ଏହି ସୁନ୍ଦର ଝିଅ ସହ ହେବାକୁ ଯାଉଛି “ବାହୁବଳି” ପ୍ରଭାସଙ୍କର ବାହାଘର – ଏତେ ସୁନ୍ଦର ଯେ ଦେଖିଲେ ଆପଣ ଦିୱାନା ହେଇଯିବେ

ବହୁବଳି ପ୍ରଭାସ ଙ୍କର ବାହାଘର ଏହି ସୁନ୍ଦର ଝିଅ ସହ ହେବାକୁ ଯାଉଛି

ଏସ ଏସ ରାଜାମୌଲି ଙ୍କର “ବାହୁବଳି” ସିରିଜ ର ଦୁଇଟି ଫିଲ୍ମ ସାଉଥ ସୁପର ଷ୍ଟାର ପ୍ରଭାସ ଙ୍କୁ ଗ୍ଳୋବଲ ଆଇକନ କରିଦେଇଛି । ୩୮ ବର୍ଷୀୟ ପ୍ରଭାସ ଙ୍କର ଗଣନା ଭାରତର ଟପ୍ ବ୍ୟାଚଲର ମାନଙ୍କ ମଧ୍ୟରେ ହେଉଛି । “ବାହୁବଳି” ଫିଲ୍ମ ରେ ବ୍ୟସ୍ତ ଥିବାରୁ ପ୍ରଭାସ ବିଗତ ୫ ବର୍ଷ ମଧ୍ୟରେ ପ୍ରାୟତଃ ୬୦୦୦ ବିବାହ ପ୍ରସ୍ତାବକୁ ମନା କରିଦେଇଛନ୍ତି । ଫିଲ୍ମ ସାରିବା ପରେ ପରେ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି ।

କିଛି ଦିନ ତଳେ ପ୍ରଭାସ ଙ୍କ ସହ କାମ କରୁଥିବା ଅନୁଷ୍କା ସେଠି ଙ୍କ ସହ ତାଙ୍କ ବିବାହ ର ବହୁତ ଚର୍ଚ୍ଚା ହେଉଥିଲା । ପରେ ସେହି ଖବର ମିଥ୍ୟା ଅଟେ ବୋଲି ସେମାନେ କହିଥିଲେ । କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ ପ୍ରଭାସ ସୁପରଷ୍ଟାର ଚିରଞ୍ଜିବୀ ଙ୍କ ଝିଆରୀ ନିହାରିକା ଙ୍କ ସହ ବିବାହ କରିପାରନ୍ତି । ଯଦିଓ ଚିରଞ୍ଜିବୀ ଏହି ଖବର ଶୁଣି ଏହା କୁ କେବଳ ଉଦା ଖବର ବୋଲି କହୁଛନ୍ତି । ସେ କହିଛନ୍ତି ଏହି ଭଳି ଖବର ଉପରେ ରୋକ ଲଗା ଯାଉ ।

ନିହାରିକା ଏକ୍ଟ୍ରେସ ଏବଂ ପ୍ରୋଡ୍ଯୂସର ହେବା ସହ ଟୀୱୀ ପ୍ରେଜେଂଟର ମଧ୍ୟ ଅଟନ୍ତି । ସେ ୨୦୧୬ ରେ ଫିଲ୍ମ “ଓକା ମନସୁ” ରୁ ଡେବ୍ୟୁ କରିଛନ୍ତି । ତାଙ୍କ ବାପଙ୍କର ନାମ ନାଗେନ୍ଦ୍ର ବାବୁ ଅଟେ, ଯିଏ କି ଚିରଞ୍ଜିବୀ ଙ୍କର ଭାଇ ଅଟନ୍ତି । ନିହାରିକା ନନ୍ନା କୋଚ୍ଚି ଓ ନଲ୍ଲା ନାଲ ପାଥୁ ସୋଲରେନ ଭଳି ୱେବ ସୀରିଜ ପ୍ରୋଡ୍ଯୂସ କରିଛନ୍ତି । ତାଙ୍କ ବ୍ୟାନର ର ନାମ “ପିଂକ ଏଲିଫେଂଟ  ପିକ୍ଚର୍ସ” ଅଟେ ।

“ବାହୁବଳି” ୨ ରେ ପ୍ରଭାସ ଓ ଅନୁଷ୍କା ଙ୍କର ଯୋଡି ଓ ତାଙ୍କ କାମ କୁ ସମସ୍ତେ ପସନ୍ଦ କରିଥିଲେ । ଏହା ପରେ ହିଁ ଦୁଇଜଣଙ୍କ ସଂପର୍କକୁ ନେଇ ମିଡିୟା ରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ।

ପ୍ରଭାସ- ଅନୁଷ୍କା ସେମାନଙ୍କ ସମ୍ପର୍କ ବିଷୟରେ ନ ମାନିଲେ ମଧ୍ୟ, ଫିଲ୍ମ “ସାହୋ” ପାଇଁ ପ୍ରଭାସ ଅନୁଷ୍କା ଙ୍କ ନାମ କହିଥିଲେ । କିନ୍ତୁ ଫିଲ୍ମ ନିର୍ମାତା ଅନୁଷ୍କା ଙ୍କର ଓଜନ ପାଇଁ ତାଙ୍କୁ ନ ନେଇ ଶ୍ରଦ୍ଧା କପୂର ଙ୍କୁ ନେଇଥିଲେ ।