ବାବା କା ଢାବା ହିଟ ହେବା ପଛର କାହାଣି ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ, ଏହି ସବୁ ବଡ ଷ୍ଟାର ଏମିତି ଦେଇଥିଲେ ସାଥ

କହିବାକୁ ଗଲେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଡାରେ ଦିଲ୍ଲୀର ମାଲବୀୟ ନଗରର ‘ବାବା କି ଢାବା’ ଅଚାନକ ହିଟ ହୋଇ ଯାଇଛି ଓ ଏହା ଟ୍ରେଣ୍ଡ କରିବାକୁ ଲାଗିଛି । କହିବାକୁ ଗଲେ ‘ବାବା କି ଢାବା’ ଗୋଟିଏ ରାସ୍ତାରେ ବିକ୍ରି ହେଉଥିବା ଜଳଖିଆ ଦୋକାନ ଅଟେ । ଯାହାକୁ ଦିଲ୍ଲୀର ମାଲବୀୟ ନଗରରେ ୮୦ ବର୍ଷର ବୁଦ୍ଧ ବ୍ୟକ୍ତି ଜଣକ ନିଜର ସ୍ତ୍ରୀ ସହିତ ଚଳାଇଥାନ୍ତି । ଲକଡାଉନ ପରେ ସ୍ଥିତି ଏମିତି ହୋଇଗଲା କି ଭଲ ଖାଦ୍ୟ କରିବା ସତ୍ବେ ବି ଗୋଟିଏ ଦିନରେ ତାଙ୍କର କିଛି ବି ବିକ୍ରି ହେଉ ନ ଥିଲା ।

ଏମିତିରେ ତାଙ୍କର ସାହାର୍ଯ୍ୟ ପାଇଁ ଜଣେ ୟୁଟ୍ୟୁବର ନିଜର ଭିଡିଓ ଚ୍ୟାନେଲରେ ତାଙ୍କର ଏକ ଭିଡିଓ ଛାଡି ଲୋକମାନଙ୍କୁ ସାହାର୍ଯ୍ୟ ପାଇଁ ଅପିଲ କରିଲେ । ଏହି ଭିଡିଓରେ ବୁଦ୍ଧ ବ୍ୟକ୍ତି ଜଣକ ଦୋକାନରେ ବିକ୍ରି ନ ହେଉଥିବାର କଥା କହି କାନ୍ଦୁଥିବାର ନଜର ଆସୁଛନ୍ତି ଓ ଏହା ପରେ ଏକ ବଡ ଚମତ୍କାର ହୋଇଗଲା ।

କହିବାକୁ ଗଲେ କାଲି ପର୍ଯ୍ୟନ୍ତ ଯିଏ ‘ବାବା କି ଢାବା’ ବିଷୟରେ ଜାଣି ବି ନ ଥିଲା ସେମାନେ ଆଜି ଏହି ଢାବାକୁ ଖାଇବାକୁ ଆସୁଛନ୍ତି । ସେଠି ବର୍ତ୍ତମାନ ଖାଇବା ପାଇଁ ଲୋକମାନଙ୍କର ଲାଇନ ଲାଗିଛି । କହିବାକୁ ଗଲେ ‘ବାବା କି ଢାବା’ ସୋସିଆଲ ମିଡିଆରେ ବହୁତ ହିଟ ହୋଇସାରିଛି । କିନ୍ତୁ ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଏହି ବୟସ୍କ ବୁଦ୍ଧର ଦୋକାନ ‘ବାବା କି ଢାବା’କୁ ହିଟ କରିବା ପାଇଁ କେତେକ ବଲୀଉଡ ଷ୍ଟାରମାନେ ବି ସାମିଲ ହୋଇଛନ୍ତି ।

ରବିନା ଟଣ୍ଡନ, ରଣଦୀପ ହୁଡା, ସୋନମ କପୁର, ସୁନୀଲ ଶେଟ୍ଟୀ ଭଳି ଅନ୍ୟ କେତେକ ଷ୍ଟାରମାନେ ବି ଟ୍ଵିଟର ମାଧ୍ୟମରେ ଏହି ‘ବାବା କି ଢାବା’ ବିଷୟରେ ଲୋକମାନଙ୍କୁ କହିଛନ୍ତି ଓ ସମସ୍ତଙ୍କୁ ଅନୁରୋଧ କରିଛନ୍ତି କି ସେମାନେ ଏହି ‘ବାବା କି ଢାବା’କୁ ଯାଆନ୍ତୁ । ଏହ ସହିତ କେତେକ ଲୋକମାନେ ଏହି ‘ବାବା କି ଢାବା’ ସାମ୍ନାକୁ ଆସି ସେଲ୍ଫି ବି ନେଉଛନ୍ତି । ଏମିତିରେ ଏହି ‘ବାବା କି ଢାବା’ ଗୋଟିଏ ଦିନରେ ହିଁ ପୁରା ଦିଲ୍ଲୀରେ ଫେମସ ହୋଇ ଯାଇଛି ।

‘ବାବା କି ଢାବା’ର ମାଲିକ ବୁଦ୍ଧ ବୟସ୍କ ବ୍ୟକ୍ତିଙ୍କ ନାମ ହେଉଛି କାନ୍ତା ପ୍ରସାଦ ଓ ତାଙ୍କର ପତ୍ନୀଙ୍କ ନାମ ହେଉଛି ବାଦାମି ଦେବୀ । ବହୁ ବର୍ଷ ହେବ ସେମାନେ ଏହି ଢାବାକୁ ଚଲାଉଛନ୍ତି । ଦୁଇ ଜଣଙ୍କ ବୟସ ପାଖାପାଖି ୮୦ ବର୍ଷରୁ ବି ଉର୍ଦ୍ଧ ହେବ । କାନ୍ତା ପ୍ରସାଦ କୁହନ୍ତି କି ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛି । କିନ୍ତୁ କେହି ବି ତାଙ୍କୁ ସାହାର୍ଯ୍ୟ କରୁ ନାହାନ୍ତି ଓ ସେମାନେ ସବୁ କାମ ନିଜେ ହିଁ କରିଥାନ୍ତି । କିନ୍ତୁ ଯେମିତି ହିଁ ତାଙ୍କର ଏହି ଭିଡିଓ ଭାଇରାଲ ହେଲା ସେମିତି ହିଁ ତାଙ୍କ ଢାବାରେ ଭିଡ ଜମିବାକୁ ଲାଗିଲା ।

ଏହା ଛଡା ବାବା ଶେଷରେ ଭିଡିଓରେ କିଛି ଏମିତି କହିଦେଲ କି ଲୋକମାନେ ଆହୁରି ଅଧିକ ତାଙ୍କର ପ୍ରଶଂସା କରିବାକୁ ଲାଗୁଛନ୍ତି । କହିବାକୁ ଗଲେ ବାବା କହିଲେ କି ଯେଉଁଭଳି ଭାବରେ ମୋର ସାହାର୍ଯ୍ୟ କରୁଛନ୍ତି ଠିକ ସେହିଭଳି ଭାବରେ ମୋ ଭଳି ଗରିବ ଲୋକମାନଙ୍କର ସାହାର୍ଯ୍ୟ କରନ୍ତୁ । କହିବାକୁ ଗଲେ ଏହା ହିଁ ହେଉଛି ସୋସିଆଲ ମିଡିଆର ଶକ୍ତି ଯାହା ଆପଣଙ୍କୁ ଶୀର୍ଷରେ ବି ପହଞ୍ଚାଇ ଦିଏ ଓ ମାଟିରେ ବି ମିଶାଇ ଦିଏ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।