ମହିଳାମାନେ ଏମିତି ଘରେ ପୋଛା ଲଗାଇବା ଦ୍ଵାରା ଘରକୁ ଆସିଥାଏ ଦରିଦ୍ରତା, କେବେ ବି କରନ୍ତୁନି ଏହି ଭୁଲ -Vastu Shastra

ଘରକୁ ସଫା ରଖିବା ଦ୍ଵାରା ଘରେ ସର୍ବଦା ସୁଖ ଶାନ୍ତି ଆସିବା ସହିତ ସକରାତ୍ମକ ଊର୍ଜା ଆସିଥାଏ । କିନ୍ତୁ ଯଦି ଘରକୁ ଆପଣ ସବୁବେଳେ ସଫା ନରଖନ୍ତି ତେବେ ଆପଣଙ୍କର ଘରେ ସବୁବେଳେ ଆର୍ଥିକ ସମସ୍ୟା ଲାଗିରହିଥାଏ ଓ ଘରକୁ ସଦାବେଳେ ଦୁଃଖ ଆସିଥାଏ । ଆମେ ଘର ସଫା କରିବା ପାଇଁ ଏକ କପଡା ବା ପୋଛା ବ୍ୟବହାର କରିଥାଉ କିନ୍ତୁ ଆପଣ ଜାଣିଛନ୍ତିକି ପୋଛା କରିବା ସମୟରେ ଆପଣ କିଛି ଭୁଲ କରିଥାନ୍ତି ତେବେ ଆପଣଙ୍କୁ ଏହାର ବିପରୀତ ପରିଣାମ ଭୋଗିବାକୁ ପଡିଥାଏ ।

ଆମେ ଜାଣିଛେ କି ପୋଛାରେ ସଫା କରିବା ଦ୍ଵାରା ଘର ସଫା ହୋଇଥାଏ କିନ୍ତୁ ଏହାର କିଛି ଭୁଲ ବ୍ୟବହାର କରନ୍ତି ତେବେ ଆପଣ ଦରିଦ୍ର ହୋଇପାରନ୍ତି । ଆଜି ଆମେ ଆପଣଙ୍କୁ କହିବୁ ଆପଣ କିପରି ପୋଛା ଲଗାଇବା ଉଚିତ ଓ ଏହାକୁ କିପରି ବ୍ୟବହାର କରିବେ ଏହା ଦ୍ଵାରା ଆପଣଙ୍କୁ କି କି ଲାଭ ହେବ ଆସନ୍ତୁ ଜାଣିବେ ।

ପୋଛା କେବେବି ଦିନ ୧୨ ପରେ ଓ ସନ୍ଧ୍ଯା ସମୟରେ ପୋଛା ମାରିବା ଉଚିତ ନୁହେଁ । କାରଣ ଏହା କରିବା ଦ୍ଵାରା ବହୁତ ଖରାପ ହୋଇଥାଏ । ଆପଣ ସଦାବେଳେ ସକାଳୁ ଉଠି ପୋଛା ମାରିବା ଦ୍ଵାରା ଘରେ ଥିବା ନକରାତ୍ମକ ଶକ୍ତି ବାହାର କରିଥାଏ ଏବଂ ଆମର ଘର ସୁଧ ସୁଖ ଶାନ୍ତି ଆସିଥାଏ । ଶାସ୍ତ୍ର ଅନୁସାରେ ଗୁରୁବାରେ ଘର ପୋଛା ମାରିବା ନୁହେଁ । ଏହା ଦ୍ଵାରା ବାସ୍ତୁ ଦୋଷ ଲାଗିରାହିଥାଏ କିନ୍ତୁ ଘରକୁ ଭଲ ଭାବରେ ଆପଣ ସଫା କରିପାରିବେ କିନ୍ତୁ ପୋଛା ଲଗାନ୍ତୁ ନାହିଁ ।

କିଛି ଲୋକ ଥାନ୍ତି ଭଙ୍ଗା ବାଲଟି ବା ଭଙ୍ଗା ପୋଛାରେ ଘର ସଫା କରିଥାନ୍ତି କିନ୍ତୁ ଏହା କରିବା ଦ୍ଵାରା ଘରେ ନକରାତ୍ମକ ଶକ୍ତି ବଢିଥାଏ । କିନ୍ତୁ ଏହା ଆପଣ କରନ୍ତୁ ନାହି କାରଣ ଏଥିରୁ ମିଳୁଥିବା ଉପକାର ମିଳିବ ନାହି । ପୋଛା ସବୁବେଳେ ଉତ୍ତର ଦିଗରୁ ଆରମ୍ଭ କରିବା ଉଚିତ କାରଣ ଏହା କରିବା ଦ୍ଵାରା ଭଲ ହୋଇଥାଏ ଓ ଏହି ଦିଗକୁ କୁବେରଙ୍କ ଘର ମଧ୍ୟ କୁହାଯାଏ । ଉତ୍ତର ଦିଗରୁ ପୋଛା ଲଗାଇବା ଦ୍ଵାରା ମାତା ଲକ୍ଷ୍ମୀ ଓ କୁବେରଙ୍କର ବହୁତ ଖୁସି ହୋଇଥାନ୍ତି ଏବଂ ତାଙ୍କର ଅଶେଷ କୃପା ମିଳିଥାଏ ।

ସେଥିପାଇଁ ଆପଣ ସଦାବେଳେ ଉତ୍ତର ଦିଗରୁ ହିଁ ଆରମ୍ଭ କରିବା ଉଚିତ ଏହା କରିବା ଦ୍ଵାରା ଆପଣଙ୍କର ଶୋଭାଗ୍ୟ ଓ ସମୃଦ୍ଧି ବଢିବା ସହିତ ଘରେ ଶାନ୍ତି ରହିବ । ଉତ୍ତର ଦିଗରେ ପୋଛା ସବୁବେଳେ ଭଲ ପାଣିରେ ପୋଛିବା ଦରକାର କେବେହେଲେ ଅସନା ପାଣିରେ ପୋଛିବେ ନାହି । ଆପଣ ଯେତେବେଳେ ଘର ପୋଛିଛନ୍ତି ସେହି ପୋଛା ଭଲ ରହିବା ଦରକାର ଭାଙ୍ଗି ନଥିବା ଦରକାର । ଏମିତି କିଛି ଜିନିଷ ଅଛି ପାଣିରେ ପକାଇ ପୋଛା କରିବା ଦ୍ଵାରା ଘରେ ଭଲ ପ୍ରଭାବ ଦେଖା ଦେଇଥାଏ ।

ଯଦି ଆପଣଙ୍କ ଘରେ କେବେ ହେଲେ ନକରାତ୍ମକ ଛାଡି ଯାଉନଥାଏ ତେବେ ଆପଣଙ୍କୁ ଆମେ କିଛି ଏମିତି ଉପାୟ କହିବୁ ଯାହା ଆପଣ କରିବା ଦ୍ଵାରା ଘର ଉପରେ ଭଲ ପ୍ରଭାବ ପଡିଥାଏ । ଆପଣ ସବୁବେଳେ ପୋଛା ପାଣିରେ ନିମ୍ବ ପତ୍ର ପକାଇ ପୋଛନ୍ତୁ । ଏହାର ପତ୍ରକୁ ଆପଣ ଗରମ ପାଣିରେ ଭଲ ଭାବରେ ଫୁଟାଇ ଏହାର ପାଣିକୁ ଆପଣ ଯେଉଁ ପାଣି ପୋଛୁଛନ୍ତି ସେହି ପାଣିରେ ମିଶାଇ ପୋଛନ୍ତୁ ଦେଖିବେ ଆପଣଙ୍କ ଘରୁ ଖୁବ ଶୀଘ୍ର ନକରାତ୍ମକ ଦୂରେଇଯିବ ।

ଏହା କରିବା ଦ୍ଵାରା ଘର ଉପରେ ପଡୁଥିବା ଖରାପ ନଜର ଆଉ ଆପଣଙ୍କ ଉପରେ ପଡିବ ନାହିଁ । ଏହା ଦ୍ଵାରା ସକରାତ୍ମକ ଶକ୍ତି ବଢିଥାଏ ଓ ସମସ୍ତ ସମସ୍ୟା ଦୂର ହୋଇଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।