତରଫରୁ ନିମନ୍ତ୍ରଣ ଦିଆ ଯାଇଛି ସେମାନେ ହିଁ କେବଳ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ପାଇବେ । ତେବେ ଉଦଘାଟନ ରେ ଯୋଗ ଦେଇଥିବା ବଡ ବଡ ଲୋକ ମାନେ ଭାରତୀୟ ପୋଷାକ ପିନ୍ଧି ପାରିବେ । ଟ୍ରଷ୍ଟ ବୋର୍ଡ ଅଫିସୀୟାଲି ଡ୍ରେସ କୋଡ ଘୋଷଣା କରି ନାହାନ୍ତି ।
କିନ୍ତୁ ପୁରୁଷ ମାନେ ଧୋତି, ଗାମୁଛା, ପାଇଜାମା, କୁର୍ତା ଓ ମହିଳା ମାନେ ଶାଢୀ ଓ ସାଲୁଆର ସୁଟ ରେ ରାମ ମନ୍ଦିର ଉଦଘାଟନ ଉଶ୍ଚବରେ ଯୋଗ ଦେଇ ପାରିବେ । ତେବେ ଜାନୁଆରୀ 22 ରେ ଅଯୋଧ୍ୟାରେ ଏକ ବିରାଟ ସମାଗମ ହେବାକୁ ଯାଉଛି । ଏକ ଭାବି ରାମ ମନ୍ଦିରର ଉଦଘାଟନ ହେବ । ଏଥିପାଇଁ ସମସ୍ତଙ୍କୁ କୁହା ଯାଇଛି କି ଯେଉଁ ମାନେ ନିମନ୍ତ୍ରଣ ପାଇଛନ୍ତି ସେମାନେ କେବଳ ଅଯୋଧ୍ୟା ଆସିବା ଉଚିତ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।