ପୋଲିସକୁ ଅଜବ ଲାଗିଲା ଭିକାରୀର ଲାସ୍, ତଦନ୍ତ ହେଲା ପରେ ଗୋଡରୁ ବାହାରିଲା ଏମିତି ଜିନିଷ, ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ଆପଣମାନେ ଏମିତି କିଛି ଘଟଣା ଦେଖିଥିବେ ଓ ଶୁଣିଥିବେ ଯାହା ଉପରେ ବିଶ୍ଵାସ ହୁଏ ନାହିଁ ଓ ଆଉ କିଛି ଘଟଣାତ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ଓ ଆପଣଙ୍କୁ ବିଶ୍ଵାସ ହେବ ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ ଯାହା ଏକ ସତ୍ୟ ଘଟଣା ଅଟେ । ତାହେଲେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଏହି ଘଟଣାଟି ବାଙ୍ଗାଲୁରୁରେ ହୋଇଛି ଯାହା ଆଶ୍ଚର୍ଯ୍ୟ କରିଦଉଛି ।

ବାଙ୍ଗାଲୁରୁ ରେଲୱେ ପୋଲିସକୁ ରାତି ୧୦ ଟାରେ ସୂଚନା ମିଳିଲା କି କେଣ୍ଟ ଷ୍ଟେସନରେ ଏକ ଲାସ୍ ପଡିଛି । ଏହା ପରେ ରେଲୱେ ପୋଲିସ ସେହି ଲାସ୍ ପାଖକୁ ଯାଇଥିଲେ । ଘଟଣା ସ୍ଥଳରେ ରେଲୱେ ପୋଲିସ ପହଞ୍ଚି ଲାସ୍ ଦେଖିଥିଲେ ଓ ତଦନ୍ତ ଆରମ୍ଭ କରିଥିଲେ । ଯେତେବେଳେ ସେମାନେ ସେହି ଲାସଟିକୁ ଉଠାଇଲେ ଲାସ ର ଗୋଡ ବହୁତ ଭାରି ଥିଲା । ଏହା ପରେ ପୋଲିସ ଅନୁସନ୍ଧାନ କରିଥିଲା ଜଣା ପଡିଲା କି ଲାସ୍ ର ଗୋଡଟି ଆର୍ଟିଫିସିଆଲ ବା କୃତ୍ରିମ ଅଟେ ।

ଏହା ପରେ ପୋଲିସ ତୁରନ୍ତ ସେହି ଗୋଡକୁ ବାହାର କରିଦେଇଥିଲା, ସେହି ଆର୍ଟିଫିସିଆଲ ଗୋଡରେ ଥିଲା ୯୬,୭୬୦ ଟଙ୍କା । ଲୋକମାନେ ସବୁ ଆଶ୍ଚର୍ଯ୍ୟ ହୋଇଗଲେ । ଏହା ପରେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା । ପୋଲିସର ଅନୁସନ୍ଧାନରୁ ଜଣା ପଡିଲା କି ଏହି ମରିଯାଇଥିବା ଲୋକର ନାମ ଥିଲା ସରିଫ ସାବ ଓ ସେ ହାଇଦ୍ରାବାଦର ଅଧିବାସୀ ଥିଲା । ତାର ବୟସ ୭୫ ବର୍ଷ ଅଟେ ।

ଏହି ଲୋକଟି ରେଲୱେ ଷ୍ଟେସନରେ ଭିକ ମାଗୁଥିଲା । ଏହି ଲୋକର ଆର୍ଟିଫିସିଆଲ ଗୋଡକୁ ଅଲଗା କରିବା ଫଳରେ ୯୬,୭୬୦ ଟଙ୍କା ମିଳିଥିଲା । ଏହା ପରେ ପୋଲିସ ଏହାକୁ ସ୍ଵାଭାବିକ ମୃତ ଘୋଷଣା କରିଲା ଓ ବ୍ୟକ୍ତିର ଲାସ କୁ ତାର ପରିବାରକୁ ଦେଇଦେଲା ।