ଏହି 10ଟି କାରଣରୁ ଆପଣଙ୍କ ଘରେ ଆସିଥାଏ ଗରିବୀ ଓ ଅଶାନ୍ତି, ଦେଖନ୍ତୁ ସେହି କାରଣ ଗୁଡିକ କଣ!

ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ଯେଉଁଥିରେ ଜୀବନଙ୍କୁ ଉପଯୁକ୍ତ ଓ ସଫଳ ବନେଇବା ପାଇଁ ବର୍ତା ଦିଆଯାଇଛି । ଏହି ଗ୍ରନ୍ଥର ମୁଖ୍ୟ ବିଷୟ ମାନବ ସମାଜର ପ୍ରତ୍ୟେକ ଜିନଷ ବିଷୟରେ କୁହାଯାଇଛି । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ । ଯିଏକି ସେ ତାଙ୍କର ନୀତି ଅନୁସାରେ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ନିଜ ଗାଦିରେ ବସେଇ ନିଜେ ସନ୍ୟାସ ନେଇଯାଇଥିଲେ । ଚାଣକ୍ୟଙ୍କ ନୀତି ଅନୁସାରେ ଜୀବନରେ ଏହି ସବୁ ନିୟମ ମାନିବା ଦ୍ୱାରା ଆମେ ଜୀବନରେ କେବେ ବି ଗରିବ ହୋଇ ନଥାଉ । ତେବେ ଆସନ୍ତୁ ଜାଣିବା ସେହି ସବୁ ଉପାୟ ମାନ ବିଷୟରେ ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, କେବେ ବି କୌଣସି ଗଛ ମୂଳରେ ପରିସ୍ରା କରିବା ଉଚିତ ନୁହେଁ । ଏହା କରିବା ଦ୍ୱାରା ଆମ ଜୀବନରେ ଗରିବୀ ଆସିଥାଏ । କାରଣ ସବୁ ଗଛରେ କୌଣସି ନା କୌଣସି ଦେବା ଦେବୀ ବାସ କରିଥାନ୍ତି । ଆମେ ପରିସ୍ରା କରିବା ଦ୍ୱାରା ସେ ଆମକୁ ଅଭିଶାପ ଦେଇଥାନ୍ତି ।

ଘରେ ଭାଙ୍ଗିଯାଇଥିବା ପାନିଆ ରଖନ୍ତୁ ନାହିଁ । ଏହାଦ୍ୱାରା ଆପଣ ଗରିବ ହୋଇଯାଇଥାନ୍ତି । ଏହାଦ୍ୱରା ଆପଣଙ୍କ ଘରେ ରାହୁ ଓ କେତୁଙ୍କ ଖରାପ ନଜର ଲାଗି ରହିଥାଏ ।

ଘରକୁ ସବୁବେଳେ ସଫା ସୁତରା ରଖିବା ଉଚିତ । ଏହା ଦ୍ଵାରା ଘରେ ଲକ୍ଷ୍ମୀ ଙ୍କ ବାସ ହୋଇଥାଏ ଓ ଧନ ବଢ଼ିଥାଏ ।

ରୁଟିକୁ କାମୁଡି ବିଦାରି ଖାଇବା ଉଚିତ ନୁହେଁ । ଏହା ଦ୍ୱାରା ରୁଟିର ଅପମାନ ହୋଇଥାଏ ଯାହାକି ଭଗବାନଙ୍କର ଅପମାନ ହୋଇଥାଏ । ରୁଟିକୁ ଏପରି ଖାଇବାଦ୍ୱାର ଆପଣଙ୍କୁ ଖାଦ୍ୟାଭାବ ଦେଖାଦେଇଥାଏ ।

କେବେ ବି ଦାନ୍ତରେ ନଖକୁ ଛିଡ଼େଇବା ଉଚିତ ନୁହେଁ । ଏହା ଦ୍ଵାରା ଆପଣ ଗରିବ ହେବା ସହିତ ଆପଣଙ୍କ ଦେହ ମଧ୍ୟ ଖରାପ ହୋଇଥାଏ । କାରଣ ନଖରେ ବହୁତ ମଳି ରହିଥାଏ, ତେଣୁ ଦାନ୍ତରେ ନଖକୁ ଛିଡେଇବା ଉଚିତ ନୁହେଁ ।

ଯେଉଁବ୍ୟକ୍ତି ସବୁବେଳେ ଆଳସୁଆ ହୋଇଥାନ୍ତି ବା ସକାଳୁ ଶୀଘ୍ର ଉଠି ନଥାନ୍ତି ସେମାନଙ୍କ ପାଖକୁ ପଇସା ଆସିନଥାଏ । ଏହି ବ୍ୟକ୍ତିମାନେ ଜୀବନରେ ସବୁବେଳେ କରଜରେ ବୁଡି ରହିଥାନ୍ତି । ତେଣୁ ସକାଳୁ ଶିଘ୍ର ଉଠିବା ଉଚିତ ।

ଶାସ୍ତ୍ର ଅନୁସାରେ, କେବେ ଗିପ୍ଟରେ ମିଳିଥିବା ଜୋତାକୁ ପିନ୍ଧିବା କଥା ନୁହେଁ । ଏମିତି କରିବା ଦ୍ୱାରା କ୍ୟାରିଅରରେ ଖରାପ ପ୍ରଭାବ ପଡିଥାଏ ।

ଘରର ଦୁଆର ମୁହଁରେ ଚପଲ ଓଲଟାଇବା କଥା ନୁହେଁ ଏହା ଦ୍ୱାରା ଘରର ଉନ୍ନତି ହୋଇ ନଥାଏ । ଏହା ଦ୍ୱାରା ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ ।

ଘରକୁ ଆସିଥିବା ଅତିଥିଙ୍କୁ ଯଥା ସମ୍ଭବ ସମ୍ନାନ ଦେବା ଉଚିତ । କାରଣ ଅତିଥି ଭଗବାନଙ୍କ ରୂପ ହୋଇଥାନ୍ତି । ସେମାନେ ଖୁସି ହେବା ଦ୍ୱାରା ଭଗବାନ ଆମ ଉପରେ ସନ୍ତୁଷ୍ଟ ହୋଇଥାନ୍ତି ।

ଅତିଥିଙ୍କୁ ସେବା ନ କରିବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଯାହା ଦ୍ୱାରା ଆପଣ ଗରିବ ହୋଇଯାଇଥାନ୍ତି ଓ ମାତା ଲକ୍ଷ୍ମୀ ଠାକୁରାଣୀଙ୍କ ଆଶୀର୍ବାଦରୁ ଆପଣ ବଞ୍ଚିତ ହୋଇଥାନ୍ତି । ଆପଣଙ୍କୁ ମଧ୍ୟ ସବୁଠାରେ ଅପମାନିତ ହେବାକୁ ପଡିଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।