କରଜ କରି ବାପା ବ୍ୟାଟ କିଣିଥିଲେ । ଗହଣା ବିକ୍ରି କରି ମା ଦେଉଥିଲେ ଟଙ୍କା କ୍ରିକେଟ ଖେଳିବାକୁ । ଆଇପିଏଲ ରେ ମଚାଇଥିଲେ ଧମାଲ । ଏବେ ଭାରତ ପାଇଁ ଟେଷ୍ଟ ମ୍ଯାଚରେ କରିବେ ପଦାର୍ପଣ । ହଁ ଦର୍ଶକ ବନ୍ଧୁ ଇଂଲଣ୍ଡ ବିପକ୍ଷ 5 ମ୍ଯାଚ ବିଶିଷ୍ଟ ଟେଷ୍ଟ ସିରିର୍ଜ ପାଇଁ ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଯୁବ ବ୍ୟାଟର ଧୃଭ ଜୁରେଲ । ଟି-20ରେ ବିସ୍ଫୋରକ ବ୍ଯାଟିଙ୍ଗ କରୁଥିବା ଜୁରେଲଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଟିମରୁ ଡାକରା ଆସିଛି ।
ଏହା ପୂର୍ବରୁ ତାଙ୍କୁ ଅନ୍ତର୍ଜାତୀୟ ମ୍ଯାଚ ଖେଳିବାର ଅଭିଜ୍ଞତା ନାହିଁ । ଇଶାନ କିସାନ ଓ ସାଞ୍ଜୁ ଶ୍ୟାମସଙ୍ଗଙ୍କ ଭଳି ୱିକେଟ କିପର ବ୍ୟାଟର ଥିଲେ ମଧ୍ୟ ଜୁରେଲ ଙ୍କୁ ଡାକରା ଆସିଛି । ଇଂଲଣ୍ଡ ବିପକ୍ଷ ଶକ୍ତିଶାଳୀ ଟିମ ବିପକ୍ଷରେ ଧୃଭ ଙ୍କୁ ଦଳରେ ସାମିଲ କରି ଆଶ୍ଚର୍ଯ୍ୟ କରାଇ ଦେଇଛନ୍ତି ଚୟନ କର୍ତ୍ତା । ପ୍ରଥମ ଥର ପାଇଁ ଟିମ ଇଣ୍ଡିଆରୁ ଡାକରା ଆସିଥିବାରୁ ନିଜର ଖୁସି ବ୍ୟକ୍ତ କରିଛନ୍ତି ଜୁରେଲ । ତେବେ ଏହି ଧୃଭ ଜୁରେଲ କିଏ ଓ ତାଙ୍କ ଉପରେ ଚୟନ କର୍ତ୍ତାଙ୍କ ନଜର କେମିତି ପଡିଲା ଯାହାକୁ ନେଇ ଏବେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି ।
ସଂଘର୍ଷ କରି ଏବେ ସଫଳ କ୍ରିକେଟର ସାଜିଛନ୍ତି ଜୁରେଲ । 22 ବର୍ଷୀୟ ଜୁରେଲ ହେଉଛନ୍ତି ଉତ୍ତର ପ୍ରଦେଶର ଆଗ୍ରାର ବାସିନ୍ଦା । 2020ରେ 19 ବର୍ଷରୁ କମ ଟିମ ଇଣ୍ଡିଆର ବିଶ୍ଵକପ ଦଳର ଉପଅଧିନାୟକ ଥିଲେ ଜୁରେଲ । ଏହା ପରେ ଉତ୍ତର ପ୍ରଦେଶ ପକ୍ଷରୁ ରଣଜୀ ମ୍ଯାଚ ଖେଳିଥିବା ଜୁରେଲ ଗତ ଆଇପିଏଲରେ ରାଜସ୍ଥାନ ପାଇଁ ବିସ୍ଫୋରକ ବ୍ୟାଟିଂ କରି ସମସ୍ତଙ୍କର ଦୃଷ୍ଟିକୁ ଆସିଥିଲେ ।
ନିଜର ଦମଦାର ବ୍ୟାଟିଂ ଜରିଆରେ ଆଇପିଏଲରେ ନିଜର ଛାପ ଛାଡିଥିଲେ ଜୁରେଲ । ତାଙ୍କୁ ଏଠାରେ ଅହଞ୍ଚିବାକୁ ଅନେକ ସଙ୍ଘର୍ଷର ସାମ୍ନା କରିବାକୁ ପଡିଛି । କାରଣ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ଵଛଳ ନ ଥିଲା । ତାଙ୍କ ବାପା ଲେମସିଂ ଜୁରେଲ କାରଗିଲ ଯୁଦ୍ଧ ଲଢିଥିବା ବେଳେ ସେ ମଧ୍ୟ ସେନାରେ ଯୋଗ ଦେବାକୁ ଚାହୁଁଥିଲେ । ଆର୍ମୀ ସ୍କୁଲରେ ପଢିବା ବେଳେ ସେ କ୍ରିକେଟ ଖେଳୁଥିଲେ ।
କିନ୍ତୁ କ୍ରିକେଟକୁ ସେ ନିଜର କ୍ଯାରିୟର କରିବେ କେବେ ଭାବି ନ ଥିଲେ । ପାଠ ପଢାରେ ଭଲ ପ୍ରଦର୍ଶନ ନ କରୁଥିଲେ ମଧ୍ୟ ଜୁରେଲ କ୍ରିକେଟ ଖେଳିବାକୁ ଆଗ୍ରହୀ ଥିଲେ । ଯାହା ତାଙ୍କ ବାପା ଚାହୁଁ ନ ଥିଲେ । ପୁଅର ଇଚ୍ଛା ପୂରଣ ପାଇଁ ଜୁରେଲଙ୍କ ବାପା ଟଙ୍କା କରଜ କରି ବ୍ୟାଟ କିଣି ଦେଇଥିଲେ । ଯେବେ କ୍ରିକେଟ କୀଟ ର ଆବଶ୍ୟକତା ପଡିଲା ସେତେବେଳେ କ୍ରିକେଟ କୀଟ ର ଦାମ ଜାଣିବା ପରେ କ୍ରିକେଟ ଛାଡିବାକୁ କହିଥିଲେ ବାପା ।
କିନ୍ତୁ ଜୁରେଲ ନିଜ ଜିଦ ରେ ଅଟଳ ରହିଥିଲେ ଓ ଏହା ପରେ ତାଙ୍କ ମା ସୁନା ହାର ବିକ୍ରି କରି କ୍ରିକେଟ କୀଟ ଆଣି ଦେଇଥିଲେ । ଧୃଭ କହିଛନ୍ତି କ୍ରିକେଟ ପାଇଁ ମୋ ବାପା ମାଙ୍କ ତ୍ୟାଗ ଅଧିକ ଥିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।