15 ରୁ 30 ବର୍ଷ ବୟସର ଲୋକଙ୍କ ପାଇଁ ସବୁଠୁ ବଡ Advice, ଏହି ମାଇଣ୍ଡସେଟ ଓ Attitude କେବେବି ଜୀବନରେ ଆପଣଙ୍କୁ ହାରିବାକୁ ଦେବ ନାହିଁ

୧୫ ରୁ ୩୦ ବର୍ଷ ବୟସ ଏପରି ହୋଇଥାଏ ଯେଉଁ ସମୟରେ ଆମେ ଯେପରି ଚାହୁଁ ସେପରି ନିଜକୁ ଗଢ଼ି ଥାଉ । ଏହି ସମୟରେ ନୂଆ ନୂଆ ରୁଚି ଓ ନୂଆ ଲୋକଙ୍କ ସହ ମିଶିଥାଉ ଓ ଆମ ପସନ୍ଦ ଅନୁସାରେ ଭଲ ମନ୍ଦ ସମସ୍ତ ବାଟରେ ଚାଲି ଥାଉ । ଯେପରି ଚାହୁଁ ଯେମିତି ଚାହୁଁ ସେପରି ଜୀବନକୁ ବନାଇବାର କ୍ଷମତା ଆମର ଆସି ଯାଏ । କିନ୍ତୁ ଆମ ଜୀବନ କେତେ ସୁନ୍ଦର ଭାବେ ଗଠିତ ହେବା ଏହା ଆମର ଏଇ ସବୁ ନିର୍ଣ୍ଣୟ ଓ ଚିନ୍ତାଧାରା ଉପରେ ନିର୍ଭରଶୀଳ ଅଟେ ।

ଉଦାହରଣ ସ୍ୱରୂପ, ୧୪-୧୫ ବର୍ଷର ଜଣେ ପୁଅ ଟିଏ ଥିଲା । ସେ ଟିକେ ଭୟାଳୁ ସ୍ୱଭାବର ଥିଲା । ଘର ଲୋକ ଅନେକ ସମୟରେ ପାଗଳ କହି ତାକୁ ମାରୁଥିଲେ ଓ ସ୍କୁଲରେ ମଧ୍ୟ ସେ ଡରି ଡରି ରହୁଥିଲା । ତାକୁ ସାଙ୍ଗମାନେ ମଧ୍ୟ କେହି କିଛି ଖାସ୍ ପଚାରୁ ନ ଥିଲେ । ତଥାପି ସାଙ୍ଗ ମାନଙ୍କ ସହ ସେ ମିଶୁଥିଲା ଓ ବୁଲା ବୁଲି କରୁଥିଲା ।

ଏହି ବୟସରେ ପ୍ରତ୍ୟେକ ମନୁଷ୍ୟକୁ ସବୁ କିଛି ନୂଆ ଭାବେ ଅନୁଭବ ହୋଇଥାଏ । ସେହିପରି ପ୍ରଥମେ ସେ ଇଚ୍ଛା କରୁ ନ ଥିଲେ ମଧ୍ୟ ପରେ ସାଙ୍ଗମାନଙ୍କ ସହ ମିଶି ନିଶାଦ୍ରବ୍ୟ ର ଖରାପ ଅଭ୍ୟାସ ଆରମ୍ଭ କଲା । ଡରି ଡରି ଅଳ୍ପ ନିଶା କରୁ କରୁ ତାର ବଦଭ୍ୟାସ ବଢ଼ିଗଲା । ସେହିପରି ସାଙ୍ଗସାଥୀ ମାନଙ୍କୁ ସେହିସବୁ ପାଇଁ ସାଥୀ ମିଳି ଯାଉଥିବାରୁ ସେମାନେ ମଧ୍ୟ ତାକୁ ଡାକିବାକୁ ଲାଗିଲେ ।

ସେଥିପାଇଁ ପୁଅଟିକୁ ଲାଗିଲା ଏବେ ତ ମୋତେ ସବୁ ପଚାରୁଛନ୍ତି । କିନ୍ତୁ ଯେତେବେଳେ ଦାୟିତ୍ଵ ବଢିଲା ତା ସାଙ୍ଗସାଥୀ ମାନେ ମଧ୍ୟ ମିଶିବା କମ୍ କରିଦେଲେ । ସମସ୍ତେ ଛୋଟ ବଡ଼ କାମ କରି ନିଜ ଘର ଚଳାଇବାକୁ ଲାଗିଲେ । ସେତେବେଳେ ପୁଅଟି ବୁଝି ପାରିଲା କି ସାଙ୍ଗସାଥୀ ମାନଙ୍କ ନିଶା କରିବାକୁ ଉସୁକାଇବା ପାଇଁ ଯେଉଁ ସବୁ କଥାରେ ତା ଛାତି ଫୁଲି ଯାଉଥିଲା ସେ ସବୁ ଜୀବନରେ କିଛି ବି କାମ ଆସେନାହିଁ ।

ତା ପରେ ସେ ବୁଝିଲା କି ଜୀବନରେ କିଛି କରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିବ । ତେଣୁ ପ୍ରଥମେ ସେ ନିଜର ସମସ୍ତ ବଦଭ୍ୟାସ ଛାଡ଼ିବାକୁ ଆରମ୍ଭ କଲା ଓ କେଉଁ କାମ ସେ ଠିକ୍ ସେ କରିପାରିବ ତାହା ଚିନ୍ତା କରି ଛୋଟ ବ୍ୟବସାୟ ଆରମ୍ଭ କଲା । ସମ୍ପୂର୍ଣ୍ଣ ଜ୍ଞାନ ଓ ମନ ଧ୍ୟାନ ଦେଇ କାମ କରି ଉନ୍ନତି କରିବାକୁ ଚେଷ୍ଟା କଲା ।

ଯେଉଁ ଲୋକଙ୍କ ସହ ମିଶିଲେ ଲାଭ ହେବ ଓ ଭଲ ବିଷୟ ଶିଖି ପାରିବ ସେପରି ଲୋକଙ୍କ ସହ ମିଶିବାକୁ ଲାଗିଲା । ଏହିପରି ଭାବରେ ଦୁଇ ବର୍ଷ ମଧ୍ୟରେ ପରିବାରରେ ଓ ବାହାରେ ସେ ନାମ କମାଇବାକୁ ଲାଗିଲା । ସେଥିପାଇଁ ନିଜକୁ କେବେ ପଡ଼ିଯିବାକୁ ଦିଅନ୍ତୁ ନାହିଁ । ଆପଣଙ୍କ ଚିନ୍ତାଧାରା ହିଁ ଆପଣଙ୍କ ଅସଲି ଶକ୍ତି ଅଟେ ।

ଆପଣ କଣ କରନ୍ତି, କିପରି ଜୀବନ ଜିଅଁନ୍ତି ଓ ଆପଣଙ୍କ ଚିନ୍ତାଧାରା କିପରି ଅଟେ ସେଇ ହିସାବରେ ଲୋକମାନେ ଆପଣଙ୍କୁ ଚିହ୍ନନ୍ତି । ଏହି ସବୁରୁ ଆପଣଙ୍କ ସମ୍ମାନ ବଢେ । ସେଥିପାଇଁ ଏହି ବୟସରେ ନିଜ ଜ୍ଞାନ ଉପରେ ଧ୍ୟାନ ଦିଅନ୍ତୁ । ଜୀବନରେ ଉତ୍ତମ ପଥରେ କିଭଳି ଯିବେ, କଣ କଲେ ଆଗକୁ ବଢ଼ି ପାରିବେ ଏହି ସବୁର ଜ୍ଞାନ ରହିବା ନିହାତି ଆବଶ୍ୟକ ଅଟେ । ନିଜ ଚିନ୍ତାଧାରା ଓ ଆତ୍ମବିଶ୍ବାସ କୁ ଏତେ ଉଚ୍ଚ ସ୍ତରରେ ରଖନ୍ତୁ ତାହା ଯେପରି ଜୀବନରେ ଆଗକୁ ବଢ଼ିବାରେ ଆପଣଙ୍କ ସହାୟକ ହେବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।